ETV Bharat / bharat

ଜୁଲାଇ 12 ପର୍ଯ୍ୟନ୍ତ ଗୋଆରେ ବଢିଲା କୋରୋନା କର୍ଫ୍ୟୁ

author img

By

Published : Jul 5, 2021, 8:08 AM IST

କୋରୋନାକୁ ଦୃଷ୍ଟିରେ ରଖି ଗୋଆରେ ବଢିଲା କୋରୋନା କର୍ଫ୍ୟୁ । ଅଧିକ ପଢନ୍ତୁ...

ଗୋଆରେ ଜୁଲାଇ 12 ପର୍ଯ୍ୟନ୍ତ କୋରୋନା କର୍ଫ୍ୟୁ ବୃଦ୍ଧି

ପାନାଜୀ: ଗୋଆରେ ବଢିଲା କୋରୋନା କର୍ଫ୍ୟୁ । କୋରୋନାକୁ ଦୃଷ୍ଟିରେ ରଖି କର୍ଫ୍ୟୁକୁ ଜୁଲାଇ 12 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର । କର୍ଫ୍ୟୁକୁ ବୃଦ୍ଧି କରାଯାଇଥିବା ବେଳେ ନିୟମକୁ କୋହଳ ମଧ୍ୟ କରାଯାଇଛି ।

ରେସ୍ତୋରାଁ ଏବଂ ବାର ଗୁଡିକୁ ସକାଳ 7ରୁ ରାତି 9ଟା ପର୍ଯ୍ୟନ୍ତ 50 ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ କୋରୋନା କଟକଣା ହେତୁ ଏସବୁ ବନ୍ଦ ରହିଥିଲା । ସେହିପରି ସକାଳ 7ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଦୋକାନ ଓ ମଲ ଖୋଲିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ 3ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିଲା । ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଷ୍ଟାଡିୟମ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ଗୋଆରେ 164ଟି ନୂତନ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ 202 ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହିତ ରାଜ୍ୟରେ ମୋଟ କୋରୋନା ମାମଲା 1,67,436ରେ ପହଞ୍ଚିଛି, ଏଥି ମଧ୍ୟରୁ 2,087 ସକ୍ରିୟ ମାମଲା ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.