ETV Bharat / bharat

UP Road Accident: ଟ୍ରାକ୍ଟରକୁ ପିଟିଲା ଟ୍ରକ, ୪ ମୃତ ୧୪ ଆହତ

author img

By

Published : Jun 3, 2022, 7:36 AM IST

ଉତ୍ତରପ୍ରଦେଶ ଠାକୁରଦ୍ବାର-ମୋରଦାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

UP Road Accident: ଟ୍ରାକ୍ଟରକୁ ପିଟିଲା ଟ୍ରକ, ୪ ମୃତ ୧୪ ଆହତ
UP Road Accident: ଟ୍ରାକ୍ଟରକୁ ପିଟିଲା ଟ୍ରକ, ୪ ମୃତ ୧୪ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଠାକୁରଦ୍ବାର-ମୋରଦାବାଦ ଜାତୀୟ ରାଜପଥ (Thakurdwara-Moradabad highway)ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗୋଟିଏ ଟ୍ରାକ୍ଟର ଡାଲା(tractor-trolley )ରେ କିଛି ଲୋକେ ଗୁଜୁରାଟର କାଲୁ ଶହୀଦ ଦର୍ଘା (‘Kalu Shaheed dargah’ )ରୁ ମୋରଦାବାଦକୁ ଫେରୁଥିଲେ । ହେଲେ ହଠାତ ଏହି ସମୟରେ ଠାକୁରଦ୍ବାର-ମୋରାଦାବାଦ ରାମୁୱାଲା ଗଣେଶ ଗାଁ(Ramuwala Ganesh village)ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରକର ଚକ ଫାଟି ଯାଇଥିଲା । ଫଳରେ ଟ୍ରକଟି ନିୟନ୍ତ୍ରଣ ହରାଇ ଟ୍ରାକ୍ଟରରେ ପିଟି ହୋଇଯାଇଥିଲା ।

ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ଶିଶୁଥିବା ଜଣାପଡିଛି । ପୋଲିସର ସୂଚନା ଅନୁସାରେ ମୃତକ ମାନେ ହେଲେ ଅମନା ଖଟୁନ୍ (60), ମହମ୍ମଦ ଆରିଫ ଏବଂ ମହମ୍ମଦ ରିହାନ (2) । ତେବେ, ଏ ତିନି ଜଣଙ୍କ ଘର ଆମ୍ରୋହା ଜିଲ୍ଲା(Amroha district) ର ଡିଡୋଲି ଥାନା ଶିଆନାଲି ଗାଁରେ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.