ETV Bharat / bharat

ହୃଦଘାତରେ ଚାଲିଗଲେ ବଡି ବିଲ୍ଡର ଯୋଗେଶ, 2021ରେ ଜିତିଥିଲେ ମିଷ୍ଟର ତାମିଲନାଡୁ ଟାଇଟଲ

author img

By ETV Bharat Odisha Team

Published : Oct 9, 2023, 10:40 PM IST

41 ବର୍ଷରେ ହୃଦଘାତରେ ଆଖି ବୁଜିଲେ ଚର୍ଚ୍ଚିତ ବଡି ବିଲ୍ଡର ଯୋଗେଶ । 2021ରେ ହୋଇଥିଲେ ‘ମିଷ୍ଟର ତାମିଲନାଡୁ’ । ଜିମରେ ଅଭ୍ୟାସ କରିବା ବେଳେ ହୃଦଘାତର ଶିକାର । ଅଧିକ ପଢନ୍ତୁ

41 ବର୍ଷରେ ହୃଦଘାତରେ ଆଖି ବୁଜିଲେ ଯୋଗେଶ, 2021 ରେ ହୋଇଥିଲେ ମିଷ୍ଟର ତାମିଲନାଡୁ

ଚେନ୍ନାଇ: ତାମିଲନାଡୁର ଚର୍ଚ୍ଚିତ ବଡିବିଲ୍ଡର ତଥା ପୂର୍ବତନ ‘ମିଷ୍ଟର ତାମଲନାଡୁ’ ବିଜେତା ଯୋଗେଶଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି । 2021ରେ ‘ମିଷ୍ଟର ତାମିଲନାଡୁ’ ଟାଇଟଲ ହତେଇଥିବା ଯୋଗେଶ ଜଣେ ଜିମ ଟ୍ରେନର ଓ ନିଜର ସୁନ୍ଦର ସ୍ବାସ୍ଥ୍ୟ ପାଇଁ ପୁରା ରାଜ୍ୟରେ ଚର୍ଚ୍ଚିତ ଥିଲେ ଥିଲେ । ଆଜି ସେ ଜିମରେ ଅଭ୍ୟାସ କରିବାର କିଛି ସମୟ ପରେ ତାଙ୍କୁ ଶୌଚାଳୟରୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ହୃଦଘାତଜନିତ ବୋଲି ପ୍ରାଥମିକ ଭାବେ ଜଣାପଡିଛି ।

ଚେନ୍ନାଇ କୋରାଟୁର ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୋଗେଶ ଅମ୍ବାଟୁର ମେନମ୍ପେଡୁ ଏକ୍ସଟେନ୍ସନ୍ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ଷ୍ଟ୍ରିଟରେ ରହୁଥିଲେ । ସେ ଆଜି ଅପରାହ୍ନରେ ଜିମରେ ଅଭ୍ୟାସ କରିବା ପରେ ଶୌଚାଳୟକୁ ଯାଇଥିଲେ । ମାତ୍ର ସେଠାରୁ ତାଙ୍କର ଫେରିବା ବିଳମ୍ବ ହେବା ପରେ ତାଙ୍କୁ ଅନ୍ୟମାନେ ଖୋଜାଖୋଜି କରିଥିଲେ । ଶୌଚାଳୟ ଚଟାଣରେ ତାଙ୍କୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ଡାକ୍ତରୀ ସୂଚନା ଅନୁସାରେ, ସେ ହୃଦଘାତର ଶିକାର ହୋଇଥିଲେ । ତେବେ କେଉଁ କାରଣରୁ ସେ ହୃଦଘାତର ଶିକାର ହେଲେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଜିମରେ ମାତ୍ରାଧିକ ପରିଶ୍ରମ କରିବା ଦିଗକୁ ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- Missile Attack: ଇସ୍ରାଏଲରେ ଗୁରୁତର ଭାରତୀୟ ନର୍ସ, ସ୍ବାମୀଙ୍କ ସହ ବାର୍ତ୍ତାଳାପ ବେଳେ ହେଲେ ଆକ୍ରମଣର ଶିକାର

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସେ ଏକାଧିକ ଚ୍ୟାମ୍ପଅନସିପରେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିବା ବେଳେ ବର୍ଷ 2021ରେ ସେ ‘ମିଷ୍ଟର ତାମିଲନାଡୁ’ ଟାଇଟଲ ମଧ୍ୟ ହାସଲ କରିଥିଲେ । ସେହିବର୍ଷ ସେ ନିଜର ବାନ୍ଧବୀ ବୈଷ୍ଣବୀଙ୍କୁ ବିବାହ ମଧ୍ୟ କରିଥିଲେ । ଉଭୟଙ୍କର ଏକ 2 ବର୍ଷୀୟା କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ଗତ କିଛି ବର୍ଷ ହେବ ସେ ଜିମ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସେ ରାଜ୍ୟର ଯୁବପିଢିଙ୍କ ମଧ୍ୟରେ ଆଇକନ ଭାବେ ମଧ୍ୟ ଜଣାଶୁଣା ଥିଲେ । ହେଲେ ଆଜି ସେ ଜିମରେ ଅଭ୍ୟାସ କରିବା ବେଳେ ମାତ୍ର 41 ବର୍ଷ ବୟସରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.