ETV Bharat / bharat

ନିଟ୍ ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ରୀ

author img

By

Published : Sep 8, 2022, 3:50 PM IST

ଜୀବନ ହାରିଲେ ଛାତ୍ରୀ । NEET-UG ପରୀକ୍ଷାରେ ବିଫଳ ହେବାପରେ ଛାତ୍ରୀଙ୍କ ଆତ୍ମହତ୍ୟା । ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ନିଟ୍ ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ରୀ
ନିଟ୍ ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ରୀ

ଚେନ୍ନାଇ: ବୁଧବାର ନିଟ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ଆଶାନୁରୂପ ଫଳ ନପାଇବା ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି । ଆଶାନୁରୂପ ଫଳ ନପାଇବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ, ସୋମଦତ୍ତ ଓଡିଶା ଟପ୍ପର

ତିରୁଭାଲୁର ଜିଲ୍ଲାର ଜଣେ 19ବର୍ଷୀୟ ଯୁବତୀ NEET-UG ପରୀକ୍ଷାରେ ବିଫଳ ହେବାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଥିରୁମୁଲାଇଭୋୟାଲର ଇନ୍ଦିରା ନାଗର ଚୋଲାପୁରାମର ଲଖସାନା ସ୍ୱିଧା ବୋଲି ସୂଚନା ରହିଛି । ଲଖସାନାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଯବତ କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ଓଡ଼ିଶାର ସୋମଦତ୍ତ ନାୟକ ରାଜ୍ୟ ଟପ୍ପର ହୋଇଥିବାବେଳେ ରାଜସ୍ଥାନର ତନିସ୍କା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସୋମଦତ୍ତ ନାୟକ 99.99 ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବା ବେଳେ ସର୍ବ ଭାରତୀୟ ରାକିଂରେ 39ରେ ରହିଛନ୍ତି ।

ଚଳିତ ବର୍ଷ 18 ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଓଡ଼ିଶା ଭାଷାରେ 822 ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ । ଅନ୍ୟପଟେ ଓଡ଼ିଶାରୁ 44 ହଜାର 947 ଜଣ ପରୀକ୍ଷା ଦେବା ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କର ମଧ୍ୟରୁ 43 ହଜାର 80 ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 26 ହଜାର 279 ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଦେଶରେ 10 ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ 2ଜଣ ସ୍ଥାନ ପାଇଛନ୍ତି । ଦ୍ବିତୀୟ ସ୍ଥାନରେ ପ୍ରିତମ ଗୋଚ୍ଛାୟତ ଓ 5 ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି । ନିଟ୍ ୟୁଜି ପରୀକ୍ଷାରେ ରାଜସ୍ଥାନରେ ତନିସ୍କା ଟପ୍ପର ହୋଇଛନ୍ତି । ଦିଲ୍ଲୀର ବତ୍ସା ଆଶିଷ ବାତ୍ରା ଦ୍ବିତୀୟ, କର୍ଣ୍ଣାଟକର ହୃଷୀକେଷ ନାଗଭୂଷଣ ଗାଙ୍ଗୁଲେ ଓ ରୁଚା ପାୱାସେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.