ETV Bharat / bharat

Land For Job Scam: ଇଡିରେ ହାଜରେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ - ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ

ଚାକିରି ପାଇଁ ଜମି ଦୁର୍ନୀତି ମାମଲା । ଜେରା ପାଇଁ ଇଡିରେ ହାଜର ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ଅଧିକ ପଢନ୍ତୁ

ଇଡିରେ ହାଜରେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ

author img

By

Published : May 18, 2023, 12:48 PM IST

ପାଟନା: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ଜମି ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା ପାଇଁ ପୂର୍ବ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ଆଜି ଦିନ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଫିସରେ ପହଞ୍ଚିଛନ୍ତି । ଏହାପୂର୍ବରୁ ତାଙ୍କୁ ସିବିଆଇ ଜେରା କରିଥିଲା । ଏବେ ଇଡିର ପ୍ରଶ୍ନର ସାମ୍ନାକୁ କରିବାକୁ ସେ ହାଜର ହୋଇଛନ୍ତି । ଦୁର୍ନୀତି ନିବାରଣ ଆକ୍ଟ(PMLA) ଅନୁସାରେ ତାଙ୍କର ବୟାନ ରେକର୍ଡ କରିବ ଇଡି ।

ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ଯାଏଁ ମନମୋହନ ସିଂ ସରକାରରେ ରେଳମନ୍ତ୍ରୀ ଦାୟିତ୍ବରେ ଥିବାବେଳେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ନିକଟରେ ଲାଲୁ ପ୍ରସାଦ ଯାଦବ ଏବଂ ପତ୍ନୀ ରାବ୍ରି ଦେବୀଙ୍କୁ ୫ ଘଣ୍ଟା କାଳ ମାରାଥନ ଜେରା କରିଥିଲା । ଏହାସହିତ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଓ ଝିଅ ମିଶା ଭାରତୀଙ୍କ ଘରେ ଚଢାଉ କରିଥିଲା । ତେବେ ସିବିଆଇର ଜେରା ପରେ ଇଡିର ଡାକରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଜି ଜେରା ପାଇଁ ହାଜର ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ରତନଲାଲ କଟାରିଆ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶୋକ

କହିରଖୁଛୁ କି, ଏହି ଦୁର୍ନୀତି ମାମଲାରେ ଗତ ମଙ୍ଗଳବାର ଦିନ ସିବିଆଇ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ କିଛି ଘନିଷ୍ଠ ସହଯୋଗୀଙ୍କ ବିହାର ଏବଂ ଦିଲ୍ଲୀ-ଏନସିଆରରେ ଥିବା ୯ଟି ଠିକଣାରେ ଚଢାଉ କରିଥିଲା । ଆରଜେଡି ରାଜ୍ୟସଭା ସାଂସଦ ପ୍ରେମ ଚନ୍ଦ୍ର ଗୁପ୍ତା, ପୂର୍ବତନ ଆରଜେଡି ବିଧାୟକ ଅରୁଣ ଯାଦବ ଏବଂ ବିଧାୟକ କିରଣ ଦେବୀଙ୍କ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ପାଟନା, ଭୋଜପୁର ଏବଂ ଏରା ବାସଭବନରେ ଏହି ଚଢାଉ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ ନୂଆ ଆଇନମନ୍ତ୍ରୀ

ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.