ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଟୀକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏଣିକି 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେଇପାରିବେ ଟିକା । ମେ ପହିଲାରୁ 18 ବର୍ଷରୁ ଉର୍ଦ୍ଧ୍ବଙ୍କ ହେବ ଟୀକାକରଣ ।
ଦେଶରେ ବଢିଚାଲିଛି କୋରୋନା ସଂକ୍ରମଣ । ଦୈନିକ ଅଢେଇ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସୁଛି । କୋରୋନାର ଦ୍ବିତୀୟ ଲହରୀରେ ଯୁବପୀଢି ଅଧିକ ଆକ୍ରାନ୍ତ ହେଉଛନ୍ତି ।
ଏହାପୂର୍ବରୁ ଦେଶର ପ୍ରମୁଖ ଡାକ୍ତର ଓ ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକ ସହିତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ କେନ୍ଦ୍ର ସରକାର 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।