ETV Bharat / bharat

ପୁଣି ଜଣେ ଘନିଷ୍ଠ ସହଯୋଗୀ ଗିରଫ, ହେଲେ ଅମ୍ରିତପାଲର ମିଳୁନି ପତ୍ତା

ପଳାତକ ଅମ୍ରିତପାଲ ସିଂର ଆଉ ଜଣେ ଘନିଷ୍ଠ ସହଯୋଗୀ ଗିରଫ । ଏକା ସାଙ୍ଗରେ ହୋଇଥିଲେ ଫେରାର । ଏବେବି ଅମ୍ରିତପାଲ ସମ୍ପର୍କରେ ପୋଲିସ ପାଉନି ଟେର । ଅଧିକ ପଢନ୍ତୁ

ପୁଣି ଜଣେ ସହଯୋଗୀ ଗିରଫ, ଅମ୍ରିତପାଲର ମିଳୁନି ପତ୍ତା

author img

By

Published : Apr 10, 2023, 4:01 PM IST

ଚଣ୍ଡିଗଡ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀକୁ ଗିରଫ କରିଛି ପୋଲିସ । ଅମ୍ରିତପାଲର ଘନିଷ୍ଠ ସହଯୋଗୀ ଓ ଘଟଣା ପରଠାରୁ ତା ସହ ଫେରାର ଥିବା ପପଲପ୍ରୀତ ସିଂକୁ ପଞ୍ଜାବର ହୁସିଆରପୁରରୁ ଗିରଫ କରିବାରେ ପଞ୍ଜାବ ପୋଲିସର କାଉଣ୍ଟର ଇଣ୍ଟେଲଜେନ୍ସି ୟୁନିଟ ଓ ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ଟିମ ସଫଳ ହୋଇଛି । ଗିରଫ ପରେ ତାକୁ କୌଣସି ଏକ ସ୍ଥାନରେ ଜେରା ଜାରି ରହିଛି ।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତମାସ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ଉଭୟ ଜଳନ୍ଧରରୁ ଫେରାର ହୋଇଯାଇଥିଲେ । ଉଭୟ ଏକାଠି ହୁସିଆରପୁର ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ଉଭୟ ଭିନ୍ନ ଭିନ୍ନ ରାସ୍ତା ବାଛିଥିଲେ । ଅମ୍ରିତପାଲ ଅନ୍ୟତ୍ର ଚାଲିଯାଇଥିବା ବେଳେ ପପଲପ୍ରୀତ ଏହିଠାରେ ହିଁ ଆତ୍ମଗୋପନ କରିଥିଲା ।ତେବେ ଅମ୍ରିତପାଲର ଘନିଷ୍ଠ ସହଯୋଗୀ ଭାବେ ପପଲପ୍ରୀତ ସିଂକୁ ଚିହ୍ନଟ କରାଯିବା ପରେ ତାକୁ ଧରିବାକୁ ଉଦ୍ୟମ ଜାରି ରହିଥିଲା । ଆଜି ଏହି ଅପରେସନରେ ପଞ୍ଜାବ ପୋଲିସ ଓ ଦିଲ୍ଲୀ ପୋଲିସର ସ୍ପେସାଲ ସେଲର ଟିମ ମିଳିତ ଅପରେସନରେ ହୁସିଆରପୁରୁ ପପଲପ୍ରିତକୁ ଗିରଫ କରାଯାଇଛି ।

ଗୋଟିଏ ପଟେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ସୁଦ୍ଧା ବର୍ତ୍ତମାନ ଏଯାଏଁ ଅମ୍ରିତପାଲକୁ ଠାବ କରିବାରେ ପୋଲିସକୁ ସଫଳତା ମିଳିଛି । ଏବେ ପଞ୍ଜାବରେ ବୈଶାଖୀ ପର୍ବ ପାଳନ ହେବାକୁ ଯାଉଥିବା ବେଳେ ନିଜ ସମର୍ଥକଙ୍କୁ ଏକାଠି ହେବା ପାଇଁ ଏକ ଭିଡିଓ ଜାରି କରି ଅମ୍ରିତପାଲ ଆହ୍ବାନ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୋଲିସ ଏସମ୍ପର୍କିତ ଭିଡିଓର ସତ୍ୟତା ନେଇ କୌଣସି ସୂଚନା ଦେଇନଥିଲେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବଢାଇଛି । ଅମ୍ରିତପାଲର ଏପରି ଭିଡିଓ ଜାରି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜ୍ୟରେ ସେପରି କୌଣସି ସ୍ଥିତି ନଥିବା ପଞ୍ଜାବ ପୋଲିସ ପ୍ରାଶସନ କହିଛି ।

ଏବେ ସୁଦ୍ଧା ଅମ୍ରିତପାଲର କୌଣସି ପତ୍ତା ନମିଳିବା ପଞ୍ଜାବ ପୋଲିସର ଭୂମିକା ଓ କାର୍ଯ୍ୟଦକ୍ଷତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ କିପରି ଖସି ଯିବାରେ ସଫଳ ହେଲା ? ଗୁଇନ୍ଦା ବିଭାଗ କିପରି କିଛି ସୂଚନା ପାଇଲା ନାହିଁ ? ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଅନ୍ୟପଟେ ତାକୁ ଫରାର ହେବାରେ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୂର୍ବରୁ ପୋଲିସ ବିଭାଗର କେହି ଅସାଧୁ ଅଧିକାରୀ ସୂଚନା ଦେଇଥାଇପାରନ୍ତି ବୋଲି ହେଉଥିବା ସନ୍ଦେହ କ୍ରମଶଃ ଦୃଢିଭୂତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.