ETV Bharat / bharat

Gehlot vs Pilot: ଆଜି ଗେହଲଟ-ପାଇଲଟଙ୍କୁ ଭେଟିବେ କଂଗ୍ରେସ ଅଧ୍ୟକ୍ଷ ଖଡଗେ - ଅଶୋକ ଗେହଲଟଙ୍କୁ ଭେଟିବେ ମଲ୍ଲିକାର୍ଜୁନ

କର୍ଣ୍ଣାଟକରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ଏକାଠି ରଖିବାରେ ସଫଳ ହୋଇଥିବା କଂଗ୍ରେସ ରାଜସ୍ଥାନରେ ସମାନ ଫର୍ମୁଲା ଆପଣେଇବାକୁ ଯାଉଛି । ଅଧିକ ପଢନ୍ତୁ

Gehlot vs Pilot
Mallikarjun Kharge to meet Gehlot Pilot
author img

By

Published : May 29, 2023, 9:34 AM IST

Updated : May 29, 2023, 10:24 AM IST

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ଦଳ କନ୍ଦଳର ହେବ କି ଶେଷ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ମନ ମତାନ୍ତରରେ ଲାଗିବ କି ବ୍ରେକ । କାମ ଦେବ କି ଖଡଗେଙ୍କ ପ୍ଲାନ । ନିକଟରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ଏକାଠି କରିବାରେ ସଫଳ ହୋଇଥିବା କଂଗ୍ରେସ ରାଜସ୍ଥାନରେ ଏହି ଫର୍ମୁଲା ଆପଣେଇବାକୁ ଯାଉଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦୁଇ କଂଗ୍ରେସ ନେତାଙ୍କ ଦାବି ଶୁଣିବାକୁ ରାଜି ହୋଇଛନ୍ତି । ଆଜି ଏହି ଦୁଇ ନେତାଙ୍କୁ ମଲ୍ଲିକାର୍ଜୁନ ଭେଟିବା ନେଇ ସୂଚନା ମିଳିଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଅଲଗା ଅଲଗା ସମୟରେ ଭେଟିବେ । ଚଳିତ ବର୍ଷ ଶେଷ ଆଡକୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ନେତାଙ୍କ ଦାବି ଶୁଣି ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦିଲ୍ଲୀରେ ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଏହା ସହ ରାଜସ୍ଥାନ ହାଉସର ଭିତ୍ତିପ୍ରସ୍ଥର ସ୍ଥାପନ ମଧ୍ୟ ହେବ । ସଚିନ ପାଇଲଟ କରିଥିବା 3ଟି ଦାବି ଯଦି ଚଳିତ ମାସ ଶେଷ ସୁଦ୍ଧା ପୂରଣ ନ କରାଯାଏ ତେବେ ରାଜ୍ୟବାପୀ ଆନ୍ଦୋଳନ କରିବାକୁ ସେ ଚେତାବନୀ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଓ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦାବି ଉପରେ ଆଲୋଚନା କରି ଏହାର ସମାଧାନ କରିବା ।

ସଚିନ ପାଇଲଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ତାଙ୍କର 3 ଦାବି ମଧ୍ୟରୁ ଏହା ଗୋଟିଏ ଦାବି । ଜଣେ ବରିଷ୍ଠ ନେତା କହିଛନ୍ତି କଂଗ୍ରେସ ଟପ ନେତାଙ୍କ ସହ ମେ 26 ତାରିଖରେ ବୈଠକ ହେବାର ଥିଲା ମାତ୍ର ତାହାକୁ ସ୍ଥଗିତ କରାଯାଇଥିଲା । ବର୍ତ୍ତମାନ କଂଗ୍ରେସ ହାଇକମାଣ୍ଡ ଦୁଇ ନେତାଙ୍କୁ ଭେଟିବେ । କର୍ଣ୍ଣାଟକରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଏକାଠି କରିବାରେ ସଫଳ ହୋଇଥିଲେ ଖଡଗେ । କଣ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିପାରୁଛନ୍ତି ରାଜସ୍ଥାନରେ କାମ ଦେବ କି କର୍ଣ୍ଣାଟକ ପାଇଁ ଆପଣେଥିବା ଫର୍ମୁଲା ତାହା ଦେଖିବାକୁ ବାକି ରହିଲା ।

ଏହା ବି ପଢନ୍ତୁ...ନୂଆ ସଂସଦ ସୌଧ: କର୍ମଦ୍ବାର କାନ୍ଥରେ ଶୋଭା ପାଉଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ର

ଏହା ବି ପଢନ୍ତୁ...ପୋଲିସ ଭ୍ୟାନରେ କୁସ୍ତିଯୋଦ୍ଧାଙ୍କ ସ୍ମାଇଲ ସେଲ୍ଫି ! ଆଇଟି ସେଲ୍‌ ନକଲି ଫଟୋ ପୋଷ୍ଟ କରୁଥିବା ଅଭିଯୋଗ କଲେ ପୁନିଆ

ପ୍ରକାଶଥାଉ କି, କିଛି ଦିନ ତଳେ ଅର୍ଥାତ ଗତ ଏପ୍ରିଲ 11 ତାରିଖରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଅନଶନ କରିଥିଲେ ସଚିନ ପାଇଲଟ । ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରି ଅନଶନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଦୁଇ ଜଣଙ୍କ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରିଥିଲେ ସଚିନ ପାଇଲଟ ।

Last Updated : May 29, 2023, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.