ETV Bharat / bharat

ରେଳଧାରଣାରେ ଦୁଇ ପିଲାଙ୍କ ସହ ଦମ୍ପତିଙ୍କ ଆତ୍ମହତ୍ୟା

author img

By

Published : Jan 28, 2021, 10:05 AM IST

କର୍ଣ୍ଣାଟକରେ ଜଣେ ଦମ୍ପତି ନିଜର ଦୁଇ ପିଲାଙ୍କ ସହିତ ରେଳଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ଦୁଇ ପିଲାଙ୍କ ସହିତ ଦମ୍ପତିଙ୍କ ଆତ୍ମହତ୍ୟା
ଦୁଇ ପିଲାଙ୍କ ସହିତ ଦମ୍ପତିଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭି ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ରେଳଧାରଣାରେ ଗୋଟିଏ ପରିବାରର ଚାରିଜଣଙ୍କ ଆତ୍ମହତ୍ୟା। ଜଣେ ଦମ୍ପତି ନିଜର ଦୁଇ ପିଲାଙ୍କ ସହ ଆତ୍ମହତ୍ୟା କରିଛନ୍ତି ।

ସୂଚନାଅନୁସାରେ, ଗତ ବୁଧବାର ରାତିରେ ବେଲଗାଭି ଅଞ୍ଚଳରେ ନିଜାମୁଦ୍ଦିନ ଏକ୍ସପ୍ରେସରେ ମୁଣ୍ଡ ରଖି ଆତ୍ମହତ୍ୟା କରିଛନ୍ତି ଗୋଟିଏ ପରିବାର । ଜଣେ ଦମ୍ପତି ତାଙ୍କ ଦୁଇ ପିଲାଙ୍କ ସହିତ ଏପରି କରିଥିବା ଜଣାପଡିଛି । ତେବେ ଏହି ଆତ୍ମହତ୍ୟା ପଛର କାରଣ ଜଣାପଡିନାହିଁ ।

ପୋଲିସ ରେଳଧାରଣାରୁ ମୃତଦେହ ଉଦ୍ଧାର କରି ରାୟବାଗ ତାଲୁକ ଡାକ୍ତରଖାନାରୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ବେଲଗାଭ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.