ETV Bharat / bharat

ପାଟନାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ! - ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବିହାର ରାଜଧାନୀ ପାଟନାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ଜଣେ ଗିରଫ । ଅନ୍ୟ 4 ଏବେବି ଫେରାର । ଅଧିକ ପଢନ୍ତୁ

ପାଟନାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ !
ପାଟନାରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ !
author img

By

Published : Jan 4, 2023, 10:50 PM IST

Updated : Jan 4, 2023, 11:00 PM IST

ହାଇଦ୍ରାବାଦ: ପାଟନାରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏଥିରେ 5 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୀଡିତା ଅଭିଯୋଗ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅନ୍ୟ 4 ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ଘଟଣା ନେଇ ଆଜି ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସହରର ବାଇବାସ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି । ପୀଡିତା ପରିବାର ସଦସ୍ୟ ଏନେଇ ବାଇପାସ୍ ପୋଲିସ୍ ଷ୍ଟେସନରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସୋମବାର ସଂଧ୍ୟାରେ କୋଚିଂରୁ ଫେରୁଥିବା ସମୟରେ ଛାତ୍ରୀଙ୍କୁ ଏହି ଅଭିଯୁକ୍ତମାନେ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ ।

ଅଭିଯୋଗ ଆଧାରରେ ପୀଡିତାର ବୟାନ ରେକର୍ଡ କରାଯିବା ପୋଲିସ ତାର ଡାକ୍ତରୀ ମାଇନା ମଧ୍ୟ କରିଛି । ସେହିପରି ଗିରଫ ଜଣେ ଅଭିଯୁକ୍ତର ନମୂନା ମଧ୍ୟ ସଂଗ୍ରହ କରାଯାଇଛି । ଅନ୍ୟମାନଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଏକାଧିକ ପୋଲିସ ଟିମ୍‌ ଚଢାଉ ଜାରି ରଖିଛନ୍ତି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତ ପୋଲିସ କବଜାକୁ ଆସିବା ନେଇ ପାଟନା ASP ଅମିତ ରଞ୍ଜନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2023, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.