ETV Bharat / bharat

ନିଲମ୍ବିତ ହେଲେ ତିହାର ଜେଲ୍‌ର ପୂର୍ବତନ ଡିଜି, ହୋଇପାରନ୍ତି ଗିରଫ

author img

By

Published : Dec 23, 2022, 3:26 PM IST

ନିଲମ୍ବିତ ହେଲେ ତିହାର ଜେଲର ପୂର୍ବତନ ଡିଜି ସନ୍ଦୀପ ଗୋୟଲ । ସୁକେଶ ଚନ୍ଦ୍ରଶେଖର ମାମଲାରେ ପ୍ରାୟ ଏକ ମାସ ପୂର୍ବରୁ ତିହାର ଜେଲର ଡିଜି ପଦରୁ ହଟାଇ ଦିଆଯାଇଥିଲା ସନ୍ଦୀପ ଗୋୟଲଙ୍କୁ । ଅଧିକ ପଢନ୍ତୁ

ormer tihar jail dg sandeep goyal
ତିହାର ଜେଲ୍‌ର ପୂର୍ବତନ ଡିଜି ନିଲମ୍ବିତ

ନୂଆଦିଲ୍ଲୀ: ଚାକିରିରୁ ନିଲମ୍ବିତ ହେଲେ ତିହାର ଜେଲର ପୂର୍ବତନ ଡିଜି ସନ୍ଦୀପ ଗୋୟଲ । ବୁଧବାର ରାତିରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନିଲମ୍ବନ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସୁକେଶ ଚନ୍ଦ୍ରଶେଖର ମାମଲାରେ ପ୍ରାୟ ଏକ ମାସ ପୂର୍ବରୁ ତାଙ୍କୁ ତିହାର ଜେଲର ଡିଜି ପଦରୁ ହଟାଇ ଦିଲ୍ଲୀ ପୋଲିସ ମୁଖ୍ୟାଳୟକୁ ରିପୋର୍ଟ କରିବାକୁ କୁହାଯାଇଥିଲା । ସେହି ଦିନଠାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶଙ୍କା କରାଯାଉଥିଲା ।

ଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ଆଣିଥିଲେ। ଏହା ସହିତ ସେ ତିହାର ଜେଲର ପୂର୍ବତନ ଡିଜି ସନ୍ଦୀପ ଗୋୟଲଙ୍କୁ ସାଢେ 12 କୋଟି ଟଙ୍କା ଦେବା ବିଷୟରେ ମଧ୍ୟ କହିଥିଲେ । ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଥିଲେ ଯେ ସୁବିଧା ଓ ସୁରକ୍ଷା ବଦଳରେ ସନ୍ଦୀପ ଗୋୟଲଙ୍କୁ ସାଢେ 12 କୋଟି ଟଙ୍କା ଦେଇଥିଲେ ।

ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜେଲ୍‌ରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯାଉଥିବା ସୁବିଧା ସମ୍ପର୍କରେ ଏକ ରିପୋର୍ଟ ମାଗିଥିଲେ, ଏହି ରିପୋର୍ଟ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ମଗାଯାଇଥିଲା । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଜେଲ୍‌ରେ ଦିଆଯାଉଥିବା ସୁବିଧା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ରିପୋର୍ଟ ମାଗିଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ପୂର୍ବରୁ ସତ୍ୟେନ୍ଦ୍ର ନିଜ କ୍ଷମତାର ଦୁରୁପଯୋଗ କରି ଜେଲ୍‌ରେ ବିଭିନ୍ନ ସୁବିଧା ପାଉଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କୁ ଜଣାଇଥିଲା । ଇଡି କୋର୍ଟରେ ଏକ ଭିଡିଓ ଜାରି କରି କହିଥିଲା, ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ ସେବା ଯୋଗାଇ ଦିଆଯାଉଛି । ବିଭିନ୍ନ ସମୟରେ ହେଡ ମସାଜ, ପାଦ ମସାଜ ଏବଂ ବ୍ୟାକ ମସାଜ ଭଳି ସୁବିଧା ଦିଆଯାଉଛି । ସତ୍ୟେନ୍ଦ୍ରଙ୍କ ସହ ଜେଲ୍‌ ଅଧିକ୍ଷକ ମିଶି ଜେଲ ନିୟମର ଉଲ୍ଲଂଘନ କରିଥିବା ଇଡି ଅଭିଯୋଗ କରିଥିଲା ।ତେଣୁ ସମ୍ପୃକ୍ତ ଥିବା ଜେଲ ଡିଜିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଏହି ମାମଲା ପରେ ତିହାର ଜେଲର ଡିଜି ସନ୍ଦୀପ ଗୋୟଲଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବିତ କରାଯାଇଛି ।

ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍‌ରେ ଦିଆଯାଉଛି VIP ସେବାର ତଦନ୍ତ ନେଇ ଏକ କମିଟି ଗଠନ କରାଯାଇଥିଲା । ଯାହାର ରିପୋର୍ଟ LGଙ୍କୁ ହସ୍ତାନ୍ତର କରିଥିଲା ତଦନ୍ତକାରୀ କମିଟି । ଏହାପରେ ଏଲଜିଙ୍କ ନିର୍ଦ୍ଦେଶ ପରେ ସତ୍ୟେନ୍ଦ୍ର ଜୈନଙ୍କଠାରୁ ଜେଲରେ ଦିଆଯାଉଥିବା ସମସ୍ତ ସୁବିଧା ଛଡ଼ାଇ ନିଆଯାଇଛି । ଏଥିସହ କିଛି ଦିନ ପର୍ଯ୍ୟନ୍ତ ଜେଲ୍‌ରେ ତାଙ୍କୁ କେହି ନଭେଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେଲ୍‌ ମାନୁଆଲ ଅନୁଯାୟୀ ଏଲଜି ଏହି ନିଷ୍ପତ୍ତି ନେଇଥିଲେ ।

ଗତ ନଭେମ୍ବର ୧୯ ତାରିଖରେ ଜେଲ ଭିତରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡି ମାଲିସ ଦିଆଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ମନ୍ତ୍ରୀ ଖଟ ଉପରେ ଆରାମରେ ଶୋଇ କିଛି କାଗଜପତ୍ର ଦେଖୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଦ ମାଲିସ କରୁଥିଲେ । ଏହାପରେ ନଭେମ୍ବର ୨୩ ତାରିଖରେ ତିହାର ଜେଲ୍‌ ଭିତରେ ମନ୍ତ୍ରୀଙ୍କୁ ଉତ୍କୃଷ୍ଟମାନର ଖାଦ୍ୟ ପରସା ଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ଆପ୍ ନେତା ସ୍ବାଦିଷ୍ଟ ମିଲ୍ ସାଙ୍ଗକୁ, ସେଓ, କମଳା, କଦଳୀ ଭଳି ଫଳ ଖାଉଥିବାର ଦେଖିବାକୁ ମିଳିଥିଲା । ନଭେମ୍ବର ୨୬ ତାରିଖରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜେଲ୍‌ରେ ମନ୍ତ୍ରୀ ବୈଠକ କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ୨୭ ତାରିଖରେ ସେ ରହୁଥିବା ଜେଲ୍‌ରେ ତାଙ୍କ ସେଲ୍ ଚଟାଣକୁ ପୋଛା ଯାଉଥିବା ବେଳେ କାରପେଟ୍ ବଦଳାଯାଉଛି ଓ ବେଡସିଟ୍ ମଧ୍ୟ ବିଛାଯାଉଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.