ETV Bharat / bharat

ଦୁର୍ଘଟଣାର ଶିକାର ହେଲେ କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ

କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

ଗଣେଶ ପୂଜା ଦିନ ଅଘଟଣ, ସଡକ ଦୁର୍ଘଟଣାରେ ୪ ମୃତ

author img

By

Published : Sep 1, 2022, 8:07 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ( Former Karnataka deputy CM Laxman Savadi) ଦୁର୍ଘଟଣାର ଶିକାର ହୋଇଛନ୍ତି । ବୁଧବାର ଦିନ କର୍ଣ୍ଣାଟକର ରାଇବାଗ ଠାରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ଅଠାନି ଅଭିମୁଖେ ଯାଉଥିବା ସମୟରେ ତାଙ୍କର ଗାଡି ଏକ ଖାଲ ମଧ୍ୟକୁ ଖସି ପଡିଥିଲା । ତେବେ ସୌଭାଗ୍ୟବଶତଃ ସାବଦୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏମଏଲସି ଲକ୍ଷ୍ମଣ ସାବଦୀ ଗୋକାକରୁ ଅଠାନି ଅଭିମୁଖେ ଯାଉଥିବା ବେଳେ ଜଣେ ବାଇକ୍‌ ଆରୋହୀ(bike rider) ହଠାତ୍ ତାଙ୍କ ଗାଡି ସାମ୍ନାକୁ ଚାଲି ଆସିଥିଲେ । ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ସାବଦୀଙ୍କ ଡ୍ରାଇଭର ଗାଡିକୁ ବୁଲାଇବା ସମୟରେ ଏହା ପାଖରେ ଥିବା ଏକ ଖାଲ ମଧ୍ୟରେ ଓଲଟି ପଡିଥିଲା । ଦୁର୍ଘଟଣାରେ ସାବଦୀଙ୍କ ହାତ ଏବଂ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ତାଙ୍କ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Sopore Encounter: 2 ଆତଙ୍କୀ ସଫା, ଅପରେସନ ଜାରି

ଅନ୍ୟପଟେ ଗଣେଶ ଚତୁର୍ଥୀ ଦିନ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଛି(Four killed in road accidents) । ରାଜ୍ୟର ଖାରଗୋନ ଏବଂ ଦାମୋହ ଜିଲ୍ଲାରେ ଦୁଇଟି ପୃଥକ୍‌ ଦୁର୍ଘଟଣା ଘଟି ଦୁଇ ଜଣ ଦମ୍ପତି ପ୍ରାଣ ହରାଇଛନ୍ତି । ଖରଗୋନରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଘର ବାହାରେ ବସିଥିବା ବେଳେ ଟ୍ରାକ ଚାପାରେ ଆଖି ବୁଜିଛନ୍ତି । ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଓଲଟି ପଡିବା ଯୋଗୁଁ ଏହି ଅଘଟଣ ଘଟିଛି ।

ଦ୍ବିତୀୟ ଦୁର୍ଘଟଣାଟି ଦାମୋହ ଜିଲ୍ଲା ଅନ୍ତର୍ଗତ କୁଆ ଚୌରାହା ଅଞ୍ଚଳରେ ଘଟିଛି । ଏଠାରେ ଗୋଟିଏ ଇଟା ବୋଝେଇ ଟ୍ରାକ୍ଟର ମୋଟର ସାଇକେଲକୁ ଧକ୍କା ଦେବା ଯୋଗୁଁ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ସ୍ବାମୀ-ସ୍ତ୍ରୀ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଟ୍ରାକ୍ଟରରେ ବସିଥିବା ତିନି ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ କୁଆଡେ ଫେରାର ହୋଇଯାଇଛି । ଏଏସପି(ASP) ଶିବକୁମାର ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.