ETV Bharat / bharat

ପୂର୍ବତନ NSE ମୁଖ୍ୟ ଚିତ୍ରା ରାମକ୍ରିଷ୍ଣାଙ୍କୁ CBI ଜେରା, ସାଧୁଙ୍କ ନିର୍ଦ୍ଦେଶରେ ଚଳାଉଥିଲେ ସଂସ୍ଥା ! - ପୂର୍ବତନ ଏନଏସଇ ମୁଖ୍ୟଙ୍କୁ ଜେଲା

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ର ମୁଖ୍ୟ ଚିତ୍ରା ରାମକ୍ରିଷ୍ଣାଙ୍କୁ CBI ର ଜେରା । ଦାୟିତ୍ବରେ ଥିବାବେଳେ ପଦର ଦୁରୁପଯୋଗ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୂର୍ବତନ NSE ମୁଖ୍ୟ ଚିତ୍ରା ରାମକ୍ରିଷ୍ଣାଙ୍କୁ CBI ର ଜେରା, ଯୋଗୀଙ୍କୁ ଦେଉଥିଲେ ତଥ୍ୟ !

author img

By

Published : Feb 18, 2022, 7:32 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ର ମୁଖ୍ୟ ଚିତ୍ରା ରାମକ୍ରିଷ୍ଣାଙ୍କୁ CBI ଜେରା । ପଦର ଦୁରୁପଯୋଗ ଓ NSE ର ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ହିମାଳୟର ଜଣେ ସାଧୁୁଙ୍କୁ ଦେବା ଅଭିଯୋଗରେ ଜେରା କରାଯାଇଥିବା ସୂଚନା ।

ଚିତ୍ରାଙ୍କ ସମେତ NSE ର ଆଉ ଜଣେ ପୂର୍ବତନ CEO ରବି ନାରାୟଣ ଓ ପୂର୍ବତନ COO ଆନନ୍ଦ ସୁବ୍ରମଣ୍ୟମଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଛି CBI । ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏମାନେ ଯେପରି ବିଦେଶ ପଳାୟନ ନକରନ୍ତି ସେନେଇ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଚିତ୍ରା NSE କୋ-ଲୋକେସନ ବ୍ୟବସ୍ଥାର ଦୁରୁପଯୋଗ କରି ଷ୍ଟକ ମାର୍କେଟ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଗୁଆ ପ୍ରଘଟ କରୁଥିବାର ଅଭିଯୋଗ ହୋଇଥିଲା । ସେ ହିମାଳୟର ଜଣେ ସାଧୁଙ୍କୁ ତଥ୍ୟ ଦେଉଥିଲେ । ତାଙ୍କ କଥାରେ ହିଁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଚାଲୁଥିଲା । କାହାକୁ ନିଯୁକ୍ତି ମିଳିବ ଓ କାହାର ଦରମା ବଢ଼ିବ, ଏସମସ୍ତ ନିଷ୍ପତ୍ତି ସମ୍ପୃକ୍ତ ସାଧୁଙ୍କ ନିର୍ଦ୍ଦେଶରେ ପରିଚାଳନା ହେଉଥିଲା ।

ଏହି ମାମଲାରେ CBI ଦିଲ୍ଲୀ ଭିତ୍ତିକ OPG ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ମାମଲା ରୁଜୁ କରିଛି । NSE ର କେତେକ କର୍ମଚାରୀଙ୍କ ସହଯୋଗରେ ଓପିଜି ସିକ୍ୟୁରିଟି ଏନଏସଇର ସର୍ଭରରେ ଅନୁପ୍ରବେଶ କରିବା ସହ ଗୁରୁତ୍ବପୂର୍ଣ୍ଣ ବଜାର ତଥ୍ୟ ଚୋରାଉଥିଲା । ଚିତ୍ରା ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର CEO ଏବଂ MD ଭାବେ ଦାୟିତ୍ବ ତୁଲାଉଥିଲେ ।

ଏହାପରେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ । ସେବି(SEBI)ର ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ, ଚିତ୍ରା ସମ୍ପୃକ୍ତ ଗୁରୁଙ୍କୁ ସମସ୍ତ ତଥ୍ୟ ଦେଉଥିଲେ । ମାତ୍ର କେଉଁ କାରଣରୁ ତାଙ୍କୁ ତଥ୍ୟ ଦେଉଥିଲେ ସେନେଇ ସଷ୍ଟ ହୋଇନାହିଁ । ତେବେ ପଦର ଦୁରୁପଯୋଗ ଅଭିଯୋଗରେ ଦୀର୍ଘଦିନ ଧରି ତଦନ୍ତ କରୁଥିଲା SEBI ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.