ETV Bharat / bharat

ଆଜି ପଦ୍ମ ଧରିବେ ପୂର୍ବତନ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ କିଶୋର ଉପାଧ୍ୟାୟ !

author img

By

Published : Jan 27, 2022, 9:33 AM IST

ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବନ ହେଲେ ପୂର୍ବତନ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ କିଶୋର ଉପାଧ୍ୟାୟ । ହାତ ଛାଡି ଆଜି ବିଜେପିରେ ମିଶିପାରନ୍ତି ଉପାଧ୍ୟାୟ । ଅଧିକ ପଢନ୍ତୁ

ଆଜି ବିଜେପିରେ ମିଶିବେ ପୂର୍ବତନ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ କିଶୋର ଉପାଧ୍ୟାୟ !

ଡେରାଡୁନ: ବିଧାନସଭା ଟକ୍କରକୁ ନେଇ ୫ ରାଜ୍ୟରେ ବେଶ୍ ସରଗରମ୍ ରହିଛି ରାଜନୀତି । ଜମିଲାଣି ପ୍ରଚାର, ମୈଦାନକୁ ଓହ୍ଲାଇଲେଣି ତୁଙ୍ଗ ନେତା । କ୍ଷମତା ଦଖଲ କରିବାକୁ କଳବଳ ଲଗାଇଲାଣି ପ୍ରମୁଖ ରାଜନୈତିକ ଦଳ । ଏହି କ୍ରମରେ ଆସନ୍ତା ଫେବୃୟାରୀ ୧୪ରେ ଉତ୍ତରାଖଣ୍ଡରେ ପଡିବାକୁ ଯାଉଛି ଭୋଟ୍ । ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଘଡିକରେ ଘୋଡା ଛୁଟୁଛି ରାଜ୍ୟ ରାଜନୀତିରେ । ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଲାଗି ରହିଥିବାବେଳେ ଏବେ ହାତ ଛାଡିପାରନ୍ତି ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟ କିଶୋର ଉପାଧ୍ୟାୟ । ଉପାଧ୍ୟାୟ କଂଗ୍ରେସ ଛାଡି ଆଜି ବିଜେପିରେ ଯୋଗ ଦେଇପାରନ୍ତି । ବିଜେପି ସୂତ୍ରରୁ ଏନେଇ ସୂଚନା ମିଳିଛି ।

ବୁଧବାର କଂଗ୍ରେସ ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଯେଉଁଥିରେ ଉପାଧ୍ୟାୟଙ୍କ ନାମ ଉଲ୍ଲେଖ ହୋଇନାହିଁ । ଆହୁରି ମଧ୍ୟ, ନିକଟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବେ ଉପାଧ୍ୟାୟଙ୍କୁ ପାର୍ଟିର ସବୁ ପଦପଦବୀରୁ ହଟା ଯାଇଥିବାବେଳେ ଆଜି ଦଳବିରୋଧି କାର୍ଯ୍ୟ ପାଇଁ ଉପାଧ୍ୟୟଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି କଂଗ୍ରେସ ।

ଯାହା ସେ ବିଜେପିରେ ମିଶିବା ନେଇ ଜୋର୍ ଧରିଥିବା ଚର୍ଚ୍ଚାକୁ ମଜବୁତ୍ କରିଛି । ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଉତ୍ତରାଖଣ୍ଡ ରାଜନୀତିରେ ଏପରି ଟ୍ବିଷ୍ଟ ପରେ ଟ୍ବିଷ୍ଟ ଆସୁଛି । କିଛି ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିବେ ବୋଲି କୁହାଯାଇଥିଲା । ହେଲେ ଏବେ ରାୱତଙ୍କ ସିଟରେ ପରିବର୍ତ୍ତନ ହୋଇଛି । ରାମନଗର ବଦଳରେ ସେ ଲାଲକୁଆଁରୁ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛି କଂଗ୍ରେସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.