ETV Bharat / bharat

Agnipath Scheme: ଅବସର ବୟସ ସୀମାକୁ ୬୫କୁ ବୃଦ୍ଧି କରିବାକୁ ଦିଦିଙ୍କ ଦାବି - ଅଗ୍ନିପଥକୁ ନେଇ କଂଗ୍ରେସର ପ୍ରତିକ୍ରିୟା

ଅଗ୍ନିପଥ ଯୋଜନାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଗ୍ନିପଥ ଯୋଜନାକୁ ନେଇ ପୁନଃବିଚାର କରିବାକୁ ସେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

Agnipath Scheme: ଅବସର ବୟସ ସୀମାକୁ ୬୫କୁ ବୃଦ୍ଧି କରିବାକୁ ଦିଦିଙ୍କ ଦାବି

author img

By

Published : Jun 27, 2022, 9:14 PM IST

କୋଲକାତା: ଅଗ୍ନିପଥ ଯୋଜନାକୁ ପୂର୍ବରୁ ବହୁ ଆଶାୟୀ ବିରୋଧ କରି ଆସିଛନ୍ତି । ଯୋଜନାରେ ଅନେକ ତ୍ରୁଟିବିଚ୍ୟୁତିର ସଂଶୋଧନର ଆବଶ୍ୟକତା ରହିଥିବା ନେଇ ମତ ପ୍ରକାଶ ପାଇଛି । ଏଥିରେ ବର୍ତ୍ତମାନ ସ୍ବର ମିଶାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଗ୍ନିପଥ ଯୋଜନାକୁ ନେଇ ପୁନଃବିଚାର କରିବାକୁ ସେ ଦାବି କରିଛନ୍ତି ।

ଏକ ସମ୍ବାଦ ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ମମତା ବାନାର୍ଜୀ କହିଛନ୍ତି ଯେ, "ଅଗ୍ନିପଥ ଯୋଜନାରେ ଯୁବବର୍ଗଙ୍କ ଭବିଷ୍ୟତ ଅନିଶ୍ଚିତତା ରହିବ । କେନ୍ଦ୍ର ସରକାର ଏହି ଯୋଜନାରେ ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରିବା ଆବଶ୍ୟକ । ବିନା କୌଣସି ଆଲୋଚନାରେ ମୋଦି ସରକାର ଏହି ଯୋଜନାକୁ ଲାଗୁ କରିଛନ୍ତି । ତା ସହିତ ଏହି ଯୋଜନାରେ ଅବସର ବୟସ ସୀମାକୁ ୬୫କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ମମତା ।"

କୌଣସି ଯୋଜନା ଲାଗୁ କରିବା ପୂର୍ବରୁ ମୋଦି ପାର୍ଲିଆମେଣ୍ଟ କମିଟିର ମତ ନେଉନଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ କଂଗ୍ରେସ ନେତା ମୋହନ ପ୍ରକାଶ ସମାନ ଅଭିଯୋଗ କରିଥିଲେ । ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସଙ୍କଟରେ ପକାଇବ ବୋଲି ସେ ଅଭିଯୋଗ କରିଥିଲେ ।

ସୋମବାର କଂଗ୍ରେସ ପକ୍ଷରୁ ପ୍ରାୟ ୩୫୦୦ ବିଧାନସଭା ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ ସତ୍ୟାଗ୍ରହ କରାଯାଇଥିଲା । ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ସେନାକୁ ଘରୋଇକରଣ ଉପାୟ ଚଳାଇବାକୁ ମୋଦି ସରକାର ଚକ୍ରାନ୍ତ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ଯୋଜନାକୁ ବିରୋଧ କରି ଆଶାୟୀ ଦେଶରେ ୧୨ଟି ଟ୍ରେନ୍‌ରେ ଅଗ୍ନିକାଣ୍ଡ କିରଥିଲେ । ଯେଉଁଥିରେ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.