ETV Bharat / bharat

ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ

author img

By

Published : Nov 28, 2021, 12:42 PM IST

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଓ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ (Gautam Gambhir) ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ(death threat mail to Gambhir) ମିଳିଛି । ଅଧିକ ପଢନ୍ତୁ

ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ
ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଓ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ (Gautam Gambhir) ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ(death threat mail to Gambhir) ମିଳିଛି । ଆଜି(ରବିବାର) ମେଲ୍‌ ଯୋଗେଁ ତାଙ୍କୁ ଏହି ଧମକ ଦିଆଯାଇଛି । ପାକିସ୍ତାନ କରାଚିରୁ ଏହି ଧମକପୂର୍ଣ୍ଣ ମେଲ ଆସିଛି । ଏଥିରେ ଡିସିପି ଶ୍ବେତା ଚୌହାନଙ୍କ ନାମ ଅଛି ।

ଆସିଥିବା ଇ-ମେଲ୍‌ରେ ‘ଦିଲ୍ଲୀ ପୋଲିସ ଏବଂ ଡିସିପି ଶ୍ବେତା ମଧ୍ୟ ଆମର କିଛି ବିଗାଡି ପାରିବେ ନାହିଁ। ଆମର ଗୁପ୍ତଚରମାନେ ପୋଲିସ ଭିତରେ ଅଛନ୍ତି, ଯେଉଁମାନେ ତୁମ ବିଷୟରେ ସମସ୍ତ ସୂଚନା ଦେଉଛନ୍ତି’ ବୋଲି ମେଲରେ ରହିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଗୌତମ । ହତ୍ୟା ଧମକ ମିଳିବା ପରେ ଗୌତମ ଗମ୍ଭୀରଙ୍କ ଘରର ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

ଏହାପୂର୍ବରୁ ମଧ୍ୟ ଗୌତମଙ୍କୁ ଧମକ ଆସିଥିଲା । ନଭେମ୍ବର ୨୩ରେ ତାରିଖରେ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ISIS କଶ୍ମୀର(ISIS Kashmir) ତାଙ୍କ ଉପରେ ଅତ୍ୟନ୍ତ ଖପ୍ପା । କାଶ୍ମୀରକୁ ନେଇ ରାଜନୀତି ନ କରନ୍ତୁ । ଏହି ମେଲ୍‌ରେ ପରିବାର ସଦସ୍ୟଙ୍କ ସମେତ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ମେଲ୍‌ ମିଳିବା ପରେ ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା DCP ଶ୍ବେତା ଚୌହାନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ପୋଲିସ ସମସ୍ତ ଘଟଣାର ଛାନଭିନ ଜାରି ରଖିଛି ।

ବ୍ୟୁରୋ ରପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.