ETV Bharat / bharat

ମଙ୍ଗଳବାର ହାର୍ଟ ଅଫ ଏସିଆ ସମ୍ମିଳନୀ, ସାମିଲ ହେବେ ଭାରତ-ପାକ ବୈଦେଶିକ ମନ୍ତ୍ରୀ

author img

By

Published : Mar 29, 2021, 9:50 PM IST

ତାଜିକସ୍ତାନରେ ମଙ୍ଗଳବାର ହେବାକୁ ଯାଉଛି ନବମ ମନ୍ତ୍ରୀସ୍ତରୀୟ ହାର୍ଟ ଅଫ ଏସିଆ ସମ୍ମିଳନୀ । ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ମଧ୍ୟ ଯୋଗଦେବେ। ଅଧିକ ପଢନ୍ତୁ...

ମଙ୍ଗଳବାର ହାର୍ଟ ଅଫ ଏସିଆ ସମ୍ମିଳନୀ, ସାମିଲ ହେବେ ଭାରତ-ପାକ ବୈଦେଶିକ ମନ୍ତ୍ରୀ
ମଙ୍ଗଳବାର ହାର୍ଟ ଅଫ ଏସିଆ ସମ୍ମିଳନୀ, ସାମିଲ ହେବେ ଭାରତ-ପାକ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ତାଜିକସ୍ତାନରେ ମଙ୍ଗଳବାର ହେବାକୁ ଯାଉଛି ନବମ ମନ୍ତ୍ରୀସ୍ତରୀୟ ହାର୍ଟ ଅଫ ଏସିଆ ସମ୍ମିଳନୀ । ଏହି ସମ୍ମିଳନୀରେ ସାମିଲ ହେବାକୁ ଦୁଶାନୱେ ପହଞ୍ଚି ସାରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଠକ ସକାଳ 10ଟାରେ ଅନୁଷ୍ଠିତ ହେବ ।

ଏହାପୂର୍ବରୁ ସୋମବାର ରାତିରେ ତାଜିକିସ୍ତାନ ରାଷ୍ଟ୍ରପତି ଇମାମୋଲି ରେହମାନ ସମସ୍ତ ପରିଦର୍ଶକ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରିଛନ୍ତି । ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ମଧ୍ୟ ଯୋଗଦେବେ । ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ କେଉଁ ବିଷୟ ଉପରେ ଆଲୋଚନା ହେବ, ତାହା ଉପରେ ରହିବ ସମସ୍ତଙ୍କ ନଜର ।

ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ଦ୍ବିପାକ୍ଷିକ ବୈଠକ ହେବନାହିଁ । ତେବେ ଏହା ପୂର୍ବରୁ ଅନେକ ଥର ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ହାର୍ଟ ଅଫ ଏସିଆ ବୈଠକରେ ସାମିଲ ହୋଇସାରିଛନ୍ତି ।

ଦୁଶାନୱେରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତୁର୍କୀ ପ୍ରତିପକ୍ଷ ମେୱଲୁତ ଚାଭୁଶୋଲୋଭ ଏବଂ ଇରାନ ପ୍ରତିପକ୍ଷ ଜାୱଦ ଜରିଫଙ୍କ ସହିତ ସାକ୍ଷାତ କରିସାରିଥନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.