ETV Bharat / bharat

ମାର୍ଚ୍ଚ 8ରେ ତାଜମହଲ ସମେତ ସମସ୍ତ ଐତିହ୍ୟ ସ୍ମାରକୀରେ ମହିଳାଙ୍କୁ ମାଗଣା ପ୍ରବେଶ ଅନୁମତି

ଭାରତୀୟ ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମାର୍ଚ୍ଚ 8 ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଆଗ୍ରାର ତାଜମହଲ ସମେତ ଅନେକ ଐତିହ୍ୟସ୍ଥଳୀରେ ମହିଳାଙ୍କୁ ନିଶୁଳ୍କ ପ୍ରବେଶ ଅନୁମତି ଦେଇଛି । ଏନେଇ ଜାରି ହୋଇଛି ବିଜ୍ଞପ୍ତି । ଅଧିକ ପଢନ୍ତୁ...

ମାର୍ଚ୍ଚ 8ରେ ତାଜମହଲ ସମେତ ଐତିହ୍ୟ ସ୍ମାରକୀରେ ମହିଳାଙ୍କୁ ମାଗଣା ପ୍ରବେଶ ଅନୁମତି

author img

By

Published : Mar 7, 2021, 8:30 PM IST

ନୂଆଦିଲ୍ଲୀ: ରାତି ପାହିଲେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଅବସରରେ ମହିଳାଙ୍କୁ ଖାସ ଉପହାର ଦେଇଛନ୍ତି କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର । ଭାରତୀୟ ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମାର୍ଚ୍ଚ 8 ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଆଗ୍ରାର ତାଜମହଲ ସମେତ ଅନେକ ଐତିହ୍ୟସ୍ଥଳୀରେ ମହିଳାଙ୍କୁ ନିଶୁଳ୍କ ପ୍ରବେଶ ଅନୁମତି ଦେଇଛି । ଏନେଇ ଜାରି ହୋଇଛି ବିଜ୍ଞପ୍ତି ।

ଗତ ବର୍ଷ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କୁ ଏଏସଆଇ ପକ୍ଷରୁ ଚିହ୍ନଟ ଐତିହ୍ୟସ୍ଥଳୀରେ ନିଶୁଳ୍କ ପ୍ରବେଶର ସୁବିଧା ଆରମ୍ଭ କରାଯାଇଥିଲା । ଏଥର ମଧ୍ୟ ଏହି ସୁବିଧା ଦିଆଯାଇଥିବା ବିଜ୍ଞପ୍ତି ଜାରି କରି କହିଛନ୍ତି କେନ୍ଦ୍ର ସରକାର ।

ଏଏସଆଇର ଯୁଗ୍ମ ନିର୍ଦ୍ଦେଶକ ଜେନେରାଲ ଏମ. ନାମ୍ବିରାଜନ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ ସମସ୍ତ ଐତିହ୍ୟ ସ୍ମାରକ ଓ ପତ୍ନତାତ୍ବିକ ସ୍ଥଳୀରେ ଭାରତୀୟ ଓ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ମାର୍ଚ୍ଚ 8 ନିଶୁଳ୍କ ପ୍ରବେଶର ଅନୁମତି ପ୍ରଦାନ କରାଯିବ । ସ୍ମାରକ ପରିଦର୍ଶନ ପାଇଁ ମହିଳାଙ୍କୁ ଟିକେଟ ବୁକ କରିବାର ଆବଶ୍ୟକତା ନାହିଁ ।

ଏହାପରେ ଏପ୍ରିଲ 18 ବିଶ୍ବ ଐତିହ୍ୟ ଦିବସରେ ମଧ୍ୟ ତାଜମହଲ ସମେତ ସମସ୍ତ ସ୍ମାରକସ୍ଥଳୀରେ ପର୍ଯ୍ୟଟକ ନିଶୁଳ୍କ ପ୍ରବେଶ କରିପାରିବେ । ଏଥିପାଇଁ ମଧ୍ୟ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.