ETV Bharat / bharat

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

author img

By

Published : Mar 12, 2023, 10:12 PM IST

ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ ଛାଡିଲେ ହାତ । ଖଡଗେଙ୍କୁ ପଠାଇଲେ ଇସ୍ତଫା ପତ୍ର । ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ବିଶାଖାପାଟନମ: ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ତଥାୱ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.କିରଣ ରେଡ୍ଡୀ । ସେ ଆଜି ଇସ୍ତଫା ଦେବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସଂଧ୍ୟାରେ ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଥିବା ଦର୍ଶାଇବା ସହ ଇସ୍ତଫାର କୌଣସି କାରଣ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି ।

ତେବେ ହାତ ଛାଡିବା ପରେ ପଦ୍ମ ଧରିବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ଏସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି । ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ 62 ବର୍ଷୀୟ ଏହି ବରିଷ୍ଠ କଂଗ୍ରେସ ନେତା ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେ ନିକଟରେ ବିଜେପିରେ ସାମିଲ ହେବା ନେଇ ମଧ୍ୟ ଅନୁମାନ ପ୍ରକାଶ ପାଇଛି ।

କିରଣ ରେଡ୍ଡୀ 2010ରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । 2010 ନଭେମ୍ବର 11ରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ 2014 ମାର୍ଚ୍ଚ 10 ତାରିଖରେ ପଦରୁ ଇସ୍ତଫା ଦେଇଥିଲେ । ସେ ସମୟରେ ଆନ୍ଧ୍ର ବିଭାଜନ ଓ ସ୍ବତନ୍ତ୍ର ତେଲେଙ୍ଗାନା ଗଠନକୁ ଦୃଢ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ କିରଣ । ସେ ଏହି କାରଣରୁ କେନ୍ଦ୍ରରେ ଶାସନରେ ଥିବା ନିଜ ଦଳ କଂଗ୍ରେସ ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନ କରିବାକୁ ପଛାଇନଥିଲେ । କେନ୍ଦ୍ରର କଂଗ୍ରେସ ସରକାର ଆନ୍ଧ୍ର ପ୍ରଦେଶ ବିଭାଜନ ନେଇ ଯେଉଁ ଡ୍ରାଫ୍ଟ ବିଲ୍‌ ପ୍ରସ୍ତୁତ କରିଥିଲା, ତାକୁ ରାଜ୍ୟରେ କାର୍ଯ୍ୟକାରୀ କରାଇ ନଦେବା ପାଇଁ ତାଙ୍କ ସରକାର ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଏକ ସଙ୍କଳ୍ପ ମଧ୍ୟ ପାରିତ କରିଥିଲା । ପରେ ସେ ଏହି ବିଭାଜନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡିଥିଲେ ।

କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ‘ଜୟ ସମୀକ୍ଷାଆନ୍ଧ୍ର’ ନାମରେ ନିଜର ଏକ ସ୍ବତନ୍ତ୍ର ରାଜନୈତିକ ଦଳ ଗଠନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । 2014 ସାଧାରଣ ନିର୍ବାଚନରେ ତାଙ୍କ ଦଳ ଶୋଚନୀୟ ପରାଜୟର ସାମ୍ନା କରିଥିଲା । ନିଜର ରାଜନୈତିକ ଦଳରେ ସଫଳ ହୋଇପାରିନଥିବା କିରଣ 2018ରେ ପୁଣି ଥରେ କଂଗ୍ରେସକୁ ଫେରି ଆସିଥିଲେ । 2019ରେ ସେ ଦଳରେ ଥାଇ ମଧ୍ୟ ନିର୍ବାଚନରେ ସକ୍ରିୟତା ଦେଖାଇନଥିଲେ ।

ଏବେ 2024 ସାଧାରଣ ନର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢିବା ଆରମ୍ଭ କରୁଥିବା ବେଳେ ସେ କଂଗ୍ରେସ ସହ ଦୀର୍ଘ ଦଶନ୍ଧିର ସମ୍ପର୍କ ଛିନ୍ନ କରିଛନ୍ତି । ସେ ବିଜେପିରେ ଯୋଗ ଦେଇପାରନ୍ତି ଓ 24ରେ ଆନ୍ଧ୍ର ରାଜନୀତିରେ ଗେରୁଆ ଦଳରୁ ରାଜନୈତିକ ଲଢେଇକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ସେ ନିଜେ ତାଙ୍କର ପରବର୍ତ୍ତୀ ରାଜନୈତିକ ଯାତ୍ରା ନେଇ କୌଣସି ସୂଚନା ଦେଇନାହାନ୍ତି । ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.