ETV Bharat / bharat

ପଦ୍ମ ପୋଖରୀରେ ନେତାଙ୍କ ଭିଡ, ଖାଲି ହେଉଛି କଂଗ୍ରେସ କ୍ୟାମ୍ପ

author img

By

Published : Feb 1, 2022, 5:16 PM IST

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । କ୍ଷମତା ଲଢେଇରେ କଳବଳ ଲଗାଉଛନ୍ତି ରାଜନୈତିକ ଦଳ । ହେଲେ ନିର୍ବାଚନ ଦିନ ପାଖେଇବା ସହ ଉତ୍ତରପ୍ରଦେଶ କଂଗ୍ରେସରୁ ଡିଆଁ ମାରୁଛନ୍ତି ନେତା । ଖାଲି ହେଉଛି କଂଗ୍ରେସ କ୍ୟାମ୍ପ ଏବଂ ପଦ୍ମ ପୋଖରୀରେ କଂଗ୍ରେସ ନେତାଙ୍କ ଭିଡ । ଜାଣନ୍ତୁ ବିଗତ ଦିନରେ କଂଗ୍ରେସ ସହ ସମ୍ପର୍କ ତୁଟାଇଥିଲା କିଛି ନେତାଙ୍କ ସମ୍ପର୍କରେ

From Congress-mukt Bharat to Congress yukt BJP

ନୂଆଦିଲ୍ଲୀ: ଆସନ୍ତା ୧୦ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । କ୍ଷମତା ହାସଲ ପାଇଁ ଚାଲିଛି କଡା ଟକ୍କର । କମ୍ପୁଛି ପ୍ରଚାର ମୈଦାନ, ଘର ଘର ବୁଲୁଛନ୍ତି ହେଭିୱେଟ ନେତା । ହେଲେ ନିର୍ବାଚନୀ ତାରିଖ ପାଖେଇବା ସହ ୟୁପିରେ କଂଗ୍ରେସ ପାଇଁ ବଢୁଛି ଅଡୁଆ । ଦଳରୁ ଡିଆଁ ମାରୁଛନ୍ତି ତୁଙ୍ଗ ନେତା । ବିଶେଷକରି ପଦ୍ମ ପୋଖରୀରେ ଜମୁଛି କଂଗ୍ରେସ ନେତାଙ୍କ ଭିଡ । ନିକଟରେ କଂଗ୍ରେସର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶ ପାଦ୍ରୁନା ନିର୍ବାଚନ ମଣ୍ଡଳୀରେ ରାଜା ସାହେବ ଭାବେ ଜଣାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଜୀତ ପ୍ରତାପ ନାରାୟଣ ସିଂହ ବିଜେପିରେ ମିଶିଛନ୍ତି । ସର୍ବପୂରାତନ ଦଳ କଂଗ୍ରେସ ବାଟବଣା ହୋଇଥିବା ଆକ୍ଷେପ କରି ସେ ଦଳ ସହ ନିଜ ସମ୍ପର୍କ ଛିନ୍ନ କରିଥିବା କହିଛନ୍ତି । ତେବେ କେବଳ ଆରିପିଏନ ସିଂହ ନୁହଁନ୍ତି, ନିକଟ ଅତୀତରେ ଏଭଳି ଅନେକ ବରିଷ୍ଠ ନେତା କଂଗ୍ରେସ ସହ ତୁଟାଇଛନ୍ତି ସମ୍ପର୍କ ।

ବିଗତ ଦଶନ୍ଧିରେ କଂଗ୍ରେସର ଅନେକ ନେତା ଦଳରୁ ମୁହଁ ମୋଡିଛନ୍ତି । ଦିନେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ଅତି ବିଶ୍ବସ୍ତ ଥିବା ନେତା ମଧ୍ୟ ସାମିଲ ଅଛନ୍ତି ଏହି ଦଳବଦଳ ଲିଷ୍ଟରେ । ଯାହାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଜିତିନ ପ୍ରସାଦ । ଜିତିନଙ୍କୁ ଯୋଗୀ ସରକାରରେ ମନ୍ତ୍ରୀ ପଦ ମଧ୍ୟ ମିଳିଛି । କଂଗ୍ରେସ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିବା ଆରପିଏନ ସିଂହ(Ratanjit Pratap Narain) ଏବଂ ଜିତିନ ପ୍ରସାଦ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ଦିନେ ଅତି ନିକଟରତର ଥିଲେ । ଏହି ଦୁଇ ବରିଷ୍ଠ ନେତାଙ୍କ ବ୍ୟତୀତ ହରଚାନ୍ଦପୁର ଏବଂ ସଦର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ରାକେଶ ସିଂହ, ଅଦିତି ସିଂହ ଏବଂ ପୂର୍ବତନ କଂଗ୍ରେସ MLC ଦିନେଶ ପ୍ରତାପ ସିଂହ ମଧ୍ୟ ଦଳକୁ ବାଏ ବାଏ କହିଥିଲେ । କଂଗ୍ରେସର ବେହଟ ବିଧାୟକ ନରେଶ ସଇନିଙ୍କ ମଧ୍ୟ ନିଜ ଆଡକୁ ଆକୃଷ୍ଟ କରିଛି ବିଜେପି । ଏହା ସଙ୍ଗେ ସଙ୍ଗେ ଲଡ୍‌କି ହୁନ୍ ପୋଷ୍ଟର ଗାର୍ଲ ଡ. ପୁର୍ଣ୍ଣିମା ମୌର୍ଯ୍ୟ ମଧ୍ୟ ଭାଜପାରେ ଏଣ୍ଟ୍ରି ମାରିଥିଲେ, ଯିଏକି ଆସନ୍ତା ବିଧାନସଭା ନିର୍ବାଚନରେ ଟିକେଟ୍‌ରୁ ବଞ୍ଚିତ ହେବା ପରେ ଦଳ ଛାଡିଛନ୍ତି । ନାରୀ ସଶକ୍ତିକରଣ ନାଁରେ 'ମେଁ ଲଡ୍‌କି ହୁନ, ଲଡ୍ ସକ୍‌ତି ହୁନ' (I am a girl, I can fight) ସ୍କୋଗାନ ଦେଇଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା ।

ତେବେ ଆଗକୁ ମଧ୍ୟ ଉତ୍ତରପ୍ରଦେଶ କଂଗ୍ରେସର ଏହି ଦଳ ଡିଆଁ ପର୍ବ ଲାଗି ରହିବ ବୋଲି ଆଶା କରାଯାଇଛି । କାରଣ ୟୁପି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାଜ ବବ୍ବର (Raj Babbar), ପାର୍ଟିର ଜଣେ ହେଭିୱେଟ୍ ନେତା ଏବଂ ତାଙ୍କ ବିଧାୟକ ଝିଅ ମଧ୍ୟ ଦଳର ପ୍ରସ୍ଥାନ ଦ୍ବାରରେ ଏବେ ଦଣ୍ଡାୟମାନ ଅଛନ୍ତି । ତେବେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଆରିପିଏନ ସିଂହ ଏଥର ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ନା ୨୦୨୪ ଲୋକସଭା ନିର୍ବାଚନ ଯାଏଁ ଅପେକ୍ଷାରତ ରହିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଆରପିଏନ ସିଂ ୨୦୦୯-୧୪ରେ ଉତ୍ତରପ୍ରଦେଶ କୁଶୀନଗର ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚନ ହୋଇଥିଲେ । ନିଜ ପିତାଙ୍କ ପରି ସେ ମଧ୍ୟ ୧୯୯୬-୨୦୦୯ ମଧ୍ୟରେ ପ୍ରାଦ୍ରୁନା ନିର୍ବାଚନୀ ମଣ୍ଡଳୀରେ ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ । ପରେ ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ବଢାଇବ ସହ ସହ 2012 ରୁ 2014 ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଅନେକ ସାଙ୍ଗଠନିକ ଦାୟିତ୍ବରେ ମଧ୍ୟ AICC ପକ୍ଷରୁ ତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏବେ ଆରପିଏନ ସିଂହଙ୍କ ଦଳରୁ ଇସ୍ତଫା ପରେ ଉତ୍ତରାଖଣ୍ଡ କଂଗ୍ରେସରେ ବେଶ୍ ହଇଚଇ ସୃଷ୍ଟି ହୋଇଛି । ଆରପିଏନଙ୍କୁ କଟାକ୍ଷ କରି କଂଗ୍ରେସର ଜଣେ ପ୍ରବକ୍ତା କହିଛନ୍ତି, ପ୍ରିୟଙ୍କା ଗାନ୍ଧି ବିଚାରଧାରା ଏବଂ ସତ୍ୟ ପାଇଁ ମଜବୁତ୍ ଲଢେଇର ନେତୃତ୍ବ ନେଉଛନ୍ତି ଏବଂ ଭୀରୁ ଏହି ଲଢେଇରେ ସାମିଲ ହୋଇପାରିବେ ନାହିଁ ।

ନିର୍ବାଚନ ପୂର୍ବରୁ ଏତେସଂଖ୍ୟକ ନେତା ଦଳ ଛାଡିବା କଂଗ୍ରେସ ପାଇଁ ଶକ୍ତ ଝଟକା ନିଶ୍ଚୟ । ଏହାପରେ ବି କ୍ଷମତା ଯୁଦ୍ଧରେ କଳବଳ ଲଗାଇଛି ଦଳ । ଏଥର ପ୍ରଥମ ଥର ଲାଗି ୟୁପି ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ମହାସଚିବ ଏବଂ ୟୁପିର ପ୍ରଭାରୀ ରୂପେ ପ୍ରିୟଙ୍କା ବିଧାନସଭା ନିର୍ବାଚନର ଗୁରୁଦାୟିତ୍ବ ମୁଣ୍ଡାଇଛନ୍ତି । ପ୍ରକାଶଥାଉ କି, ଚଳିତ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ ଦେଇଛି କଂଗ୍ରେସ । ଏହା ଉପରେ ହିଁ ପାର୍ଟିର ଭାଗ୍ୟ ଭବିଷ୍ୟ ନିର୍ଭର କରୁଛି । ଦୀର୍ଘ ୩୦ ବର୍ଷ ହେବ ୟୁପିରେ କ୍ଷମତାରୁ ବାହାରେ ଥିବା ଦଳ ବିଧାନସଭା ଲଢେଇରେ ପୁରା ଜୋର୍ ଲଗାଇଛି । ୨୦୧୨ରେ କଂଗ୍ରେସ ୨୮ଟି ଆସନ ଜିତିଥିବାବେଳେ ୨୦୧୭ ଏହି ସଂଖ୍ୟା ୭କୁ ଖସି ଆସିଥିଲା । ବର୍ତ୍ତମାନ ଏହି ୭ଟି ଆସନ ବଞ୍ଚାଇବାକୁ ସଂଘର୍ଷ କରୁଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.