ETV Bharat / bharat

କଂଗ୍ରେସ କ୍ୟାମ୍ପ ଛାଡି NCP ହାତ ଧରିଲେ ପିସି ଚାକୋ - Kerala assembly election

ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ପିସି ଚାକୋ ଆରମ୍ଭ କରିଛି ନୂଆ ଇନିଙ୍ଗ୍ସ । ପିସି ଚାକୋ ଏନସିପିରେ ହୋଇଛନ୍ତି ସାମିଲ । ଅଧିକ ପଢନ୍ତୁ...

କଂଗ୍ରେସ କ୍ୟାମ୍ପ ଛାଡି NCP ହାତ ଧରିଲେ ପିଲି ଚାକୋ

author img

By

Published : Mar 16, 2021, 8:59 PM IST

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନରେ ଟିକେଟ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ପିସି ଚାକୋ ଆରମ୍ଭ କରିଛନ୍ତି ନୂଆ ଇନିଙ୍ଗ୍ସ । ପିସି ଚାକୋ ଏନସିପିରେ ହୋଇଛନ୍ତି ସାମିଲ । ମଙ୍ଗଳବାର ସଂଧ୍ୟାରେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ଚାକୋ ।

ଏନସିପିରେ ସାମିଲ ହେବା ପରେ ଗଣମାଧ୍ୟମ ସହିତ ଆଲୋଚନା କରି କଂଗ୍ରେସ ନେତୃତ୍ବଙ୍କ ସମାଲୋଚନା କରିଛନ୍ତି ଚାକୋ । ପିସି ଚାକୋ କହିଛନ୍ତି, ଭାରତୀୟ ଜନତା ପାର୍ଟି ବିରୋଧରେ ଏକଜୁଟ ହୋଇ ଲଢିବାର ଆଜି ଆବଶ୍ୟକତା ରହିଛି । ମୁଁ କଂଗ୍ରେସରେ ଥିବାବେଳେ ଶରଦ ପାୱାରଙ୍କ ସହିତ କାମ କରିସାରିଛି । ହେଲେ ଦୁର୍ଭାଗ୍ୟର ବିଷୟ ଆଜି କଂଗ୍ରେସରେ ଏଭଳି ନେତୃତ୍ବର ଅଭାବ ରହିଛି ।

ମାର୍ଚ୍ଚ 10ରେ ପିସି ଚାକୋ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ନିଜ ଇସ୍ତଫା ପତ୍ର ସିଧାସଳଖ ଦଳର ହାଇକମାଣ୍ଡଙ୍କୁ ପଠାଇଥିଲେ । ବର୍ତ୍ତମାନ ସ୍ଥିତିରେ କେରଳ କଂଗ୍ରେସ ଟିମ ସହ କାମ କରିବା କଷ୍ଟସାଧ୍ୟ ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଥିଲେ ଚାକୋ ।

ପିସି ଚାକୋଙ୍କ ଅନୁଯାୟୀ, କେରଳରେ କଂଗ୍ରେସ ଦୁଇ ଭାଗ ହୋଇଯାଇଛି । ଟିକେଟ ବଣ୍ଟନରେ ମଧ୍ୟ ଠିକ ଭାବେ ନିଷ୍ପତ୍ତି ନିଆଯାଇନଥିଲା । ଏନେଇ ସେ ଦଳ ଛାଡିବାକୁ ସ୍ଥିର କରିଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ କେରଳ କଂଗ୍ରେସକୁ ଲାଗିଛି ଝଟକା । ପିସି ଚାକୋଙ୍କ ସମେତ ବିଜୟ ଥୋମାସ ମଧ୍ୟ ଛାଡିଥିଲେ ଦଳ । ଏହା ସହିତ ୱାୟନାଡ ଜିଲ୍ଲାର ଅନେକ କଂଗ୍ରେସ ନେତା ନିଜର ଇସ୍ତଫା ଦେଇସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.