ETV Bharat / bharat

ଚିନ୍ତା ବଢାଉଛି ସଂକ୍ରମଣ: ବିହାରରେ 4 ବିଦେଶୀ କୋରୋନା ସଂକ୍ରମିତ - ବିହାରରେ 4 ବିଦେଶୀ କୋରୋନା ସଂକ୍ରମିତ

ଦେଶରେ ପୁଣି ବ୍ୟାପୁଛି କୋରୋନା ସଂକ୍ରମଣ । ବିହାରର ଗୟାରେ 4 ଜଣ ବିଦେଶୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Corona cases Update
କୋରୋନା ସଂକ୍ରମଣ
author img

By

Published : Dec 26, 2022, 11:46 AM IST

Updated : Dec 26, 2022, 12:39 PM IST

ପାଟନା: ବିହାରରେ 4 ଜଣ ବିଦେଶୀ କୋରୋନା ସଂକ୍ରମିତ(foreigners infected with Covid) ହୋଇଛନ୍ତି । ଚାରି ଜଣଙ୍କ ମଧ୍ୟରୁ ଜଣେ ଥାଇଲାଣ୍ଡ, ଦୁଇ ଜଣ ଇଂଲଣ୍ଡ ଏବଂ ଜଣେ ମିଆଁମାରରୁ ଆସିଥିବା ଜଣାପଡ଼ିଛି । ସଂକ୍ରମିତ ଚିହ୍ନଟ ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଚିକିତ୍ସା ଜାରି ରହିଛି । ସଂକ୍ରମିତ 4 ଜଣ ବ୍ୟକ୍ତି ବିହାରର ସ୍ଥିତ ଗୟାରେ ଧର୍ମଗୁରୁ ଦଲାଇଲାମାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ । ରାଜ୍ୟ କୋଭିଡ ସଂକ୍ରମଣ ଖବର ସାମନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି ।

ବିହାରସ୍ଥିତ ଗୟାରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ କାର୍ଯ୍ୟକ୍ରମ ଚାଲିଛି । ଯେଉଁଥିରେ ବିଦେଶରୁ ଅନେକ ବୌଦ୍ଧ ଧର୍ମାବଲମ୍ବୀ ଏଠାକୁ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା 29, 30 ଏବଂ 31ରେ ଧର୍ମଗୁରୁ ଦଲାଇଲାମାଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଏଥିରେ ଭାରତ ତଥା ବିଭିନ୍ନ ଦେଶରୁ 60 ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହେବେ । କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ସମସ୍ତ ବିଦେଶ ଫେରନ୍ତାଙ୍କ RTPCR ଟେଷ୍ଟ୍‌ କରାଯାଉଛି । ଏହାର ଯାଞ୍ଚ ସମୟରେ ରବିବାର ଗୟାରେ 4 ଜଣ ବିଦେଶୀ କୋରୋନା ସଂକ୍ରମିତ ହୋଇଛନ୍ତି । ଆଗୁଆ ସମସ୍ତ ପଦକ୍ଷେପ ନେବାକୁ ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଚୀନରେ ବ୍ୟାପୁଥିବା ଓମିକ୍ରନ ସବ୍‌-ଭାରିଆଣ୍ଟ BF.7 ଭାରତରେ ଚିହ୍ନଟ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ କୋଭିଡ ସ୍ଥିତି ସମୀକ୍ଷା କରି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ବିହାର ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟକୁ ସଜାଗ କରିବା ସହ କୋଭିଡ-19ର ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସହଯୋଗୀ ମନୋଭାବରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିସହ ସମସ୍ତ ରାଜ୍ୟ ମନିଟରିଂ ବ୍ୟବସ୍ଥାକୁ ମଜଭୁତ କରିବା ଉଚିତ ବୋଲି କହିଛନ୍ତି ।

ବିହାରରେ ସଂକ୍ରମଣ ଚିହ୍ନଟ ପରେ ଏହାକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମିତଙ୍କ ନମୁନା ସଂଗ୍ରହ କରାଯିବା ପରେ ଜେନୋମ ସିକ୍ବେନ୍ସିଂ ଲାଗି ଲ୍ୟାବ୍‌କୁ ପଠାଯାଇଛି । ସମସ୍ତ ମେଡି଼କାଲ କଲେଜମାନଙ୍କରେ ବେଡ ସଂଖ୍ୟା ବୃଦ୍ଧି କରାଯିବାକୁ କୁହାଯାଇଛି । ଯଦିଓ ସଂକ୍ରମଣ ବେଶି ମାତ୍ରାରେ ବୃଦ୍ଧି ପାଇନାହିଁ । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି । ବିଦେଶରୁ ଆସିଥିବା ଲୋକଙ୍କ ନିୟମିତ କୋଭିଡ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ସୂଚନା ଥାଉକି, ଦିଲ୍ଲୀ ଏୟାରପୋର୍ଟରୁ ମଧ୍ୟ 2 ଜଣ ବିଦେଶ ଫେରନ୍ତା କୋରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୁନା ସଂଗ୍ରହ କରାଯିବା ପରେ ଜେନୋମ ସିକ୍ବେନ୍ସିଂ ଲାଗି ଲ୍ୟାବକୁ ପଠାଯାଇଛି । ଜଣେ ଉତ୍ତର ପ୍ରଦେଶ ଆଗ୍ରାର ହୋଇଥିବାବେଳେ ଅନ୍ୟ ଜଣେ କାନପୁରର ହୋଇଥିବା ଜଣାପଡ଼ିଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ବର୍ତ୍ତମାନଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦେଶ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । କୋଭିଡକୁ ଦୃଷ୍ଟିରେ ରଖି ଏମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଚୀନରେ ଓମିକ୍ରୋନ ସବ୍‌-ଭାରିଆଣ୍ଟ BF.7 (Omicron Sub-variant)ର ଦ୍ରୁତ ଭାବେ ବଢ଼ି ଚାଲିଛି । ଦେଶରେ BF.7 ଆକ୍ରାନ୍ତ ଚିହ୍ନଟ ପରେ ଏବେ ଚିନ୍ତାର ବିଷୟ ପାଲଟିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ତେଣୁ ଭିଡ଼କୁ ନଯିବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।

Last Updated : Dec 26, 2022, 12:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.