ETV Bharat / bharat

ନାରଦା ମାମଲା: ବିଜେପିକୁ ଟାର୍ଗେଟ କଲେ ଗିରଫ ମଦନ ମିତ୍ର - ପୂର୍ବତନ ମନ୍ତ୍ରୀ ମଦନ ମିତ୍ର

ଗିରଫ ପରେ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । କହିଲେ ଆମେ ଖରାପ ଲୋକ ସତ କିନ୍ତୁ ସେ ଦୁହିଁଙ୍କ ପରି ନୁହେଁ । ଅଧିକ ପଢନ୍ତୁ...

ନାରଦା ମାମଲା: ବିଜେପିକୁ ଟାର୍ଗେଟ କଲେ ଗିରଫ ମଦନ ମିତ୍ର

author img

By

Published : May 18, 2021, 11:31 AM IST

କୋଲକାତା: ବହୁଚର୍ଚ୍ଚିତ ନାରଦା ଲାଞ୍ଚ ମାମଲାରେ ଟିଏମସିର 2 ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଗତ ସୋମବାର ସିବିଆଇ ଗିରଫ କରିଛି । ତେବେ ଏହି ଘଟଣାରେ ଗିରଫ ହୋଇଥିବା ଟିଏମସି ନେତାମାନେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆମେ ଖରାପ ଲୋକ କିନ୍ତୁ ସେ 2 ଜଣ( ବିଜେପି ନେତା ମୁକୁଲ ରଏ ଓ ଶୁଭେନ୍ଦୁ ଅଧିକାରୀ)ଙ୍କ ଭଳି ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ମଦନ ମିତ୍ର କହିଛନ୍ତି ।

ସିବିଆଇ ଏହି ଘଟଣାରେ 4 ଜଣଙ୍କୁ ଗିରଫ କରିବା ପରେ ପଶ୍ଚିମବଙ୍ଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ପ୍ରାୟ 6 ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାପରେ ସିବିଆଇ ଗିରଫଙ୍କୁ ଜାମିନ ଦେଇଥିବା ବେଳେ ତଦନ୍ତକାରୀ ଟିମ ମାମଲାଲକୁ ହାଇକୋର୍ଟକୁ ନେଇଥିଲେ । ହାଇକୋର୍ଟ କିନ୍ତୁ ସେମାନଙ୍କ ଜାମିନ ଉପରେ ରୋକ ଲଗାଇବା ସହିତ ସେମାନଙ୍କୁ ପ୍ରେସିଡେନ୍ସି କୋର୍ଟକୁ ପଠାଇଥିଲା ।

ତେବେ ଜେଲକୁ ଯିବା ସମୟରେ ମନ୍ତ୍ରୀ ହାକିମ କହିଛନ୍ତି ଯେ ବିଜେପି ତାଙ୍କୁ ହତାଶ କରିବା ପାଇଁ କାହାକୁ ବି ଲଗାଇପାରେ କିନ୍ତୁ ନ୍ୟାୟପାଳିକଙ୍କ ଉପରେ ତାଙ୍କର ଗଭୀର ବିଶ୍ବାସ ରହିଛି ବୋଲି ସେ କହିଥିଲେ । ସେପଟେ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର କହିଛନ୍ତି ଯେ ଆମେ(ଗିରଫ ହୋଇଥିବା ଟିଏମସି ନେତା) ଖରାପ ଲୋକ କିନ୍ତୁ ସେ 2 ଜଣଙ୍କ ଭଳି ନୁହେଁ । ସେପଟେ ବର୍ତ୍ତମାନ ବିଜେପି ନେତା ଥିବା ମୁକୁଲ ରଏ ଓ ଶୁଭେନ୍ଦୁ ଅଧିକାରୀ ନାରଦା ମାମଲାରେ ଜଡିତ ଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇନାହିଁ ।

ତେବେ ସୂଚନା ଥାଉ କି 2014 ମସିହାରେ ଟିଏମସିର ସାତଜଣ ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀ ଲାଞ୍ଚ ନେବା ସମୟରେ କ୍ୟାମେରା କଏଦ ହୋଇଥିଲା । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା । ଦୀର୍ଘ 4 ବର୍ଷ ପରେ ଏହି ଘଟଣାକୁ ନେଇ ସିବିଆଇ ସେମାନଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.