ପାଟନା: ଜମିଜାମା ବିବାଦରୁ ହତ୍ୟା । ବିହାର ଭୋଜପୁର ଅଞ୍ଚଳରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ନିଷ୍ପାପ ଶିଶୁକନ୍ୟାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭୋଜପୁର ଉଦବନ୍ତନଗର ଥାନା ଅନ୍ତର୍ଗତ ଭେଲାଇ ଗାଁରୁ ଆସିଛି ଏହି ଦୁଃଖଦ ଘଟଣା । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଦୁର୍ବୃତ୍ତ ଘରେ ପଶି ଗୁଳି ଚଳାଇଥିଲା । ଏଥିରେ ଘରେ ଥିବା 8 ବର୍ଷର ନାବାଳିକାର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ଖବର ପାଇ ତଦନ୍ତ ଆରମ୍ଭ ହୋଇଛି । ଜମିବାଡି ବିବାଦ ନେଇ ଏହି କାଣ୍ଡ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଜମି ବିବାଦରୁ ଗୁଳିକାଣ୍ଡ: ରୋହତାସ ଦିନାରା ଥାନା କ୍ଷେତ୍ର କୁଣ୍ଡ ଗାଁ ନିବାସୀ କୃଷ୍ଣା ସିଂହଙ୍କର କିଛି ଲୋକଙ୍କ ସହ ଜମି ବିବାଦ ଲାଗି ରହିଥିଲା । 25 ଏକର ଜମିକୁ ନେଇ ବିବାଦ ଥିଲା । ଏହାକୁ ନେଇ ପୂର୍ବରୁ ମଧ୍ୟ ଗୁଳିକାଣ୍ଡ ଘଟିଛି । କୃଷ୍ଣା ସିଂହ ଓ ତାଙ୍କ ଭାଇ ଉପରକୁ 4 ବର୍ଷ ତଳେ ଆକ୍ରମଣ ହୋଇଥିଲା । ଯେଉଁଥିଲେ କୃଷ୍ଣା ସିଂହଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ଗୁଳିମାଡରେ କୃଷ୍ଣା ସିଂହ ଆହତ ହୋଇଥିଲେ ।
ଏହା ବି ପଢନ୍ତୁ...ଜି-୨୦ ସମ୍ମିଳନୀ ହେବାକୁ ଥିବା ମଇଦାନରେ ତ୍ରିରଙ୍ଗା ହଟାଇବା ପାଇଁ ଧମକ, ତଦନ୍ତ ଜାରି
ଗୁଳିକାଣ୍ଡରେ ଆଖି ବୁଜିଲା ଶିଶୁକନ୍ୟା: ସାମାନ୍ୟ ଜମି ପାଇଁ ଉଗ୍ର ହୋଇଗଲେ ଦୁର୍ବୃତ୍ତ । ସମ୍ପତ୍ତି ପାଇଁ ରକ୍ତମୁଖା ହୋଇ ଘରେ ପଶି ଆଖିବାଜା ଗୁଳି ଚଳାଇଥିଲେ । ଭେଲାଇ ଗାଁରେ ଘରେ ପସି ଫାୟାରିଂ କରିଥିଲେ । ଯେଉଁଥିରେ କୃଷ୍ଣା ସିଂଙ୍କ 8 ବର୍ଷୀୟା ଝିଅ ଦେହରେ ଗୁଳି ବାଜିଥିଲା । ଫଳରେ ଆଖି ବୁଜିଥିଲା ନାବାଳିକା । ଘଟଣା ବିଜୁଳି ବେଗରେ ପ୍ରସାରିତ ହୋଇଥିଲା । ଅପରାଧୀ କାଣ୍ଡ ଘଟାଇ ଫେରାର ହୋଇଥିଲା । ଉଦବତନ୍ତନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ନାବାଳିକାର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ମାମଲାର ତଦନ୍ତ ଜାରି ଥିବା ପୋଲିସ ସୂଚନା ଦେଇଛି । ଜମି ବିବାଦରେ ବଳି ପଡିଛି ଶିଶୁ । ଦୁନିଆ କଣ ଜାଣିବା ଆଗରୁ ଆଖି ବୁଜିଛି ଝିଅଟି । ପୋଲିସ କେବେ ଏ ଅପରାଧୀଙ୍କୁ କାବୁ କରୁଛି ଆଉ ପରିବାରକୁ ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା ।