ETV Bharat / bharat

Wheat Exports Ban: G7 ଦେଶମାନଙ୍କ ସମାଲୋଚନା - ବିଦେଶକୁ ଗହମ ରପ୍ତାନୀ ବନ୍ଦ

ଦେଶରେ ଦରଦାମ ବୃଦ୍ଧି ପାଉଥିବାରୁ ସରକାର ଗହମ ରପ୍ତାନୀ ନିଷିଦ୍ଧ କରିଛନ୍ତି (Wheat Exports) । ଯାହାକୁ ନେଇ ଜି-୭ ଦେଶ ଗୁଡିକ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Wheat Exports Ban: G7 ଦେଶମାନଙ୍କ ସମାଲୋଚନା

author img

By

Published : May 15, 2022, 8:19 AM IST

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ପାଉଥିବାରୁ ସରକାର ଗହମ ରପ୍ତାନୀ ନିଷିଦ୍ଧ କରିଛନ୍ତି (India bans wheat exports) । ରପ୍ତାନୀ ଉପରେ କଟକଣା ତତ୍‌କ୍ଷଣାତ ଲାଗୁ ହୋଇଥିବା ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ ସରକାର ସୂଚନା ଦେଇଛନ୍ତି । କେବଳ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ । ଯାହା ସାରା ବିଶ୍ୱରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ।

ଗହମ ରପ୍ତାନୀ ଉପରେ ଭାରତ ସରକାରଙ୍କ କଟକଣା ନିଷ୍ପତିକୁ ଜି-୭ ଦେଶ ଗୁଡିକ ସମାଲୋଚନା କରିଛନ୍ତି । ଭାରତ ପରି ଅନ୍ୟଦେଶ ଗୁଡିକ ମଧ୍ୟ ଯଦି ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନିଅନ୍ତି କିମ୍ବା ସେମାନଙ୍କ ବଜାରକୁ ବନ୍ଦ କରନ୍ତି ତେବେ ଏହି ସମସ୍ୟା ଆହୁରି ଜଟିଳ କରିଦେବ ବୋଲି ଜର୍ମାନୀର କୃଷି ମନ୍ତ୍ରୀ ସେମ ଓଜଡେମିର ଷ୍ଟଡଗାର୍ଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଟିଳ ମୁହୁର୍ତ୍ତରେ କୌଣସି ଦେଳ କଟକଣା ମୂଳକ ପଦକ୍ଷେପ ନନେବା ପାଇଁ ଜି-୭ ଦେଶର କୃଷିମନ୍ତ୍ରୀ ମୀାନେ ବିଶ୍ବକୁ ଆହ୍ବାନ କରିଛନ୍ତି । ଆସନ୍ତା ଜୁନରେ ଜର୍ମାନୀରେ ଜି-୭ର ଶୀର୍ଷ ବୈଠକ ହେବ । ସେହି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଜି-୭ କୃଷିମନ୍ତ୍ରୀ ମାନେ ସୁପାରିଶ କରିବେ ।

ସୂଚନା ଅନୁସାରେ, ବିଶ୍ୱକୁ ଗହମ ଯୋଗାଉଥିବା ଦୁଇ ପ୍ରମୁଖ ରାଷ୍ଟ୍ର ୟୁକ୍ରେନ୍ ଓ ଋଷ ବର୍ତ୍ତମାନ ଯୁଦ୍ଧରେ ମାତିଛନ୍ତି । ତେଣୁ ଗହମ ରପ୍ତାନୀ ବାଧାପ୍ରାପ୍ତ ହୋଇଛି । ପଶ୍ଚିମ ଦେଶଗୁଡ଼ିକରେ ଗହମ ଓ ଗମହଜାତ ଦ୍ରବ୍ୟରେ ଆହେତୁକ ମୂଲ୍ୟ ବୃଦ୍ଧି ହୋଇଛି । ଏନେଇ କେନ୍ଦ୍ର ସରକାର କହିଛନ୍ତି, ଦେଶର ଖାଦ୍ୟ ନିରାପତ୍ତା ଏବଂ ପଡୋଶୀ ଓ ଅନ୍ୟ ଦୁର୍ବଳ ରାଷ୍ଟ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗହମ ରପ୍ତାନୀ ଉପରେ କଟକଣା ଲଗାଯାଇଛି । ଭାରତ ପଡୋଶୀ ଓ ଦୁର୍ବଳ ବିକାଶଶୀଳ ରାଷ୍ଟ୍ରର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ପ୍ରତିବଦ୍ଧ ଅଟେ । ସେପଟେ ବିଶ୍ୱରେ ଦେଖାଦେଇଥିବା ଖଦ୍ୟ ସଂକଟ ପାଇଁ ସିଧା ଋଷ ଓ ପୁଟିନଙ୍କୁ ଦାୟୀ କରିଛନ୍ତି ଜର୍ମାନୀ ଚାନ୍‌ସେଲର ଓଲାଫ ସ୍କୁଲ୍‌ଜ। ବିଶ୍ୱ ଖାଦ୍ୟ ସୃଙ୍ଖଳବାଧାପ୍ରାପ୍ତ ହେବା ପଛରେ ଋଷ ଦାୟୀ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି ଜର୍ମାନୀ ଚାନ୍‌ସେଲର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.