ETV Bharat / bharat

Goa gangrape case: ପ୍ରତିକ୍ରିୟା ରଖିଲେ ଗୋଆ ମୁଖ୍ୟମନ୍ତ୍ରୀ

author img

By

Published : Jul 30, 2021, 3:12 PM IST

ଗୋଆ ବେଳାଭୂମିରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଅଧିକ ପଢନ୍ତୁ...

2 ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା, ପ୍ରତିକ୍ରିୟା ରଖିଲେ ଗୋଆ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଗୋଆ ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ରାଜ୍ୟର ମୁଖିଆ ହିସାବରେ ଓ ଜଣେ ୧୪ ବର୍ଷ ନାବାଳିକାର ପିତା ହିସାବରେ ସେ ଦୁଃଖିତ ଓ ଘଟଣା ସମ୍ପର୍କରେ ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି ପ୍ରମୋଦ ।

ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟବାସୀଙ୍କ ସୁରକ୍ଷା ତାଙ୍କ ପାଇଁ ସବୁଠୁ ବଡ ଦାୟିତ୍ବ ଓ ସେ ତାକୁ ପ୍ରାଥମିକତା ଦିଅନ୍ତି ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟର ମୁଖିଆ ହିସାବରେ ଏବଂ ପୀଡିତାଙ୍କ ପିତା ହିସାବରେ ସେ ଅତ୍ୟନ୍ତ ଦୁଃଖିତ ବୋଲି କହିଥିଲେ ।

ତେବେ ସେ ଆଇନ ଅନୁଯାୟୀ ଥିବା ସୁରକ୍ଷା ବ୍ୟବସ୍ଥାକୁ କେବେ ଅବହେଳା କରିନାହାନ୍ତି । ଗୋଆ ପୋଲିସ ନିଶ୍ଚିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ । ମହିଳା ଓ ଶିଶୁଙ୍କ ସୁରକ୍ଷା ଘଟଣାକୁ ପୋଲିସ ଗୁରୁତର ସହିତ ନେବା ସହିତ ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ବୋଲି ସେ କହିଥିଲେ ।

ତେବେ ସୂଚନା ଥାଉ କି ଗତ ରବିବାର ଗୋଆ ରାଜଧାନୀଠାରୁ ପ୍ରାୟ 30 କିଲୋମିଟର ଦୂରରେ ଥିବା ବେଳାଭୂମିରେ ୪ ଜଣ ନିଜକୁ ପୋଲିସ କର୍ମୀ କହି ୨ ଜଣ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ବିରୋଧୀ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଟାର୍ଗେଟ କରିଥିଲେ ଓ ଏହାକୁ ନେଇ ବିଧାନସଭାରେ ଝଡ ମଧ୍ୟ ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ସୋସିଆଲ ମିଡିଆରେ #girlsrightmatters ଟ୍ରେଣ୍ଡିଂ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.