ETV Bharat / bharat

ତାମିଲନାଡୁରେ ଅବତରଣ କଲା ଫ୍ରାନ୍ସ ବାୟୁସେନାର କଣ୍ଟିନଜେଣ୍ଟ - ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର

ତାମିଲନାଡୁର ସୁଲୁର ଭାରତୀୟ ବାୟୁସେନାର ବେସରେ ଅବତରଣ କଲା ଫ୍ରାନ୍ସ ବାୟୁସେନାର କଣ୍ଟିନେଣ୍ଟ । ପରିବହନ ବିମାନ ସହ ଥିଲା ୩ ରାଫେଲ ଲଢୁଆ ବିମାନ । ଅଧିକ ପଢନ୍ତୁ

ତାମିଲନାଡୁରେ ଅବତରଣ କଲା ଫ୍ରାନ୍ସ ବାୟୁସେନାର କଣ୍ଟିନଜେଣ୍ଟ

author img

By

Published : Aug 11, 2022, 10:19 PM IST

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର(Indo-Pacific)ରେ ଏକ ସାମରିକ ଅଭ୍ୟାସ ବେଳେ ଭାରତରେ ଅବତରଣ କଲା ଫ୍ରାନ୍ସ ବାୟୁସେନାର କଣ୍ଟିନଜେଣ୍ଟ । ଫ୍ରାନ୍ସ ବାୟୁସେନାର ଏୟାର କଣ୍ଟିନେଟ ସହ ୩ ରାଫେଲ ବିମାନ ମଧ୍ୟ ସାମିଲ ଥିଲେ । ତାମିଲନାଡୁର ସୁଲୁର ଏୟାରବେସରେ ଏହି ଟେକ୍ନିକାଲ ଅବତରଣ ହୋଇଥିବା ଦିଲ୍ଲୀରେ ଅବସ୍ଥାପିତ ଫ୍ରାନ୍ସ ଦୂତାବାସ ପକ୍ଷରୁ ମଧ୍ୟ ସୂଚନା ମିଳିଛି ।

  • A French Air & Space Force contingent, including three Rafale jets, was hosted for a technical stopover at Air Force Station Sulur, India, on Aug 10-11 during a long-distance deployment from metropolitan France to the Pacific Ocean.

    — ANI (@ANI) August 11, 2022 " class="align-text-top noRightClick twitterSection" data=" ">

ଏହି କଣ୍ଟିନଜେଣ୍ଟ ଫ୍ରାନ୍ସରୁ ନ୍ୟୁ-କାଲାଡୋନିଆ ଅଭିମୁଖେ ଉଡାଣ ଭରିଥିଲା । ତେବେ ଦୀର୍ଘ ଦୂରତା କାରଣରୁ ଏହି କଣ୍ଟିନେଟ ତାମିଲନାଡୁର ସୁଲୁର ଟାଉନରେ ଥିବା ଭାରତୀୟ ବାୟୁସେନା ଘାଟିରେ ଅବତରଣ କରିଥିଲା । ଅଗଷ୍ଟ ୧୦ ରୁ ୧୮ ତାରିଖ ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ (Indo-Pacific) କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ମିଶନ ଜାରି ରଖିଛି ଫ୍ରାନ୍ସ ।

ଫ୍ରାନ୍ସ ଦ୍ବାରା ଜାରି ରହିଥିବା ଏହି ଅଭିଯାନର ପ୍ରଥମ ଉଦ୍ଦେଶ୍ୟ ହେଉଛି ଦୀର୍ଘ ସୀମା ତଥା ଦୂରତା ପାଇଁ ଫ୍ରାନ୍ସ ବାୟୁସେନାର ଅଭ୍ୟାସ କରି ସାମର୍ଥ୍ୟ ପ୍ରଦର୍ଶନ କରିବା । ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମେଟ୍ରୋପଲିଟାନ ଫ୍ରାନ୍ସ ରୁ ନ୍ୟୁ-କାଲେଡୋନିଆ ପର୍ଯ୍ୟନ୍ତ ଏକ ବାୟୁସେନା ଟିମ ପ୍ରେରଣ କରି 72 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ଦୂରତା ଅତିକ୍ରମ କରି ବାୟୁସେନାର ସାମ୍ୟର୍ଥ ବଢାଇବା । ଏହି ମିଶନର ଦୂରତା ପ୍ରାୟ 16,600 କିଲୋମିଟର ହୋଇଥିବା ବେଳେ ଟେକିନିକାଲ ହଲ୍ଟ ଭାବେ ଭାରତୀୟ ବାୟୁସେନାର ବେସ ବ୍ୟବହାର କରିଛି ଫ୍ରାନ୍ସ ବାୟୁସେନା ବିମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.