ଜୟପୁର: ଗୋଟିଏ ପରିବାରର 4 ଜଣ କଲେ ଆତ୍ମହତ୍ୟା । ରବିବାର ରାଜସ୍ଥାନ ରାଧାକିଶାନପୁର ଅଞ୍ଚଳର ଗୋଟିଏ ପରିବାରର 4 ଜଣ ସଦସ୍ୟ ଏକକାଳୀନ ଆତ୍ମହତ୍ୟା କରିଛନ୍ତି । ସାନପୁଅର ମୃତ୍ୟୁ ପରଠୁ ମାନସିକ ଦୁଶ୍ଚିନ୍ତାରେ ପରିବାରର 4 ସଦସ୍ୟ ଏପରି ଚରମ ନିସ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।


ସୂଚନା ଅନୁଯାୟୀ ଆଜି(ରବିବାର) ରାଜସ୍ଥାନ ସ୍ଥିତ ରାଧାକିଶାନପୁର ଅଞ୍ଚଳର ଏକ ଘରୁ 4 ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ବୋଲି ଜଣାପଡିଛି । ହନୁମାନ ସେନୀ(45) ତାଙ୍କ ସ୍ତ୍ରୀ ତାରା ଏବଂ 22 ଓ 20 ବର୍ଷର ଝିଅ ସମେତ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କିଛିଦିନ ତଳେ ତାଙ୍କ ସାନପୁଅର ମୃତ୍ୟୁ ହେବାପରେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ ଏମାନେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇ ଥିବାବେଳେ ସେଥିରେ କଣ ଉଲ୍ଲେଖ ରହିଛି ସେନେଇ ପୋଲିସ ସ୍ପଷ୍ଟ କରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ