ETV Bharat / bharat

ଭାରତ ଗସ୍ତର ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ, ବୁଲିଲେ ରାଜସ୍ଥାନର ପର୍ଯ୍ୟଟନ ସ୍ଥାନ

ରାଜସ୍ଥାନ ଗସ୍ତରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍‌ । ଗୁରୁବାର ସେ ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି । ଅଧିକ ପଢ଼ନ୍ତୁ

former British prime minister Boris Johnson visited Amer mahal and Jaigarh Fort
ଭାରତ ଗସ୍ତର ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ, ବୁଲିଲେ ରାଜସ୍ଥାନର ପର୍ଯ୍ୟଟନ ସ୍ଥାନ
author img

By

Published : Dec 15, 2022, 10:35 PM IST

former British prime minister Boris Johnson visited Amer mahal and Jaigarh Fort
ଭାରତ ଗସ୍ତର ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ, ବୁଲିଲେ ରାଜସ୍ଥାନର ପର୍ଯ୍ୟଟନ ସ୍ଥାନ

ଜୟପୁର: ରାଜସ୍ଥାନ ଗସ୍ତରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍‌ । ଗୁରୁବାର ସେ ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି । ଏହି ଅବସରରେ ପ୍ରସିଦ୍ଧ ଆମେର ମହଲ ଜୟଗଡ଼ ଦୁର୍ଗ, ଜଳ ମହଲ ଆଦି ବୁଲି ଦେଖିଛନ୍ତି । ଏହି ଅବସରରେ ସେଠାରେ ବୁଲୁଥିବା ଅନ୍ୟ ପର୍ଯ୍ୟଟକ ଜନ୍‌ସନ୍‌ଙ୍କ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା ।

ଜୟପୁରରେ ପହଞ୍ଚିବା ପରେ ପ୍ରଥମେ ବିଶ୍ବ ପ୍ରସିଦ୍ଧ ଆମେର ମହଲ ବୁଲି ଦେଖିଲେ ଜନ୍‌ସନ୍‌ । ଏଠାରେ ଦିୱାନ୍‌-ଏ-ଆମ୍‌, ଦିୱାନ୍‌-ଏ-ଖାସ୍‌, ଗଣେଶ ପୋଲ୍‌, ଶଶି ପଲ୍‌, ଶିଶା ମହଲ ମାନସିଂହ ମହଲ ସମେତ ଅନ୍ୟ ସ୍ଥାନ ବୁଲି ଏହାର ଲୁପ୍ତ ଉଠାଇଥିଲେ । ଏଠାରେ ଆମେର ମହଲର ପ୍ରଶଂସା କରିଥିଲେ ବୋରିଶ ଜନ୍‌ସନ୍‌ ।

ଏହାପରେ ଜୟଗଡ଼ ଦୁର୍ଗ ବୁଲିଛନ୍ତି ବୋରିଶ ଜନସନ୍‌ । ଆମେର ମହଲରୁ ସୁଡ଼ଙ୍ଗ ଦେଇ ଦେଢ଼ ଘଣ୍ଟା ଚାଲିବା ପରେ ସେ ଜୟଗଡ଼ରେ ପହଞ୍ଚିଥିଲେ । ଏଠାରେ ଜୟଗଡ଼ର ପ୍ରଶାସନ ଅଧିକାରୀ ଓ କର୍ମଚାରୀ ଜନ୍‌ସନ୍‌ଙ୍କୁ ଜୟଗଡ଼ ଇତିହାସ ବିଷୟରେ କହିଥିଲେ ।

ଆମେର ମହଲ ବୁଲିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅତିରିକ୍ତ ଭାବରେ ସେନା ଯବାନଙ୍କୁ ଜନ୍‌ସନ୍‌ଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଥିଲା । ଏହି ସମସ୍ତ ସ୍ଥାନ ବୁଲିବା ପରେ ହୋଟେଲ୍‌କୁ ଫେରି ଯାଇଛନ୍ତି ବୋରିଶ ଜନ୍‌ସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.