ETV Bharat / bharat

Twitter India ମୁଖ୍ୟଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

author img

By

Published : Jul 23, 2021, 8:34 PM IST

ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମାହେଶ୍ବରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ବଡ ଆଶ୍ବସ୍ତି । ଅଧିକ ପଢନ୍ତୁ...

Twitter India ମୁଖ୍ୟଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି
Twitter India ମୁଖ୍ୟଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

ବେଙ୍ଗାଲୁରୁ: ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମାହେଶ୍ବରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ବଡ ଆଶ୍ବସ୍ତି । ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସମନ ବିରୋଧରେ ଯାଚିକା ଦାଏର କରିଥିଲେ ମାହେଶ୍ବରୀ ।

ଗାଜିୟାବାଦରେ ଜଣେ ବୃଦ୍ଧଙ୍କୁ ମାଡ ଘଟଣାର ଭଡିଓ ଭାଇରାଲ ହେବାକୁ ନେଇ ଜେରା ପାଇଁ ମାହେଶ୍ବରୀଙ୍କୁ ପୋଲିସ ସାମ୍ନାରେ ହାଜର ହେବାର ଥିଲା । ଏହି ମାମଲାର ଶୁଣାଣି ବେଳେ କର୍ଣ୍ଣାଟକ ହାଇକୋର୍ଟ ପୋଲିସକୁ ମହେଶ୍ୱରୀଙ୍କ ବିବୃତ୍ତିକୁ ଭର୍ଚୁଆଲ୍ ମାଧ୍ୟମରେ କିମ୍ବା ତାଙ୍କ ବାସଭବନରେ ରେକର୍ଡ କରିବାକୁ କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଧାରା 41A ଅନୁଯାୟୀ ବିଜ୍ଞପ୍ତି କିଛି ମନ୍ଦ ଉଦ୍ଦେଶ୍ୟରେ ପଠାଯାଇଥିବା ଜଣାପଡିଛି। ଧାରା 160 ଅନୁଯାୟୀ ବିଜ୍ଞପ୍ତି ପଠାଯିବା ଉଚିତ ବୋଲି କହିଛନ୍ତି କୋର୍ଟ ।

ମହେଶ୍ୱରୀଙ୍କ ଦାବି ପ୍ରସଙ୍ଗ ଉଠାଇ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚାଲୁଥିବା ବିଷୟବସ୍ତୁରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି । ଗତ ଶୁଣାଣିରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ ଗାଜିୟାବାଦ ପୋଲିସ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ବିବାଦୀୟ ଭାଇରାଲ ଭିଡିଓର ତଦନ୍ତରେ ଆଗ୍ରହୀ ନୁହେଁ ।

ଜୁନ 15ରେ ଟ୍ବିଟରରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ବୃଦ୍ଧଙ୍କୁ ତଥାକଥିତ ମାରପିଟ୍ କରାଯାଇଥିବା ଅଭିଯୋ ହୋଇଥିଲା । ଯେଉଁ ଘଟଣାକୁ ନେଇ ସାମ୍ପ୍ରଦାୟିକ ବିଶୃଙ୍ଖଳା ମଧ୍ୟ ତେଜିଥିଲା । ସେପଟେ ଏହି ଘଟଣାରେ ଲୋନି ବର୍ଡର ଥାନାରେ ପୋଲିସ ଏକ ମକଦ୍ଦମା ଦାଏର କରିଥିଲା । ଟ୍ବିଟର ଇଣ୍ଡିଆ ସମତେ ଆଉ 7 ଜଣଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ ହୋଇଥିଲା ।

ରେଜିଷ୍ଟର ହୋଇଥିବା FIRରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ ଯେତେବେଳେ ଭିଡିଓଟିକୁ ଭୁଲ ଉପାୟରେ ଭାଇରାଲ କରାଯାଉଥିଲା, ଟ୍ବିଟର କାହିଁକି ଠୋସ୍ ପଦକ୍ଷେପ ଗ୍ରହଣ କରିନଥିଲା ? ଯାହାଫଳରେ କି ବର୍ତ୍ତମାନ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ସାଧାରଣତଃ ଏହିଭଳି ନ୍ୟୁଜକୁ ଟ୍ବିଟର ମାନିପୁଲେଟେଡ ଟ୍ୟାଗ ଦେଇଥାଏ । ହେଲେ ଏହି ଭିଡିଓ କ୍ଷେତ୍ରରେ ସେଭଳି କିଛି ଟ୍ୟାଗ୍ ବ୍ୟବହାର କରିନଥିଲା ଟ୍ବିଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.