ଡେରାଡୁନ: ଧଳାଚାଦରରେ ଆଚ୍ଛାଦିତ ହୋଇଛି କେଦାରନାଥ ଧାମ । ଏହି ଦୃଶ୍ୟକୁ ଦେଖିଲେ ମନବିମୋହିତ ହୋଇ ଉଠୁଛି । କିନ୍ତୁ ଏପଟେ ଶୀତର ପ୍ରକୋପ ସହିବାକୁ ପଡୁଛି ଶ୍ରଦ୍ଧାଳୁମାନଙ୍କୁ । କିନ୍ତୁ ସେମାନଙ୍କର ଉତ୍ସାହ ଆହୁରି ବଢିବାରେ ଲାଗିଛି । ଅନେକ ଲୋକ ତୁଷାରପାତର ମଜା ଉଠେଉଥିବାର ଦେଖିବାକୁ ମିଳିଛି ।
କେଦାରନାଥ ଧାମରେ 2ଇଞ୍ଚର ବରଫର ଚାଦର ଦେଖିବାକୁ ମିଳିଛି । ନଜରକୁ ଆସିଛି ବାବା କେଦାରନାଥଙ୍କ ଦର୍ଶନ ଲାଗି ଭକ୍ତମାନେ ତୁଷାରପାତରେ ବି ଲମ୍ବା ଧାଡିରେ ଛିଡା ହୋଇ ଅପେକ୍ଷା କରୁଛନ୍ତି । ଏଥିସହ ତୁଷାରପାତ କାରଣରୁ ପୁର୍ନଃନିର୍ମାଣରେ ବାଧା ସୃଷ୍ଟି ହୋଇଛି ।


ଅନ୍ୟପଟେ କେଦାରପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ କୌଣିସି ବ୍ୟବସ୍ଥା କରି ନଥିବାରୁ ସେମାନଙ୍କୁ ରାତିରେ ଥଣ୍ଡାରେ ରହିବାକୁ ପଡୁଛି । ସକାଳୁ ସକାଳୁ ସେଠାରେ ତାପମାତ୍ର -2ଡିଗ୍ରୀ ତଳେ ରହୁଛି । ଏଥିସହ ସଂଧ୍ୟାରେ ବି ସର୍ବନିମ୍ନ ତାପମାତ୍ରା -ତଳେ ରହୁଛି । ଏପଟେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ କେଦାରନାଥ ଧାମରେ ରହଣୀ ନିମନ୍ତେ କୌଣସି ଉଚିତ୍ ବ୍ୟବସ୍ଥା କରାଯାଇ ନାହିଁ ।

ବର୍ତ୍ତମାନ ସୁଦ୍ଧା କେଦାରନାଥ ଧାମରେ ଏକଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପହଞ୍ଚି ସାରିଲେଣି । ସର୍ବମୋଟ 1ଲକ୍ଷ 136 ଯାତ୍ରୀ ବାବା କେଦାରଙ୍କ ଦର୍ଶନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ