ETV Bharat / bharat

91ବର୍ଷରେ ପାଦ ଥାପିଲେ ମନମୋହନ ସିଂ, ଛୁଟିଲା ଶୁଭେଚ୍ଛା ସୁଅ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ 91ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଜନୀତି ଠୁ ଉର୍ଦ୍ଧ୍ୱରେ ରହି ଶାସକ ବିରୋଧି ଉଭୟ ଦଳ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By ETV Bharat Odisha Team

Published : Sep 26, 2023, 3:37 PM IST

91 ବର୍ଷରେ ପାଦ ଥାପିଲେ ମନମୋହନ ସିଂ, ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର 91 ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଜନୀତି ଠୁ ଊର୍ଦ୍ଧ୍ୱରେ ରହି ଶାସକ ବିରୋଧି ଉଭୟ ଦଳ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି," ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି।"

ସେହିଭଳି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏକ୍ସରେ ମନମୋହନ ସିଂଙ୍କୁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସତ୍ୟନିଷ୍ଠା, ରାଷ୍ଟ୍ରନିର୍ମାଣ ଓ ଜନତାଙ୍କ ଆର୍ଥିକ ଉତ୍ଥାନ ପ୍ରତି ତାଙ୍କର ପ୍ରତିବନ୍ଧତା ତାଙ୍କ ପାଇଁ ସବୁବେଳେ ପ୍ରେରଣାଦାୟକ ଅଟେ । ଜନ୍ମଦିନ ଅବସରରେ ଉତ୍ତମ ସ୍ୱାସ୍ଥ୍ୟ ସହ ସୁଖୀ ଜୀବନ ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନରେ ବହୁତ ବହୁତ ଅଭିନନ୍ଦନ । ତାଙ୍କ ନେତୃତ୍ବ ସମୟରେ ଭାରତ ଆର୍ଥିକ ସଫଳତାର ଏକ ନୂତନ ପାହାଚ ଛୁଇଁଛି ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି । ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. G-20 Summit 2023: ଭବିଷ୍ୟତରେ ଅର୍ଥବ୍ୟବସ୍ଥାର ପାଓ୍ବାର ହାଉସ ହେବ ଭାରତ: ମନମୋହନ ସିଂ

26 ସେପ୍ଟେମ୍ବର 1932ରେ ଜନ୍ମ ହୋଇଥିଲେ ମନମୋହନ ସିଂହ: ଡକ୍ଟର ମନମୋହନ ସିଂହ 1932 ମସିହା ସେପ୍ଟେମ୍ବର 26ରେ ବର୍ତ୍ତମାନର ପାକିସ୍ତାନର ଚକଓ୍ୱାଲ ଜିଲ୍ଲାର ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କ ନାଁ ଗୁରମୁଖ ସିଂ ଓ ମାଙ୍କ ନାଁ ଅମ୍ରିତ କୌର ଅଟେ । ତେବେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି । 1982ରୁ 1985 ଯାଏ ଆରବିଆଇ ଗର୍ଭର୍ଣ୍ଣର ଭାବେ କାର୍ଯ୍ୟ କରିଥିଲେ । ମନମୋହନ ସିଂ 2004ରୁ 2014 ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ମନମୋହନ ସିଂହଙ୍କ ରାଜନୈତିକ ଯାତ୍ରା ବେଶ ସଫଳ ଥିଲା । ପ୍ରଧାନମନ୍ତ୍ରୀ ହେବା ସହ ସେ ଦେଶର ଅନ୍ୟ ଉଚ୍ଚ ପଦବୀରେ ବି କାମ କରିଛନ୍ତି। ତାଙ୍କର କାର୍ଯ୍ୟଦକ୍ଷତା ତଥା ସରଳ ନେତୃତ୍ବ ପାଇଁ ସେ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ବି ବେଶ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ମନମୋହନ ସିଂ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.