ETV Bharat / bharat

G-20 Summit: ଦିଲ୍ଲୀରେ ବେଆଇନ ଭାବେ ରହୁଛନ୍ତି ୫୪୭୭ ବିଦେଶୀ, ୯୦୦ ପାକିସ୍ତାନୀଙ୍କ ମିଳୁନି ପତ୍ତା - ବିଦେଶୀ

ଆସନ୍ତା ବର୍ଷ ଦିଲ୍ଲୀରେ ଜି-୨୦ ସମ୍ମିଳନୀ (G-20 Summit)ର ଆୟୋଜନ ହେବାକୁ ଯାଉଛି । ଏଥିରେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ସାମିଲ ହେବେ । ତେବେ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରହୁଥିବା ବେଆଇନ ନାଗରିକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ବେଆଇନ ଭାବେ ରହୁଛନ୍ତି ୫୪୭୭ ବିଦେଶୀ, ୯୦୦ ପାକିସ୍ତାନୀ ସାମିଲ

author img

By

Published : Dec 15, 2022, 9:53 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବେଆଇନ ଭାବେ ମୋଟ ୫୪୭୭ ବିଦେଶୀ ରହୁଥିବା ଜଣାପଡ଼ିଛି । ତେବେ ଏମାନଙ୍କ ମଧ୍ୟରୁ ୯୦୦ ପାକିସ୍ତାନୀଙ୍କ ପତ୍ତା ମିଳୁନି । ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀ (G-20 Summit)କୁ ଦୃଷ୍ଟିରେ ରଖି ଏପରି ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଚିହ୍ନଟ କରିବା ଲାଗି ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ପୋଲିସ କମିଶନର ସଞ୍ଜୟ ଅରୋଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ଏଯାବତ ୫୪୭୭ ବିଦେଶୀଙ୍କୁ ଚିହ୍ନଟ କରିଥିବା ବେଳେ ଏବେ ବି ତଦନ୍ତ ଜାରି ରହିଛି ।

ଦିଲ୍ଲୀରେ କେତେ ବାଂଲାଦେଶୀ ଓ ଅନ୍ୟ ବିଦେଶୀ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଲାଗି ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ କମିଶନର ରଜନିଶ ଗୁପ୍ତାଙ୍କ କହିବାନୁସାରେ ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତଥ୍ୟ ଦିଆଯାଇଥାଏ । ଏହାପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ଚିହ୍ନଟ କରିଥାଏ । ବେଳେ ବେଳେ ଏ ନେଇ ଏକ ସ୍ପେଶାଲ ଡ୍ରାଇଭ ମଧ୍ୟ ଆରମ୍ଭ ହୋଇଥାଏ । ମାତ୍ର ଆସନ୍ତା ବର୍ଷ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କେତେ ଜଣ ବିଦେଶୀ ରହୁଛନ୍ତି ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଏହା ବି ପଢନ୍ତୁ- VIRAL VIDEO: ବିବାହ ମଣ୍ଡପ ପାଲଟିଲା ରଣକ୍ଷେତ୍ର, ପରସ୍ପରକୁ ପିଟିଲେ ବରକନ୍ୟା

ସୁରକ୍ଷା କର୍ମୀଙ୍କ କହିବାନୁସାରେ ଦିଲ୍ଲୀରେ ପାକିସ୍ତାନୀ, ବାଂଲାଦେଶୀଙ୍କ ସମେତ ଅନେକ ବିଦେଶୀ ରହୁଛନ୍ତି । ସେପଟେ ଦିଲ୍ଲୀ ପୋଲିସର ପୂର୍ବତନ ଏସିପି ବେଦଭୂଷଣଙ୍କ ସୂଚନା ଅନୁସାରେ ଦିଲ୍ଲୀରେ ଆଜି ମଧ୍ୟ ଅର୍ଥ ଦେଇ ବେଆଇନ ଭାବେ ଆଧାର, ଭୋଟର କାର୍ଡ ତିଆରି କରାଯାଉଛି । ଏଥିଲାଗି ବେଆଇନ ଭାବେ ରାଜଧାନୀରେ ରହୁଥିବା ବିଦେଶୀଙ୍କୁ ଚିହ୍ନଟ କରିବା ଏକ କଷ୍ଟକର ବ୍ୟାପାର । ମାତ୍ର ପ୍ରତିଟି କଲୋନୀରେ ପୋଲିସ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ । ଯାହାଦ୍ବାରା ସହରରେ ରହୁଥିବା ବିଦେଶୀଙ୍କ ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ ପୋଲିସ ଜାଣିପାରିବ ।

ସୂଚନା ଥାଉ କି ପୂର୍ବ ବର୍ଷ ଦିଲ୍ଲୀ ପୋଲିସ ରାଜଧାନୀରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଚିହ୍ନଟ କରିବା ଲାଗି ଏକ ଡ୍ରାଇଭ ଆରମ୍ଭ କରିଥିଲା । ଏହି ଯାଞ୍ଚ ସମୟରେ ଦିଲ୍ଲୀର ଦକ୍ଷିଣ-ପୂର୍ବ ଜିଲ୍ଲାରୁ ପ୍ରାୟ ୬୫ ଲୋକଙ୍କୁ ଚିହ୍ନଟ କରାଯାଇଥିଲା, ଯେଉଁମାନଙ୍କ ନିକଟରେ ବୈଧ କାଗଜପତ୍ର ନଥିଲା । ଏଥି ମଧ୍ୟରୁ ସର୍ବାଧିକ ୫୧ ଜଣ ଆଫଗାନିସ୍ତାନ ନାଗରିକ, ୧୦ ବାଂଲାଦେଶ ଓ ୪ ଜଣ ୟୁଗାଣ୍ଡାର ନାଗରିକ ଥିଲେ । ଆଫଗାନିସ୍ତାନୀଙ୍କ ମଧ୍ୟରୁ ୨୩ ଜଣ ହଜରତ ନିଜାମୁଦ୍ଦିନ ଓ ୨୨ ଜଣ ଲାଜପତ ନଗରରେ ରହୁଥିଲେ । ଦିଲ୍ଲୀର ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ବେଆଇନ ଭାବେ ଅନେକ ବିଦେଶୀ ରହୁଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.