ETV Bharat / bharat

ଦ୍ୱିତୀୟ ବିବାହ କଲେ ସ୍ୱୀମୀ: ଘରେ ନିଆଁ ଲଗାଇଲେ ପ୍ରଥମ ପତ୍ନୀ, 4 ଜୀବନ୍ତ ଦଗ୍ଧ

author img

By

Published : May 14, 2022, 10:48 PM IST

ସ୍ବାମୀଙ୍କ ଦ୍ବିତୀୟ ବିବାହରେ କ୍ରୋଧିତ ହୋଇ ଘରେ ନିଆଁ ଲଗାଇଲେ ପ୍ରଥମ ପତ୍ନୀ, ଜୀବନ୍ତ ଜଳିଗଲେ 4 ଜଣ । ଅଧିକ ପଢନ୍ତୁ

ସ୍ବାମୀ ଦ୍ବିତୀୟ ବିବାହ କରିବାରୁ ଘରେ ନିଆଁ ଲଗାଇଲେ ପ୍ରଥମ ପତ୍ନୀ, 4 ଜୀବନ୍ତ ଦଗ୍ଧ

ବିହାର: ସ୍ବାମୀଙ୍କ ଦ୍ବିତୀୟ ବିବାହରେ କ୍ରୋଧିତ ହୋଇ ପତ୍ନୀ ଏପରି ପଦକ୍ଷେପ ନେଇଛନ୍ତି, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିବେ । ଶନିବାର ବିହାର ଦରଭଙ୍ଗା ଜିଲ୍ଲାର ବିରାଉଲ ପୋଲିସ ଷ୍ଟେସନ ଅଞ୍ଚଳର ସୁପାଲ ବଜାରର ଶେଖପୁରା ମୋହାଲାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ସ୍ବାମୀ ଦ୍ବିତୀୟ ଥର ବିବାହ କରିବା ପରେ ପତ୍ନୀ ପେଟ୍ରୋଲ ଛିଞ୍ଚି ପୁରା ଘରେ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିରେ ପରିବାରର ଚାରିଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଏପରିକି ଘଟଣାରେ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ ଶେଖପୁରା ମୋହାଲାରେ ଜନୈକ ବ୍ୟକ୍ତିଙ୍କ ପିଲାଛୁଆ ନ ହେବାରୁ ସେ ଦ୍ବିତୀୟ ବିବାହ କରିଥିଲେ । ଏହାପରେ ପ୍ରଥମ ପତ୍ନୀ କ୍ରୋଧିତ ହୋଇ ନିଜ ଉପରେ ଏବଂ ସମ୍ପୂର୍ଣ୍ଣ ଘରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ । ଏଥିରେ ପ୍ରଥମ ପତ୍ନୀ ଏବଂ ଶାଶୁଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଏବଂ ଦ୍ବିତୀୟ ପତ୍ନୀଙ୍କୁ ଗିରିତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି । ଆଜି(ଶନିବାର) ଭୋର 5ଟା ସମୟରେ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.