ETV Bharat / bharat

କୋଭିଡ ସେଣ୍ଟରରେ ଚାଲିଛି ମନୋରଞ୍ଜନ, ଗରବା ଡ୍ୟାନ୍ସ ଦେଖି ରୋଗୀ ଖୁସି

ଗୁଜୁରାଟ ସୁରଟର ନାନା ବରାଚା ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରୋଗୀଙ୍କୁ ଏକ ଅନୁକୂଳ ପରିବେଶ ଦେବା ସହ କୋରୋନା ଦ୍ବାରା ହେଉଥିବା ମାନସିକ ଚାପରୁ ମୁକ୍ତି ପାଇ କୋଭିଡ ସେଣ୍ଟରରେ ରୋଗୀଙ୍କ ମନରଞ୍ଜନ କରାଯାଉଛି । ଅଧିକ ପଢନ୍ତୁ...

ଗରବା ଡ୍ୟାନ୍ସ ଦେଖି ରୋଗୀ ଖୁସି
ଗରବା ଡ୍ୟାନ୍ସ ଦେଖି ରୋଗୀ ଖୁସି
author img

By

Published : Apr 16, 2021, 1:25 PM IST

ସୁରଟ: କୋଭିଡ ସେଣ୍ଟରରେ ଶୁଭୁଛି ଗରବା ଧୁନ । କିଛି ଯୁବ ସ୍ବେଚ୍ଛାସେବୀମାନେ କୋଭିଡ ସେଣ୍ଟରରେ ଗରବା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଗୁଜୁରାଟ ସୁରଟର ନାନା ବରାଚା ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରୋଗୀଙ୍କୁ ଏକ ଅନୁକୂଳ ପରିବେଶ ଦେବା ସହ କୋରୋନା ଦ୍ବାରା ହେଉଥିବା ମାନସିକ ଚାପରୁ ମୁକ୍ତି ପାଇ କୋଭିଡ ସେଣ୍ଟରରେ ରୋଗୀଙ୍କ ମନୋରଞ୍ଜନ କରାଯାଉଛି ।

ଗରବା ଡ୍ୟାନ୍ସ ଦେଖି ରୋଗୀ ଖୁସି

ସାରା ଦେଶରେ ବେକାବୁ ହେଲାଣି କୋରୋନା ମହାମାରୀ । ଏହାରି ଭିତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦେଖି ଗାରବା ନୃତ୍ୟ ମାଧ୍ୟମରେ ରୋଗୀଙ୍କ ସାମ୍ନାରେ ଏରୋବିକ୍ସ କରାଯାଉଛି। ରୋଗୀଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁଦୃଢ କରିବା ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ କରାଯାଇଛି ।

କୋଭିଡ ଚିକିତ୍ସା ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା କ୍ବାରେଣ୍ଟାଇନ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଯେଉଁଥିରେ କିଛି ସାମାଜିକ ସଙ୍ଗଠନ ଏବଂ ଏନଜିଓର କର୍ମକର୍ତ୍ତାମାନେ ଆଗକୁ ଆସିଛନ୍ତି । 35 ଶଯ୍ୟା ବିଶିଷ୍ଟ ଅମ୍ଳଜାନ ସୁବିଧା ଥିବା ଏକ କୋଭିଡ ସେଣ୍ଟରରେ ଟ୍ରଷ୍ଟର ଯୁବ ସ୍ବଚ୍ଛାସେବୀମାନେ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଗରବା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

ଯେଉଁ ବ୍ୟକ୍ତି କୋରୋନା ସଂକ୍ରମିତ, ସେମାନଙ୍କୁ ଅଧିକ ବିପଦରେ ଥାଏ । ପ୍ରଶାସକମାନଙ୍କ ଦ୍ବାରା ଏରୋବିକ୍ସର ଆୟୋଜନ କରାଯାଇଛି । ଏହାସହ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ । ଯେପରି ଦିନେ ହାସ୍ୟ ଅଭିନେତା, ଯୋଗ, ମାତାଜୀ କି ଆରତୀ, ପ୍ରେରଣା ବକ୍ତା, ଗରବା ସହିତ ବିଭିନ୍ନ କାର୍ଯ୍ୟକଳାପ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.