ETV Bharat / bharat

ତେଲରେ ଲାଗିଛି ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

କ୍ରମାଗତ ତୈଳ ଦର ବୃଦ୍ଧି ପାଉଥିବାବେଳେ ରବିବାର ମଧ୍ୟ ବଢିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ରବିବାର ପେଟ୍ରୋଲ ଡିଜେଲ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

ତେଲରେ ଲାଗିଛି ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
ତେଲରେ ଲାଗିଛି ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
author img

By

Published : Jul 4, 2021, 4:59 PM IST

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଉପରେ ଲାଗୁନି ଲଗାମ । ପେଟ୍ରୋଲ ଓ ଡିଜେଲରେ ନିଆଁ । କ୍ରମାଗତ ତୈଳ ଦର ବୃଦ୍ଧି ପାଉଥିବାବେଳେ ରବିବାର ମଧ୍ୟ ବଢିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ।

ରବିବାର ପେଟ୍ରୋଲ ଡିଜେଲ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଶତକ ଛୁଇଁଥିବା ପେଟ୍ରୋଲ ଦର ରହିଛି ୧୦୦.୩୦ ଟଙ୍କା ପ୍ରତିଲିଟର । ସେହିପରି ଡିଜେଲ ଦର ଲିଟର ପିଛା ୯୭.୩୯ ଟଙ୍କାରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୫.୫୮ ଟଙ୍କା ଥିବାବେଳେ ଡିଜେଲ ଦର ଶତକ ମୁହାଁ ହୋଇ ୯୬.୯୧ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୯ ଟଙ୍କା ୪୫ ପଇସା ଏବଂ ଡିଜେଲର ଲିଟର ପିଛା ୯୨ ଟଙ୍କା ୨୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ୫୮ପଇସା ଏବଂ ଡିଜେଲ ୯୬ ଟଙ୍କା ୯୧ ପଇସାରେ ପହଞ୍ଚିଛି ।

ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । ହେଲେ ରବିବାର ପୁଣି ତୈଳଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.