ETV Bharat / bharat

ସମ୍ପତ୍ତି ଭାଗ ହେବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ, ୨ ମୃତ

author img

By

Published : May 6, 2022, 3:48 PM IST

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଭାବନୀୟ ଘଟଣା । ସମ୍ପତ୍ତି ଭାଗ କରିବାରୁ ନିଆଁରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର ୪ ସଦସ୍ୟ । ଅଧିକ ପଢନ୍ତୁ

ସମ୍ପତ୍ତି ଭାଗ ହେବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ, ୨ ମୃତ
ସମ୍ପତ୍ତି ଭାଗ ହେବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ, ୨ ମୃତ

ଅମରାବତୀ: ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ନିଆଁରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଗୋଟିଏ ପରିବାରର ୪ଜଣ ସଦସ୍ୟ । ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ । ସୂଚନା ଅନୁଯାୟୀ ଶ୍ରୀକାକୁଲମ ଜିଲ୍ଲାର ଗୋଟିଏ ପରିବାରର ମହିଳା, ତାଙ୍କ ଦୁଇ ଝିଅ ଓ ପୁଅ ନିଆଁରେ ପୋଡି ହୋଇ ହତ୍ୟା ଉଦ୍ୟମ କରିଥିଲେ ।

ସେମାନଙ୍କ ମଧ୍ୟରୁ ମହିଳା ଓ ତାଙ୍କ ସାନ ଝିଅଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ପୁଅ ଓ ଅନ୍ୟ ଜଣେ ଝିଅ ଗୁରୁତର ଅବସ୍ଥାନରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ମହିଳା ଜଣଙ୍କ ତାଙ୍କ ଶାଶୁଙ୍କ ଉପରେ ରାଗିଥିଲେ । ଶାଶୁ ସମସ୍ତ ସମ୍ପତ୍ତିରୁ ନିଜ ଝିଅକୁ କିଛି ଦେବା ପାଇଁ କହିବାରୁ ଏଥିରେ ଅମଙ୍ଗ ହୋଇ ମହିଳା ଓ ତାଙ୍କ ୩ ପିଲା ଆତ୍ମହତ୍ୟାର ବାଟ ଆପଣାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.