ETV Bharat / bharat

ଜି-20 ସମ୍ମିଳନୀର ଦ୍ବିତୀୟ ଦିନ, ବଣ ବୁଲିଲେ ବୃଷରୋପଣ କଲେ ପ୍ରଧାନମନ୍ତ୍ରୀ - ଇଣ୍ଡୋନେସିଆ ବାଲି

ଇଣ୍ଡୋନେସିଆର ବାଲିରେ ଚାଲିଥିବା 17ତମ ଜି 20 ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ଜି -୨୦ ନେତାମାନେ ବାଲିରେ ଥିବା ହେନ୍ତାଳ ବଣ ବୁଲିବା ସହ ବୃକ୍ଷରୋପଣ କରିଛନ୍ତି । ଅଧିକ ପଢନ୍ତୁ

ଜି-20 ସମ୍ମିଳନୀର ଦ୍ବିତୀୟ ଦିନ, ବଣ ବୁଲିଲେ ବୃଷରୋପଣ କଲେ ପ୍ରଧାନମନ୍ତ୍ରୀ

author img

By

Published : Nov 16, 2022, 11:56 AM IST

ଜାକାର୍ତ୍ତା: ଇଣ୍ଡୋନେସିଆର ବାଲିରେ 17ତମ ଜି 20 ସମ୍ମିଳନୀ ଜାରି ରହିଛି । ଆଜି ଏହି ସମ୍ମିଳନୀରେ ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ଜି -୨୦ ନେତାମାନେ ବାଲିରେ ଥିବା ହେନ୍ତାଳ ବଣ (mangrove forest) ବୁଲିବା ସହ ବୃକ୍ଷରୋପଣ କରିଛନ୍ତି ।

  • PM Modi along with other G-20 Leaders visited & planted Mangroves at Taman Hutan Raya Ngurah Rai Mangrove forests on sidelines of G-20 Summit in Bali. India has joined Mangrove Alliance for Climate (MAC), a joint initiative of Indonesia & UAE under Indonesian G-20 Presidency: MEA pic.twitter.com/dRjHUWABIo

    — ANI (@ANI) November 16, 2022 " class="align-text-top noRightClick twitterSection" data=" ">

ଜି-20 ସମ୍ମିଳନୀରେ ବିଶ୍ବ ନେତା ଏକାଠି ହୋଇଛନ୍ତି । ଦ୍ବିତୀୟ ଦିନରେ ମ୍ୟାନଗ୍ରୋଭ ଫରେଷ୍ଟ(ହେନ୍ତାଳ ବଣ) ବୁଲିଛନ୍ତି ଜି-20 ନେତା । ବାଲି ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ମ୍ୟାନଗ୍ରୋଭ ଫରେଷ୍ଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ସ୍ବାଗତ କରିଥିଲେ । ସେଠାରେ ବଣ ବୁଲିବା ସହିତ ବୃକ୍ଷରୋପଣ କରିଥିଲେ ପ୍ରଧାନମନ୍ତ୍ରୀ । 17 ଜି-20 ସମ୍ମିଳନୀରେ ସାମିଲ ହେବା ପାଇଁ ସୋମବାର ବାଲିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଇଣ୍ଡୋନେସିଆ, ଫ୍ରାନ୍ସ, ସିଙ୍ଗାପୁର, ଜର୍ମାନୀ,ଇଟାଲୀ, ଅଷ୍ଟ୍ରେଲିଆ ଆଦି ଦେଶ ମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ...ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

ଏହା ବି ପଢନ୍ତୁ...G 20 Summit: ପ୍ରଥମ ଥର ସୁନକ ମୋଦି ଭେଟଘାଟ

ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଥିଲା । ଖାଦ୍ୟ ଓ ଉର୍ଜା, ସ୍ବାସ୍ଥ୍ୟ ଓ ୟୁକ୍ରେନ-ଋଷ ଯୁଦ୍ଧ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ଚକ୍ର ହୋଇଥିଲା । ୟୁକ୍ରେନ ଓ ଋଷ ଯୁଦ୍ଧ ସମ୍ପର୍କରେ ଆଲୋଚନା କରି ଯୁଦ୍ଧ ବିରତି ପାଇଁ ଆହ୍ବାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ'' ଏହି ଯୁଦ୍ଧ ସଙ୍କଟ ସୃଷ୍ଟି କରିଛି । ଏହା ବନ୍ଦ ହେବାର ଆବଶ୍ୟକତା ରହିଛି । କୂଟନୀତି ଆପଣେଇ ଏହାକୁ ରୋକା ଯାଇ ପାରିବ ।'' ସମ୍ମିଳନୀ ପ୍ରଥମ ଦିନ କାର୍ଯ୍ୟକ୍ରମ ପରେ ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ । ସେଠାରେ ଦେଶର ଅଭିବୃଦ୍ଧି ବିଷୟରେ କହିବା ସହ ପ୍ରସିଦ୍ଧ କଟକ ବାଲିଯାତ୍ରା ବିଷୟରେ କହିିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.