ETV Bharat / bharat

Friendship Day: ସାଙ୍ଗ ପାଇଁ ଦିନଟିଏ, ରକ୍ତ ସମ୍ପର୍କଠୁ ଗଭୀର ଏ ସମ୍ପର୍କ - ଜାତୀୟ ବନ୍ଧୁତା ଦିବସ

ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଉ ଏହା ବନ୍ଧୁତାକୁ ବଜାୟ ରଖିବା ପାଇଁ ଏବଂ ନିଜର ଭଲ ବନ୍ଧୁଙ୍କୁ ମନେପକାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡେ' ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ

Friendship Day 2022: ସମୟ-ଅସମୟରେ ଯିଏ ସାଥ୍ ଦିଏ, ବନ୍ଧୁ ସିଏ...

author img

By

Published : Aug 7, 2022, 12:24 PM IST

ହାଇଦ୍ରାବାଦ: ବନ୍ଧୁତା...ଖାଲି ଏକ ସମ୍ପର୍କ ନୁହେଁ, ବରଂ ଅନାବିଳ ପ୍ରେମ, ବିଶ୍ବାସ ଓ ଭରସାର ପ୍ରତୀକ । ସମ୍ପର୍କ ରକ୍ତର ନୁହଁ କିନ୍ତୁ ଲାଗେ ଯେମିତି ଆତ୍ମା ସହ ଜଡିତ । ରାଗ,ଋଷା, ଅଭିମାନ ଓ ଭଲ ପାଇବାର ଅତୁଟ ଏ ବନ୍ଧନ । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର । ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ ।

ସାଙ୍ଗ, ଛାତି ତଳର ଏକ ସାଇତା ସ୍ମୃତି ଓ ନିଃସ୍ବାର୍ଥପର ଭଲପାଇବାର ଏକ ଅଭୁଲା ଠିକଣା । ସାଙ୍ଗ ସିଏ ଯିଏ ବର୍ଷା ଭିଜା ଆଖିର ଲୁହକୁ ଦେଖି ବୁଝିପାରିଥାଏ ସାଙ୍ଗର ବେଦନା । କିଛି ନକହିବା ପୂର୍ବରୁ ସେ ଜାଣି ପାରେ ମନର କଥା । ଦୁଃଖର ସମୟକୁ ଯିଏ ହସି ହସି ସହିବାର ଶକ୍ତି ଦେଇଥାଏ ସେ ହେଉଛି ସାଙ୍ଗ । ଏମିତି କୌଣସି ବ୍ୟକ୍ତିତ୍ବ ଟିଏ ନାହିଁ ଯିଏ କେବେ ବନ୍ଧୁଟିଏ କରି ନାହିଁ । ବେଳେ ବେଳେ ଲାଗେ ଯେମିତି ସାଙ୍ଗ ବିନା ବଞ୍ଚିବା ମୁସ୍କିଲ । ସାଙ୍ଗର ଦୁଃଖକୁ ଖୁସିରେ ପରିଣତ କରିବାକୁ ଅନ୍ୟ ଏକ ସାଙ୍ଗ କେତେ ଯେ ଚେଷ୍ଟା କରେ ତାହା କେବଳ ଏକ ଅନୁଭବୀ ହୃଦୟ ହିଁ ଜାଣିପାରେ ।

ଫ୍ରେଣ୍ଡସିପ୍ ଡେ ପାଳନ ପଛର ଉଦ୍ଦେଶ୍ୟ

ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଉ ଏହା ବନ୍ଧୁତାକୁ ବଜାୟ ରଖିବା ପାଇଁ ଏବଂ ନିଜର ଭଲ ବନ୍ଧୁଙ୍କୁ ମନେପକାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡେ' ଭାବରେ ପାଳନ କରାଯାଏ । ଏହି ଦିନ ସାଙ୍ଗମାନେ ପରସ୍ପରକୁ ଚକଲେଟ, ଗ୍ରିଟିଙ୍ଗସ କାର୍ଡ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ଏହାସହ ନିଜର ବନ୍ଧୁତ୍ବ ଜଣାଇବା ପାଇଁ ଜଣେ ଆଉ ଜଣଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ପୂର୍ବରୁ ଏହା କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି ।

ଫ୍ରେଣ୍ଡସିପ୍ ଡେର ଇତିହାସ

୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତ୍ବ ଦିବସ ରୂପେ ପାଳନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.