ETV Bharat / bharat

ବିଦେଶୀ କମ୍ପାନୀରେ ଟଙ୍କା ବିନିଯୋଗ ପ୍ରଲୋଭନ ଦେଖାଇ ଠକେଇ: ସୁରଟରୁ ଯୁବକ ଗିରଫ - online transaction fraud

ବିଦେଶୀ କମ୍ପାନୀର କର୍ମଚାରୀ ଭାବରେ ପରିଚୟ ଦେଇ ଠକେଇ । ସୁରଟରୁ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସୁରଟରୁ ଯୁବକ ଗିରଫ
ସୁରଟରୁ ଯୁବକ ଗିରଫ
author img

By

Published : Aug 15, 2023, 7:36 AM IST

ଗାନ୍ଧୀନଗର: ଟଙ୍କା ବିନିଯୋଗ ନାଁରେ ଠକେଇ ଯୁବକ ଗିରଫ । ନିଜକୁ ବିଦେଶୀ କମ୍ପାନୀର କର୍ମଚାରୀ ଭାବରେ ପରିଚୟ ଦେଇ ଲୋକଙ୍କୁ ଫସାଉଥିଲେ । ବିଦେଶୀ କମ୍ପାନୀରେ ଟଙ୍କା ବିନିଯୋଗ କରି ଅଧିକ ଲାଭର ଆଶା ଦେଖାଇ ଲୋକଙ୍କ ଟଙ୍କାକୁ ଆତ୍ମସାତ କରିଥିଲା ଯୁବକ । ତେବେ ଜାମନଗର ପୋଲିସ ଲଗାତାର 4ଦିନ ଧରି ଖୋଜାଖୋଜି କରିବା ପରେ ସୁରଟରୁ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

ସୂଚନା ଅନୁସାରେ, ସୁରଟର ରାନ୍ଦେର ଅଞ୍ଚଳରେ ରହୁଥିବା ଆମୀର ସୋହାଇଲ ଅରମାନ ମେମୋନ ନାମକ ଜଣେ ଯୁବକ ନିଜକୁ ଏକ ବିଦେଶୀ କମ୍ପାନୀରେ କର୍ମଚାରୀ କହି ପରିଚୟ ଦେଉଥିଲା । ବିଦେଶୀ କମ୍ପାନୀରେ ଟଙ୍କା ବିନିଯୋଗ କରି ପ୍ରତିଦିନ 4ରୁ5 ପ୍ରତିଶତ ସୁଧ ପାଇବା ନେଇ ଲୋକଙ୍କୁ ପ୍ରଲୋଭିତ କରାଉଥିଲା । ତେବେ ଯୁବକ ଜଣଙ୍କ ବିଦେଶୀ ମୁଦ୍ରା କମ୍ପାନୀରେ ଟଙ୍କା ବିନିଯୋଗ ପାଇଁ ବ୍ୟାଙ୍କରେ ଖାତା ଖୋଲିବା ବାହାନାରେ 2ଜଣ ବ୍ୟକ୍ତିଙ୍କଠାରୁ ଅନ୍‌ଲାଇନ ଟ୍ରାଞ୍ଜାକ୍ସନ୍‌ ମାଧ୍ୟମରେ 9.19ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ । ଏହାପରେ ଆଉ ଧରାଛୁଆଁ ଦେଉନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚାକିରି ଓ ଋଣ ଦେବା ନାଁରେ ୭ ଲକ୍ଷ ଠକେଇ: ଯୁବକ ଗିରଫ

ତେବେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଏନେଇ ଜାମନଗର ସାଇବର କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଅଧୀକ୍ଷକ ପ୍ରେମସୁଖ ଦେଲୁଁଙ୍କ ନିର୍ଦ୍ଦେଶରେ ଏନେଇ ଏକ ଛାନଭିନ ଆରମ୍ଭ ହୋଇଥଲା। ତେବେ ଜାମନଗରରେ ପୋଲିସର ଯାଞ୍ଚ ବେଳେ ଏକ ଗ୍ୟାଙ୍ଗ ବିଦେଶୀ ମୁଦ୍ରା ବିନିଯୋଗ ନାମରେ ଠକେଇ କରିଥିବା ଜଣା ପଡ଼ିଥିଲା । ଏହି ଗ୍ୟାଙ୍ଗ ଏକ ବେଆଇନ କଲ୍‌ ସେଣ୍ଟର ପ୍ରତିଷ୍ଠା କରି ହ୍ବାଟ୍‌ସ୍‌ ଆପ୍‌ ଏବଂ ଫୋନ କଲ୍‌ କରି ବିଦେଶୀ କମ୍ପାନୀରେ କର୍ମଚାରୀ କହି ଲୋକମାନଙ୍କୁ ପରିଚୟ ହେଉଥିଲେ। ଏହାସହ ଟଙ୍କା ବିନିଯୋଗ କଲେ ଅଧିକ ରିଟର୍ଣ୍ଣ ମିଳିବା ନେଇ ପ୍ରଲୋଭିତ କରୁଥିଲେ । ଏହାସହ ନିବେଶକମାନଙ୍କୁ ଏକ ଥାର୍ଡ ପାର୍ଟି ଆପ୍ଲିକେସନ୍‌ ଡାଉନଲୋଡ଼ କରାଇ ସେଥିରେ ଆକାଉଣ୍ଟ ଖୋଲି ଏଥିରେ ଟଙ୍କା ଜମା କରିବାକୁ କହି ଲୁଟ୍‌ କରୁଥିବା ଜଣା ପଡ଼ିଥିଲା ।

ଏହି ଘଟଣାରେ ପ୍ରାୟ ଦେଢ଼ ବର୍ଷ ଧରି ଠକ ଯୁବକକୁ ଖୋଜୁଥିଲା ପୋଲିସ । କିଛିଦିନ ପୂର୍ବରୁ ଯୁବକ ଜଣଙ୍କ ସୁରଟରେ ରହୁଥିବା ନେଇ ଖବର ମିଳିଥିଲା । ତେବେ ଜାମନଗର ପୋଲିସ ସୁରଟରେ ପହଞ୍ଚି 4ଦିନ ଧରି ଅଭିଯୁକ୍ତ ଯୁବକକୁ ଖୋଜିଥିଲେ । ଯୁବକ ଜଣକ ସୁରଟର ରାନ୍ଦେରର ଜୈନବ ହସ୍ପିଟାଲ ନିକଟରେ ଥିବା ଖବର ପାଇବା ପରେ ସେହି ଅଞ୍ଚଳକୁ ରେଡ୍‌ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.