ETV Bharat / bharat

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଲେ ଦୁର୍ବୃତ୍ତ - ବିହାର ଗଣଦୁଷ୍କର୍ମ

ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ପିଶାଚ । ବିହାର ସମସ୍ତିପୁର ଅଞ୍ଚଳରେ ଘଟିଛି ଏହି ଅମାନୁଷିକ କାଣ୍ଡ । ଅଧିକ ପଢନ୍ତୁ...

ଶୌଚ ପାଇଁ ଯାଇଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

author img

By

Published : May 26, 2021, 11:01 AM IST

ପାଟନା: ବିହାରର ସମସ୍ତିପୁର ଜିଲ୍ଲାରୁ ସାମ୍ନାକୁ ଆସିଲା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ବିଭୂତିପୁର ଥାନା ଅନ୍ତର୍ଗତ ଏକ ଗାଁରେ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଦୁଷ୍କର୍ମ କରିବା ପରେ ପିଶାଚମାନେ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପଳାଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ମହିଳା ଜଣକ ସକାଳେ ଶୌଚ ହେବାକୁ ଘର ଠାରୁ କିଛି ଦୂର କ୍ଷେତକୁ ଯାଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ବ୍ୟକ୍ତି ମହିଳାଙ୍କୁ ଏକ ନିଛାଟିଆ ଜାଗାକୁ ଉଠାଇ ନେଇଥିଲେ ଏବଂ ଦୁଷ୍କର୍ମ କରିଥିଲେ । ପୀଡିତା ଜଣକ ଏହାକୁ ବିରୋଧ କରିବାକୁ ଅଭିଯୁକ୍ତମାନେ ତାଙ୍କୁ ମାଡପିଟ୍ କରିବା ସହ ହତ୍ୟା ଧମକ ଦେଇଥିଲେ । ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ପାଖ ବିଦ୍ୟୁତ ଖୁଣ୍ଟରେ ଉଲଗ୍ନ ଅବସ୍ଥାରେ ବାନ୍ଧି ସେଠାରୁ ଚମ୍ପଟ ମାରିଥିଲେ । କିଛି ଗ୍ରାମବାସୀ କ୍ଷେତକୁ ଯାଉଥିବା ସମୟରେ ମହିଳାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।

ସୂଚନାଯୋଗ୍ୟ, ସମ୍ପୃକ୍ତ ପୀଡିତାଙ୍କ ଘରେ ବିବାହ ଉତ୍ସବ ଚାଲିଥିଲା । ବିବାହର ସାଜସଜ୍ଜା ପାଇଁ ଟେଣ୍ଟ ଓ ବାଜାବାଲା ମଧ୍ୟ ଆସିଥିଲେ । ସେହିମାନଙ୍କୁ ମଧ୍ୟରୁ ହୁଏତ କିଛି ଲୋକ ମହିଳାଙ୍କ ପିଛା କରି ତାଙ୍କ ସୁନା ଗହଣା ଲୁଟି ନେବା ସହ ଗଣଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି । ଘଟଣାରେ ଟେଣ୍ଟ ସାଜସଜ୍ଜାରେ ନିୟୋଜିତ 7 ଜଣ ମଜୁରିଆଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.