ETV Bharat / bharat

ଆର୍ଥିକ ସଙ୍କଟରେ Go First, ଆସନ୍ତା ଦୁଇ ଦିନ ବନ୍ଦ କଲା ସମସ୍ତ ଉଡାଣ

author img

By

Published : May 2, 2023, 9:41 PM IST

ଆର୍ଥିକ ସଙ୍କଟରେ ଗୋ-ଫାଷ୍ଟ ଏୟାର ଲାଇନ୍ସ । ବୁଧବାର ଓ ଗୁରୁବାର ସମସ୍ତ ଫ୍ଲାଇଟ ଅପରେସନ ଘୋଷଣା । ନ୍ୟାସନାଲ ଲ ଟ୍ରିବ୍ୟୁନାଲରେ ମଧ୍ୟ ହେଲା ଦ୍ବାରସ୍ଥ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଆର୍ଥିକ ସଙ୍କଟରେ ଗୋ-ଫାଷ୍ଟ
ଆର୍ଥିକ ସଙ୍କଟରେ ଗୋ-ଫାଷ୍ଟ

ମୁମ୍ବାଇ: ଅନ୍ୟତମ ବଜେଟ ଏୟାରଲାଇନ୍ସ ଗୋ-ଫାଷ୍ଟ ଆର୍ଥିକ ସଙ୍କଟ କାରଣରୁ ଆସନ୍ତା ଦୁଇ ଦିନ (ବୁଧବାର ଓ ଗୁରୁବାର) ସମସ୍ତ ଫ୍ଲାଇଟ ଅପରେସନ ବନ୍ଦ ରଖିବା ନେଇ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଓ ଗୁରୁବାର ଏୟାର ଲାଇନ୍ସ ତାର ସମସ୍ତ ଉଡାଣ ବନ୍ଦ ରଖିବା ନିଷ୍ପତ୍ତି ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଉଡାଣ ନିର୍ଦ୍ଦେଶାଳୟକୁ ଅବଗତ କରିଛି ।

ଏବେ ପର୍ଯ୍ୟନ୍ତ ଏୟାର ଲାଇନ୍ସ ତାର 50 ପ୍ରତିଶତ ବିମାନ ଉଡାଣ କରୁଛି । ସ୍ପେୟାର ଇଞ୍ଜିନ ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଏକ ଆମେରିକୀୟ କମ୍ପାନୀ ଚୁକ୍ତିରେ ଖିଲାପ କରିବା କାରଣରୁ ଏୟାର ଲାଇନ୍ସ ତାର 50 ପ୍ରତିଶତ ବଡ ବିମାନକୁ ଗ୍ରାଉଣ୍ଡ କରିବାକୁ ବାଧ୍ୟ ହେବା ଫଳରେ ଏପରି ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା କହିଛି । ଗୋ-ଫାଷ୍ଟ ନିକଟରେ ଏବେ ପ୍ରାୟ 50ଟି ଏୟାରବସ ନିଓ ମଡେଲର ବୃହତ ଏୟାରକ୍ରାଫ୍ଟ ରହିଛି । ଚୁକ୍ତି ଖିଲାପ କାରଣରୁ ଏହାର 50 ପ୍ରତିଶତ ଅର୍ଥାତ 25 ଟି ବିମାନର ଉଡାଣ ବନ୍ଦ ରହିଛି । ବିମାନ ଇନ୍ଧନ ବାବଦକୁ ବକେୟା ଅର୍ଥରାଶି ପ୍ରଦାନ କରିବାରେ ସଂସ୍ଥା ବିଫଳ ହେବା ପରେ ଫ୍ଲାଇଟ ଅପରେସନ ସାମୟିକ ବନ୍ଦ କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ସଂସ୍ଥା କିନ୍ତୁ ଅନ୍ୟ ଏକ କାରଣ ଦର୍ଶାଇଛି ।

ଏୟାର ଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ଖୋନ୍ନା କହିଛନ୍ତି, ଏକ ଆମେରିକୀୟ ବିମାନ ଇଞ୍ଜିନ୍‌ ନିର୍ମାତା କମ୍ପାନୀ (P&W) ଠାରୁ ଇଞ୍ଜିନ ସ୍ପେୟାର ପାର୍ଟ ଯୋଗାଇବା ନେଇ ସିଙ୍ଗାପୁରର ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଚୁକ୍ତି ହୋଇଥିଲା । ଏହା ଅନୁସାରେ ଏପ୍ରିଲ 27 ସୁଦ୍ଧା 10 ଇଞ୍ଜିନ ଓ ଚଳିତ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରତିମାସ ଗୋଟିଏ ଇଞ୍ଜିନ ଯୋଗାଯିବା କଥା । ହେଲେ ଚୁକ୍ତିବଦ୍ଧ ହୋଇଥିବା ସଂସ୍ଥା ଏଥିରେ ଖିଲାପ କରିବାରୁ ଏୟାର ଲାଇନ୍ସ ତାର 50 ପ୍ରତିଶତ ବଡ ବିମାନ (ଏୟାରବସ-ନିଓ)ର ଉଡାଣ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଯାହା କମ୍ପାନୀ ପାଇଁ ସିଧାସଳଖ ଏକ ଆର୍ଥିକ ସଙ୍କଟ ସୃଷ୍ଟି କରିଛି । ଫଳରେ ଦୁଇ ଦିନ ପର୍ଯ୍ୟନ୍ତ ଏୟାର ଲାଇନ୍ସର ସମସ୍ତ ଫ୍ଲାଇଟ ଅପରେସନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେବାକୁ ପଡିଛି ।

ଏନେଇ ଏୟାର ଲାଇନ୍ସ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ ( ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ) ରେ ମଧ୍ୟ ଦ୍ବାରସ୍ଥ ହୋଇଛି । ତେବେ କମ୍ପାନୀରେ ଏବେ ପ୍ରାୟ 5 ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏୟାର ଲାଇନ୍ସ ସାମୟିକ ସେବା ବନ୍ଦ ଘୋଷଣା କରିବା ସହ ନ୍ୟାୟିକ ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ଆର୍ଥିକ ସଂଙ୍କଟରେ ସୁଧାର ନଆସିଲେ ସଂସ୍ଥା ଅନିର୍ଦ୍ଦିଷ୍ଟ କାଳ ପାଇଁ ଯଦି ଉଡାଣ ବନ୍ଦ ରଖେ, ତେବେ ଏହା କର୍ମନିଯୁକ୍ତି ହରାଇବା ପରି ସ୍ଥିତି ସୃଷ୍ଟି କରିବା କଳ୍ପନା ଜଳ୍ପନା ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.