ଲକ୍ଷ୍ନୌ: ହିନ୍ଦୁ ଧର୍ମ ଗ୍ରହଣ କଲେ ଶିଆ ବୋର୍ଡର ପୂର୍ବତନ ସଭାପତି (Former Chairman of Shia Waqf Board) ୱସିମ ରିଜବୀ । ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ସେ । ଆଜି ଉତ୍ତରପ୍ରଦେଶର ଗାଜିଆବାଦରେ ୟେତି ନରସିଂହାନନ୍ଦ ସରସ୍ବତୀ ତାଙ୍କୁ ସନାତନ ଧର୍ମରେ ସାମିଲ କରାଇଛନ୍ତି । ଏବେ ତାଙ୍କୁ ସମସ୍ତେ ୱାସିମ ରିଜବୀ ନୁହେଁ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ ଭାବରେ ଜାଣିବେ ।
ଧର୍ମ ପରିବର୍ତ୍ତନ ପରେ ୱସିମ ରିଜବୀ କହିଛନ୍ତି କି, ଧର୍ମ ପରିବର୍ତ୍ତନର କୌଣସି କଥା ନାହିଁ । ମୋତେ ଯେତେବେଳେ ଇସଲାମ ଧର୍ମରୁ ବାହାର କରି ଦିଆଯାଇଛି ଏବେ ମୁଁ କେଉଁ ଧର୍ମ ଗ୍ରହଣ କରିବି ତାହା ମୋ ନିଷ୍ପତ୍ତି । ସନାତନ ଧର୍ମ ଦୁନିଆର ପ୍ରଥମ ଧର୍ମ ଯେଉଁଠି ସବୁ ଭଲ କଥା ଗ୍ରହଣ କରାଯାଏ । ସନାତନ ଧର୍ମରେ ମଣିଷତ୍ବ ଅଛି ଯାହା ଆଉ କେଉଁ ଧର୍ମରେ ନାହିଁ । ସେପଟେ ଇସଲାମ ଧର୍ମକୁ ନେଇ ବହୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଆଜି ଠାରୁ ହିନ୍ଦୁତ୍ବ ପାଇଁ କାମ କରିବେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ