ETV Bharat / bharat

New Covid Variant Alert : ଶେଷ ହୋଇନାହିଁ କୋଭିଡ, ମାସ୍କ ପିନ୍ଧନ୍ତୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ସାମ୍ଭାବ୍ୟ ସଂକ୍ରମଣକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା. ଭିକେ ପଲ ( Dr V K Paul, Member-Health, Niti Aayog ) କହିଛନ୍ତି, ଯେଉଁମାନେ କୋଭିଡା ଟିକା ନେଇନାହାଁନ୍ତି ତୁରନ୍ତ ନିଅନ୍ତୁ । ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଜନଗହଳି ସ୍ଥାନରୁ ଯଥା ସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୈଠକ
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୈଠକ
author img

By

Published : Dec 21, 2022, 7:35 PM IST

ନୂଆଦିଲ୍ଲୀ: ଚୀନ ସମେତ ବିଶ୍ବର କିଛି ଦେଶରେ ପୁଣି ଥରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ଚୀନରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଚୀନର ସ୍ଥିତି ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ଗତକାଲିଠାରୁ କେନ୍ଦ୍ର ସରକାର କୋରୋନା ବିରୋଧର ପୁଣି ଥରେ ଆକ୍ସନ ଆରମ୍ଭ କରିଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୂପ ସବୁ ରାଜ୍ୟକୁ ସତର୍କ କରିଥିବା ବେଳେ, ଆଜି ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ ରାଣ୍ଡମ ସାମ୍ପଲିଂ ଆରମ୍ଭ ହୋଇଛି ।

  • In view of the rising cases of #Covid19 in some countries, reviewed the situation with experts and officials today.

    COVID is not over yet. I have directed all concerned to be alert and strengthen surveillance.

    We are prepared to manage any situation. pic.twitter.com/DNEj2PmE2W

    — Dr Mansukh Mandaviya (@mansukhmandviya) December 21, 2022 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- Corona Virus BF.7 Variant: ଓଡିଶାରେ ଓମିକ୍ରନ ସବଭ୍ୟାରିଏଣ୍ଟ ଚିହ୍ନଟ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry)ର ସୂଚନା ଅନୁସାରେ କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାଞ୍ଚ ଆରମ୍ଭ କରିବେ । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ସମ୍ପ୍ରତି ବିଶ୍ବର ସ୍ଥିତି ଦେଖି ଆମେ କିଛି ବଡ଼ ପଦକ୍ଷେପ ନେବାକୁ ଯାଉଛୁ । ବେଙ୍ଗାଲୁରୁ କେମ୍ପେଗୌଡା ବିମାନ ବନ୍ଦରରୁ ପ୍ରତିଦିନ ହଜାରହଜାର ଯାତ୍ରୀ ଅନ୍ତର୍ଜାତୀୟ ଯାତ୍ରା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମେ ତୁରନ୍ତ ପଦକ୍ଷେପ ନେବାକୁ ଯାଉଛୁ ବୋଲି କହିଛନ୍ତି । ସେହିପରି ଦେଶର ଅନ୍ୟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଆଜିଠାରୁ ତୁରନ୍ତ ରାଣ୍ଡମ ସାମ୍ପଲିଂ ଆରମ୍ଭ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନୂଆ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।

  • मेरी जिम्मेदारी देश में कोरोना के फैलाव को रोकना है, मैंने मेरा दायित्व निभाया।

    भारत जोड़ो यात्रा में कई लोग कोरोना संक्रमित पाए गए, उसी संदर्भ में मैंने राहुल गांधी और अशोक गहलोत जी को पत्र लिखा। कांग्रेस की टिप्पणी कोरोना के प्रति उनकी लापरवाही को दर्शाती है। pic.twitter.com/rWVlH84jtt

ଅନ୍ୟପଟେ ସାମ୍ଭାବ୍ୟ ସଂକ୍ରମଣକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା. ଭିକେ ପଲ ( Dr V K Paul, Member-Health, Niti Aayog ) କହିଛନ୍ତି, ଯେଉଁମାନେ କୋଭିଡା ଟିକା ନେଇନାହାଁନ୍ତି ତୁରନ୍ତ ନିଅନ୍ତୁ । ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଜନଗହଳି ସ୍ଥାନରୁ ଯଥା ସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଭିଡ ସ୍ଥାନ( ସାମାଜିକ, ରାଜନୈତିକ ) ସମାବେଶରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଛୋଟ ପିଲା, ବୃଦ୍ଧବୃଦ୍ଧାଙ୍କୁ ଭିଡ଼ ସ୍ଥାନକୁ ନନେବାକୁ ପରାମର୍ଶ ଦେଇଛନ୍ତି ।

ଏହାବି ପଢନ୍ତୁ- Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ

ଡା. ଭିକେ ପଲ ଆହୁରି କହିଛନ୍ତି ‘‘ଏପର୍ଯ୍ୟନ୍ତ ଦେଶରୁ କୋଭିଡ ମୂଳପୋଛ ହୋଇନାହିଁ । ତେଣୁ ଯଥାଶୀଘ୍ର ସମସ୍ତେ କୋଭିଡ ଟିକା ନେଇଯାଆନ୍ତୁ । ମାସ୍କ ପିନ୍ଧନ୍ତୁ । ଯଥା ସମ୍ଭବ ଭିଡ ଏଡାନ୍ତୁ । କୌଣସି ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମଧ୍ୟ କୋଭିଡ ଟିକା ନେବା ସହ ମାସ୍କ ପିନ୍ଧିବାକୁ ଆହ୍ବାନ ଦେଇଛନ୍ତି । ଏହାସହ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ।’’

  • Random sampling of international passengers for Covid19 has started at airports in the country from today: Health Ministry sources

    — ANI (@ANI) December 21, 2022 " class="align-text-top noRightClick twitterSection" data=" ">

ଏହି ଉଚ୍ଚତର ସମୀକ୍ଷା ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟତୀତ, ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ, ସ୍ବାସ୍ଥ୍ୟ ବିଶେଷଜ୍ଞ, ICMR, ଜୀବ ବିଜ୍ଞାନ ଅଧିକାରୀ, ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ସାମିଲ ହୋଇଥିଲେ ।

ଏହାବି ପଢନ୍ତୁ- ଷ୍ଟଡି ଟୁର୍‌ରେ ଯିବା ବେଳେ ଓଲଟିଲା ବସ୍‌, 15 ଛାତ୍ର ମୃତ

2023 ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ବିଶ୍ବରେ ମହାମାରୀ ନୂଆ ରୂପନେଇ ମାଡିବାରେ ଲାଗିଛି । କୋଭିଡର BF.7 ସବଭ୍ୟାରିଏଣ୍ଟ ଏହି ନୂଆ ଭାରିଆଣ୍ଚ ଏବେ ଚୀନ, ଜାପାନ, ଦକ୍ଷିଣ କୋରିଆ, ଆମେରିକା ଭଳି ଦେଶରେ ଭୟଙ୍କର ରୂପ ଧାରଣ କରିଛି । ଏହି ଦେଶ ଗୁଡିକର ଏପରି ସ୍ଥିତି ଦେଖି ଭାରତ ସରକାର ଆଜି ଏହି ବଡ ବୈଠକ କରି ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.