ETV Bharat / bharat

ମଇଁଷି ପଲକୁ ଧକ୍କା ଦେଲା ବନ୍ଦେଭାରତ ଏକ୍ସପ୍ରେସ

author img

By

Published : Oct 6, 2022, 5:17 PM IST

ଗୁଜୁରାଟରେ ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେଭାରତ ଏକ୍ସେପ୍ରେସ୍‌ । ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ ଏକ ମଇଁଷିପଲକୁ ଧକ୍କା ଦେବାପରେ ଟ୍ରେନ୍‌ରେ ମୁଖ ପାର୍ଶ୍ବ ସାମାନ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି (Vande Bharat Express train damaged) । ଅଧିକ ପଢ଼ନ୍ତୁ

Gandhinagar Mumbai Vande Bharat Express train damaged after hitting a buffalo herd
ଗୁଜରାଟରେ ଗୋରୁପଲକୁ ଧକ୍କା ଦେଲା ବନ୍ଦେଭାରତ ଏକ୍ସେପ୍ରେସ୍‌, ସାମାନ୍ୟ ଭାଙ୍ଗିଲା ମୁଖପାର୍ଶ୍ବ

ଗାନ୍ଧୀନଗର: ଗୁଜୁରାଟରେ ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେଭାରତ ଏକ୍ସପ୍ରେସ୍‌ । ଗୁରୁବାର ସକାଳେ ବତ୍ତ୍ବ ରେଳ ଷ୍ଟେସନରୁ ମାନୀନଗର ଯାଉଥିବା ବେଳେ ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ ଏକ ମଇଁଷିପଲକୁ ଧକ୍କା ଦେବାପରେ ଟ୍ରେନ୍‌ରେ ମୁଖ ପାର୍ଶ୍ବ ସାମାନ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି (Vande Bharat Express train damaged) । ଗତ ସେପ୍ଟେମ୍ବର ୩୦ ତାରିଖରେ ଗାନ୍ଧୀନଗରରୁ ମୁମ୍ବାଇ ରୁଟ୍‌ରେ ପ୍ରଧାନମନ୍ତ୍ରୀ ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ।

ସକାଳ ୧୧ଟା ବେଳେ ଏହି ଟ୍ରେନ୍‌ ଅହମ୍ମଦାବାଦ ପହଞ୍ଚିବା ପୂର୍ବରୁ ବତ୍ତ୍ବ ରେଳ ଷ୍ଟେସନରୁ ମାନୀନଗର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଜଣେ ରେଳ କର୍ମଚାରୀ ଟ୍ରେନ୍‌ର ମୁଖ ପାର୍ଶ୍ବରୁ ଭାଙ୍ଗି ଯାଇଥିବା ଅଂଶକୁ ହଟାଇଛନ୍ତି । ଏହାପରେ ଟ୍ରାକ୍‌ କ୍ଲିୟର କରାଯାଇ ପୁନଃ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବା ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ: ଗାନ୍ଧୀନଗରୁ-ମୁମ୍ବାଇ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ଆଜି (ଶୁକ୍ରବାର) ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଦେଶକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭେଟି ଦେଇଛନ୍ତି । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗାନ୍ଧୀନଗରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଛି । ଗୁଜୁରାଟ ଓ ମହାରାଷ୍ଟ୍ରର ଦୁଇ ରାଜଧାନୀକୁ ଯୋଡୁଛି ଏହି ଏକ୍ସପ୍ରେସ ।

ରବିବାରକୁ ଛାଡି ସପ୍ତାହକୁ 6 ଦିନ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଟ୍ରେନ୍‌ ନମ୍ବର 20901 ସପ୍ତାହକୁ 6 ଦିନ ମୁମ୍ବାଇରୁ ସକାଳ 6ଟା 10ରୁ ବାହାରି ଗାନ୍ଧୀନଗରରେ 12ଟା 30ରେ ପହଞ୍ଚିବ । ଟ୍ରେନ ନମ୍ବର 20902 ଅପରାହ୍ନ 2ଟା 5ରୁ ଗାନ୍ଧୀନଗରରୁ ବାହାରି ରାତି 8ଟା 35ରେ ମୁମ୍ବାଇରେ ପହିଞ୍ଚିବ । ଏଥିରେ 16ଟି କୋଚ୍‌ ରହିଛି । ଏକ୍ସପ୍ରେସ୍‌ରେ ପାଖାପାଖି 1,128 ଯାତ୍ରୀ ବସିବାର କ୍ଷମତା ରହିଛି । ଏହାର ଓଜନ 392ରୁ ଟନ୍‌ରୁ 38 ଟନକୁ କମାଇ ଦିଆଯାଇଛି ।

2 ଫୁଟ ବନ୍ୟା ପାଣିରେ ମଧ୍ୟ ଏହା ଟ୍ରାକରେ ସହଜରେ ଗଡିବ, ଏହା କଳଙ୍କିହୀନ । ଏଥିରେ ଆଟୋମେଟିକ ଗେଟ ଖୋଲିବା ବ୍ୟବସ୍ଥା ରହିଛି । ଜିନିଷପତ୍ର ରଖିବା ପାଇଁ ମଧ୍ୟ ଅଧିକ ସ୍ଥାନ ରହିଛି । ଶୌଚାଳୟଗୁଡିକ ମଧ୍ୟ ଉନ୍ନତ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.