ETV Bharat / bharat

କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାର ସଞ୍ଜୀବ ଜିବାକୁ ଗୁଳି କରି ହତ୍ୟା - ଗ୍ୟାଙ୍ଗଷ୍ଚାର ସଞ୍ଜୀବ ଜିଭା

ଲକ୍ଷ୍ନୌ ସିଭିଲ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାର ସଞ୍ଜୀବ ଜିବାକୁ ଗୁଳି କରି ହତ୍ୟା । ଆଇନଜୀବୀ ପୋଷାକରେ ଆସି ଗୁଳି କଲା ଦୁର୍ବୃତ୍ତ । ବିଜେପି ବିଧାୟକ ବ୍ରହ୍ମଦତ୍ତ ଦ୍ବିବେଦୀ ହତ୍ୟା ମାମଲାରେ ଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାର ସଞ୍ଜୀବ ଜିବାକୁ ଗୁଳି କଲେ ଦୁର୍ବୃତ୍ତ

author img

By

Published : Jun 7, 2023, 5:04 PM IST

Updated : Jun 7, 2023, 5:45 PM IST

ଲକ୍ଷ୍ନୌ: ସିଭିଲ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଚାର ମୁଖତାର ଅନସାରୀର ସହଯୋଗୀ ଗ୍ୟାଙ୍ଗଷ୍ଟାର ସଞ୍ଜୀବ ଜିବାକୁ ଗୁଳି କରି ହତ୍ୟା କରାଯାଇଛି । ଆଜି (ବୁଧବାର) ସଞ୍ଜୀବକୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅପରାହ୍ନରେ ଏହି ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତ ଆଇନଜୀବୀ ବେଶରେ କୋର୍ଟରେ ପ୍ରବେଶ କରି ଗୁଳି ଚଳାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କ ସମେତ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଗ୍ୟାଙ୍ଗଷ୍ଟାର ସଞ୍ଜୀବ ଜିବା ଗ୍ୟାଙ୍ଗଷ୍ଟାର ତଥା ରାଜନେତା ମୁଖତାର ଅନସାରୀର ସହଯୋଗୀ ଭାବେ ଜଣାଶୁଣା । ସଞ୍ଜୀବ ବିରୋଧରେ ବିଜେପି ବିଧାୟକ ବ୍ରହ୍ମଦତ୍ତ ଦ୍ବିବେଦୀଙ୍କ ହତ୍ୟା ସମେତ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି ।

  • #WATCH | Uttar Pradesh: Gangster Sanjeev Jeeva shot outside the Lucknow Civil Court. Further details awaited

    (Note: Abusive language) pic.twitter.com/rIWyxtLuC4

    — ANI UP/Uttarakhand (@ANINewsUP) June 7, 2023 " class="align-text-top noRightClick twitterSection" data=" ">

ମୁଖତାର ଅନସାରୀର ଘନିଷ୍ଠ ଅପରାଧିକ ସହଯୋଗୀ ସଞ୍ଜୀବ ଜିବା ବିଜେପି ବିଧାୟକ ବ୍ରହ୍ମଦତ୍ତ ଦ୍ବିବେଦୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଥିଲା । ଏହି ବହୁଚର୍ଚ୍ଚିତ ରାଜନୈତିକ ହତ୍ୟାକାଣ୍ଡରେ ମୁଖତାର ମଧ୍ୟ ଅଭିଯୁକ୍ତ ଭାବେ ରହିଛି । ଏକାଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ସଞ୍ଜୀବକୁ ଆଜି ଶୁଣାଣି ପାଇଁ ଲକ୍ଷ୍ନୌ ସିଭିଲ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ଆଇନଜୀବୀ ଭାବେ କୋର୍ଟରେ ପ୍ରବେଶ କରିଥିଲେ ଦୁର୍ବୃତ୍ତ ।

ଏହି ହତ୍ୟାକାଣ୍ଡରେ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ସାମିଲ ଥିଲେ, ସେନେଇ କିଛି ସ୍ପଷ୍ଟ ହୋଇପାରିନି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 2018ରେ ଜେଲ୍‌ରେ ହତ୍ୟାର ଶିକାର ହୋଇଥିବା ଉତ୍ତର ପ୍ରଦେଶର ଅନ୍ୟତମ ଗ୍ୟାଙ୍ଗଷ୍ଟାର ମୁନା ବଜରଙ୍ଗୀ ସହ ମଧ୍ୟ ସଞ୍ଜୀବର ଅପରାଧିକ ସମ୍ପର୍କ ରହିଥିଲା । ତାର ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି ସୁରକ୍ଷା ମାଗିଥିଲା ସଞ୍ଜୀବର ପତ୍ନୀ । ଆଜି ଗୁ୍‌ଳିକାଣ୍ଡ ପରେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ଫେରାର କିମ୍ବା ଗିରଫ ସେନେଇ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରିନି । ସ୍ଥାନୀୟ ଡିସିପିଙ୍କ ନେତୃତ୍ବରେ ପୋଲିସ ଫୋର୍ସ କୋର୍ଟ ପରିସରରେ ପହଞ୍ଚିଛନ୍ତି ।

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ହତ୍ୟାକାଣ୍ଡ ଓ ପରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଗ୍ୟାଙ୍ଗଷ୍ଟାର ଭାଇ ଅଶରଫର ହତ୍ୟା ପାଇଁ ରାଜ୍ୟର ଶୃଙ୍ଖଳା ସ୍ଥିତି ଚର୍ଚ୍ଚାରେ ରହିଥିଲା । ଏବେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ତଦନ୍ତ ଜାରି ରହିଛି । କିଛି ଦିନର ବିରତି ପରେ ପୁଣି ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଓ୍ବାରରେ ମୁଣ୍ଡ ଗଡ଼ିଛି । ତେବେ ରାଜ୍ୟ ଇତିହାସରେ ଜେଲ୍‌ ଭିତରେ ଗ୍ୟାଙ୍ଗ୍‌ଓ୍ବାର ଓ କୋର୍ଟ ପରିସରରେ ହତ୍ୟାକାଣ୍ଡ ପ୍ରଥମ ଘଟଣା ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2023, 5:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.