ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗର ସଦସ୍ୟ ଝିଅଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ଆୟୋଗର ସଦସ୍ୟ ମୀନା କୁମାରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଦୁଷ୍କର୍ମ ପାଇଁ ମୋବାଇଲକୁ ଦାୟୀ କରିଛନ୍ତି ।
ଭିଡିଓରେ ମୀନା କୁମାରୀ ମହିଳାଙ୍କ ପାଇଁ କଡା ପ୍ରତିବନ୍ଧକର ଓକିଲାତି କରିଥିବା ନଜର ଆସିଛନ୍ତି । କୁମାରୀ କହିଛନ୍ତି, ଝିଅଙ୍କୁ ସବୁବେଳେ କଡା ନଜରରେ ରଖିବା ଦରକାର । ଏହା ଯାଞ୍ଚ କରିବା ଦରକାର ଯେ ସେମାନେ କୁଆଡେ ଯାଉଛନ୍ତି ଆଉ କାହା ସହ ମିଶୁଛନ୍ତି ।
ଝିଅମାନଙ୍କୁ ମୋବାଇଲ ଫୋନ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ମୀନା କୁମାରୀ । ଝିଅମାନେ ଫୋନରେ କଥା ହେଉଛନ୍ତି ଓ ପରେ ବିବାହ ପାଇଁ ଫେରାର ହୋଇଯାଉଥିବା କହିଛନ୍ତି ମୀନା ।