ETV Bharat / bharat

ସିଙ୍ଗୁରରେ ଏବେ ଝଡ଼ ପୂର୍ବର ନିରବତା - Nandigram Assembly

ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସହିତ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ଗତ ଏପ୍ରିଲ 1ରେ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ 10 ତାରିଖ ଦିନ ସିଙ୍ଗୁରରେ ଭୋଟଗ୍ରହଣ କରାଯିବ । ଅଧିକ ପଢନ୍ତୁ...

ସିଙ୍ଗୁରରେ ଏବେ ଝଡ଼ ପୂର୍ବର ନିରବତା
ସିଙ୍ଗୁରରେ ଏବେ ଝଡ଼ ପୂର୍ବର ନିରବତା
author img

By

Published : Apr 9, 2021, 5:53 PM IST

ପଶ୍ଚିମବଙ୍ଗ ନିର୍ବାଚନ

କେଉଁ ପଟକୁ ଢଳିବ ବଙ୍ଗଳାର ଦ୍ବିତୀୟ ସମ୍ମାନଜନକ ଆସନ ? ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସହିତ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ଗତ ଏପ୍ରିଲ 1ରେ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ 10 ତାରିଖ ଦିନ ସିଙ୍ଗୁରରେ ଭୋଟଗ୍ରହଣ କରାଯିବ ।

ଏକଦା ଅନ୍ତର୍ଜାତୀୟ ଶିରୋନାମାରେ ସ୍ଥାନ ପାଇଥିବା ସିଙ୍ଗୁର, ବାମପନ୍ଥୀଙ୍କୁ ପରାସ୍ତ କରି ରାଜ୍ୟରେ ସରକାର ଗଠନ ନିମନ୍ତେ ଭିତ୍ତି ସ୍ଥାପନ କରିବା ସହିତ ମମତା ବାନାର୍ଜୀଙ୍କ ଅଭ୍ୟୁତ୍‌ଥାନ ଦିଗରେ ପଥ ପରିଷ୍କାର କରିଥିଲା । ସିଙ୍ଗୁରରେ ଟାଟା ମୋଟର୍ସ ପକ୍ଷରୁ ଏକ ଅଟୋମୋବାଇଲ କାରଖାନା ସ୍ଥାପନ ସକାଶେ ଭୂମି ଅଧିଗ୍ରହଣକୁ ବିରୋଧ କରି 2006 ମସିହାରେ ମମତା ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହାର ସୁଫଳ ତାଙ୍କୁ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ମିଳିଥିଲା । କିନ୍ତୁ, ହୁଏତ ଶନିବାର ଦିନର ନିର୍ବାଚନ, ଏଥର ତୃଣମୂଳ ସୁପ୍ରିମୋଙ୍କ ପାଇଁ ଏକ ସଂପୂର୍ଣ୍ଣ ନିଆରା ଅନୁଭୂତି ସୃଷ୍ଟି କରିପାରେ । 2001 ମସିହାରେ, ଜଣେ ସ୍ଥାନୀୟ ସ୍କୁଲ ଶିକ୍ଷକ ତଥା ଏହି କୃଷକ ବହୁଳ ଅଞ୍ଚଳର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ, ସିଙ୍ଗୁରରେ ତୃଣମୂଳ କଂଗ୍ରେସ ଆଖିଦୃଶିଆ ସଫଳତା ହାସଲ କରିଆସିଛି ।

2016 ପର୍ଯ୍ୟନ୍ତ, କ୍ରମାଗତ ଭାବେ 4 ଥର ପାଇଁ ଭଟ୍ଟାଚାର୍ଯ୍ୟ ଏହି ଆସନରୁ ବିଜୟଲାଭ କରିଥିଲେ । ସିଙ୍ଗୁରର ଏହି ‘ମାଷ୍ଟରମୋଶାଇ’ (ଶିକ୍ଷକ) ଭୂମି ଅଧିଗ୍ରହଣ ବିରୋଧରେ ମମତାଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ ଏବଂ ମମତା ବାନାର୍ଜୀଙ୍କ ସପକ୍ଷରେ ଜନମତ ସୃଷ୍ଟି କ୍ଷେତ୍ରରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ରୂପେ ଭୂମିକା ନିର୍ବାହ କରିଥିଲେ । କିନ୍ତୁ 2016 ତୁଳନାରେ 2021ର ସିଙ୍ଗୁର ନିହାତି ଅଲଗା ।

ଏଥର ସିଙ୍ଗୁରର ଏହି 89 ବର୍ଷୀୟ ମାଷ୍ଟରମୋଶାଇ, ଗତ ବର୍ଷେ ହେଲା ସ୍ବର ପରିବର୍ତ୍ତନ କରିଛନ୍ତି ଏବଂ ମମତା ତାଙ୍କୁ ଦଳୀୟ ଟିକେଟ ଦେବା ପାଇଁ ମନା କରିଦେବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତୃଣମୂଳର ସରଳ ଯୁକ୍ତି ଯେ- ରବୀନ୍ଦ୍ରନାଥଙ୍କର ବୟସ ଅଧିକ ଏବଂ କୌଣସି ବିଧାନସଭା ନିର୍ବାଚନ ଲାଗି ଆବଶ୍ୟକ ପ୍ରଚାର କାର୍ଯ୍ୟ ଭଳି କଷ୍ଟକର କାମ ତୁଲାଇବାରେ ଶାରୀରିକ ଦୃଷ୍ଟିରୁ ସେ ସମର୍ଥ ନୁହଁନ୍ତି ।

ବିଜେପି ତତ୍‌କ୍ଷଣାତ୍‌ ସିଙ୍ଗୁର ପାଇଁ ଏହି ଶିକ୍ଷକଙ୍କୁ ଦଳୀୟ ଟିକେଟ ଦେଇଦେଲା ଏବଂ କୃଷି ଜମି ରକ୍ଷା ସମିତିର ଆବାହକ ବେଚାରାମ ମାନ୍ନାଙ୍କ ବିପକ୍ଷରେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ କରାଇଲା । ମାନ୍ନା, ପଡ଼ୋଶୀ ହରିପାଲ ଆସନରୁ ତୃଣମୂଳ ବିଧାୟକ ଅଛନ୍ତି ଏବଂ ତାଙ୍କ ପତ୍ନୀ କରବୀ, ସେଠାରୁ ନିର୍ବାଚନ ଲଢ଼ିବା ଲାଗି ମମତାଙ୍କ ଦ୍ବାରା ମନୋନୀତ ହୋଇଛନ୍ତି । ବାସ୍ତବରେ, ବଙ୍ଗଳାର ଯେ କୌଣସି ରାଜନୈତିକ ପର୍ଯ୍ୟବେକ୍ଷକ କହିବେ ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପାଇଁ ଶୁଭେନ୍ଦୁ ଅଧିକାରୀ ଯାହା ଥିଲେ, ବେଚାରାମ ମାନ୍ନା ସିଙ୍ଗୁରରେ ଠିକ୍‌ ତାହା ହିଁ ଅଛନ୍ତି ।

ସିଙ୍ଗୁରକୁ ସେ ଖୁବ୍‌ ଭଲ ଭାବରେ ଜାଣିଛନ୍ତି ଏବଂ ବାସ୍ତବ କ୍ଷେତ୍ରରେ ତାଙ୍କର ନେଟ୍‌ୱର୍କ ବେଶ ସୁଦୃଢ଼ ଏବଂ ସଂପ୍ରସାରିତ । ତୃଣମୂଳ ହାତରୁ ଏହି ଆସନକୁ ଛଡ଼ାଇ ନେବା ପ୍ରୟାସରେ ଗେରୁଆ ଦଳର ଲକ୍ଷ୍ୟରେ ସେ ହିଁ ପ୍ରଥମେ ଥିବା କଥାରୁ ଏହା ପ୍ରମାଣିତ । ସେତେବେଳେ କଥା ଉଠିଥିଲା ଯେ, ଭଟ୍ଟାଚାର୍ଯ୍ୟଙ୍କ ପୂର୍ବରୁ ମାନ୍ନାଙ୍କ ସହିତ ବିଜେପି କଥାବାର୍ତ୍ତା କରିଥିଲା । କିନ୍ତୁ ସେ ଦଳବଦଳ କରିବାକୁ ମନା କରିଦେଇଥିଲେ । ତେଣୁ, ଶିକ୍ଷକଙ୍କୁ ହିଁ ଏବେ ଗେରୁଆ ବସ୍ତ୍ର ପରିଧାନ କରିବାକୁ ପଡ଼ିଛି ।

ହେଲେ, ସଂଖ୍ୟାକୁ ହିସାବ କଲେ ସିଙ୍ଗୁରରେ ଏକ ରୋଚକ ନିର୍ବାଚନୀ ଗଣିତ ଦୃଷ୍ଟିପଟଳକୁ ଆସେ । ଏକଦା ମମତା ବାନାର୍ଜୀଙ୍କ ଦୁର୍ଗ ରୂପେ ପରିଗଣିତ ସିଙ୍ଗୁରରେ, 2019 ଲୋକସଭା ନିର୍ବାଚନରେ ଏକ ଭିନ୍ନ କାହାଣୀ ରଚିତ ହୋଇଥିଲା । ସମସ୍ତଙ୍କୁ ଚକିତ କରି ବିଜେପି କେବଳ ଯେ ରାଜ୍ୟରେ 18ଟି ଲୋକସଭା ଆସନରୁ ବିଜୟୀ ହୋଇଥିଲା ତାହା ନୁହେଁ, ବରଂ ହୁଗଲି ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଲକେଟ ଚାଟ୍ଟାର୍ଜୀ ,ସିଙ୍ଗୁର ବିଧାନସଭା କ୍ଷେତ୍ରରେ ପ୍ରାୟ 11,000 ଭୋଟରେ ଆଗୁଆ ରହିଥିଲେ ।

ଯଦିଓ ତୃଣମୂଳର ଭୋଟ ହାରରେ ଅବନତି 2016ରେ ପରିଲକ୍ଷିତ ହୋଇଥିଲା ଏବଂ 2011ରେ ଦଳକୁ ମିଳିଥିବା 57.61 ପ୍ରତିଶତ ଭୋଟ 50 ପ୍ରତିଶତକୁ ଖସି ଆସିଥିଲା, ତଥାପି ସିଙ୍ଗୁରରେ ହାରିବେ ବୋଲି ମମତା କେବେହେଲେ ସ୍ବପ୍ନରେ ବି ଭାବି ନଥିବେ । ତେବେ, କୁହାଯାଏ ଯେ, ସତ୍ୟ କଳ୍ପନାଠାରୁ ବି ଅଧିକ ଆଶ୍ଚର୍ଯ୍ୟଜନକ । 2019ରେ ସିଙ୍ଗୁରରୁ ପରାସ୍ତ ହୋଇଥିଲେ ମମତା ।

ବିଧାନସଭା କ୍ଷେତ୍ରର ସବୁ ଗାଁରେ ଲୋକଙ୍କ ରୋଷ ବାରି ହୋଇପଡୁଥିଲା । ଟାଟା ମୋଟର୍ସ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଯୁବକଯୁବତୀମାନଙ୍କୁ ଚାକିରି ମିଳିଲା ନାହିଁ । ଯଦିଓ ଟାଟା ସହିତ ପାଞ୍ଚ ବର୍ଷର ଆଇନଗତ ଲଢ଼େଇ ପରେ ତୃଣମୂଳ ସରକାର ଲୋକଙ୍କୁ ଅଧିଗୃହୀତ ଜମି ଫେରାଇ ଦେଇଥିଲେ, ତଥାପି ସେଥିରୁ ଅଧିକାଂଶ ଜମି କୃଷି ଅନୁପଯୁକ୍ତ ହୋଇପଡ଼ିଥିଲା । ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଦୃଷ୍ଟିରେ ସିଙ୍ଗୁର ଏକ ଯୁଦ୍ଧବିଧ୍ବସ୍ତ ଇଲାକା ପାଲଟି ଯାଇଥିଲା । ଏହା ସହିତ, ଦିନେ ବାମପନ୍ଥୀଙ୍କ ପାଇଁ ୱାଟରଲୁ ସାବ୍ୟସ୍ତ ହୋଇଥିବା ଏବଂ ମମତା ବାନାର୍ଜୀଙ୍କ ପାଇଁ କ୍ଷମତାର ଯାତ୍ରାପଥରେ ଅଲିଭା ସ୍ବାକ୍ଷର ବହନ କରିଥିବା ସିଙ୍ଗୁରରେ, ତୃଣମୂଳ ସ୍ତରରେ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ର କରି ତୃଣମୂଳ କଂଗ୍ରେସ ପ୍ରତି ଜନ ସମର୍ଥନ ହ୍ରାସ ପାଇବାରେ ଲାଗିଥିଲା ।

ଏଥର ଏଠାରେ ବାମପନ୍ଥୀଙ୍କ ପକ୍ଷରୁ ଜଣେ ଯୁବ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେ ହେଲେ 27 ବର୍ଷୀୟ ପୂର୍ବତନ ରାଜ୍ୟ ଏସଏଫଆଇ ସଂପାଦକ ସୃଜନ ଭଟ୍ଟାଚାର୍ଯ୍ୟ । ବୟସ୍କମାନଙ୍କର ଏହି ପ୍ରଚାରରେ ସତେଜ ପରିବେଶ ସୃଷ୍ଟି ସହିତ ତୃଣମୂଳ ସ୍ତରରେ ନିବିଡ଼ ସଂପର୍କ ସ୍ଥାପନ କରି, କୋଲକାତାର ଗହଳଚହଳଠାରୁ ମାତ୍ର 40 କିଲୋମିଟର ଦୂର ସିଙ୍ଗୁରର ନିର୍ବାଚନୀ ଦୃଶ୍ୟପଟ୍ଟରେ ସେ ନିଜର ସ୍ଥିତି ସୁଦୃଢ଼ କରି ନେଇଛନ୍ତି । ପ୍ରାୟ 8 ପ୍ରତିଶତ ସଂଖ୍ୟାଲଘୁ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ସିଙ୍ଗୁରରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପିର ଭୋଟ ହାତେଇବାରେ ନିଶ୍ଚିତ ଭାବରେ ସମର୍ଥ ହେବେ ଉଚ୍ଚଶିକ୍ଷିତ ସୃଜନ ।

ମମତା ବାନାର୍ଜୀଙ୍କ ଶାଣିତ ‘ଖେଲା ହୋବେ’ (ଖେଳ ହେବ) ସ୍ଲୋଗାନ ଏବଂ ‘ଆଶୋଲ ପରିବୋର୍ତ୍ତନ’ (ବାସ୍ତବ ପରିବର୍ତ୍ତନ) ନିମନ୍ତେ ମୋଦି-ଶାହା ଯୋଡ଼ିଙ୍କ ଆହ୍ବାନ ଭିତରେ ଏଥର ସିଙ୍ଗୁରରେ ଯେଉଁ ଗୋଟିଏ ଜିନିଷ ଆଖିରେ ପଡୁନାହିଁ, ତାହା ହେଲା ଏକ ସର୍ବବ୍ୟାପୀ ‘ହାୱା’, ଯାହାକି ବଙ୍ଗଳାର ପ୍ରତିଟି ନିର୍ବାଚନରେ ପ୍ରବାହିତ ହୋଇଥାଏ । ଟାଟା ମୋଟର୍ସର ପରିତ୍ୟକ୍ତ ନିର୍ମାଣସ୍ଥଳ ହେଉ କିମ୍ବା ଧାନକ୍ଷେତ କିମ୍ବା ଦୁର୍ଗାପୁର ଏକ୍‌ସପ୍ରେସୱେ ଉପରୁ କିଛି ଦୂରରୁ ନଜରରେ ପଡୁଥିବା ଧାଡ଼ିକି ଧାଡ଼ି ଚାଳଘର ଉପର ଦେଇ ଏଥର କୌଣସି ଦଳ ସପକ୍ଷରେ ବ୍ୟାବହାରିକ ଅର୍ଥରେ ‘ହାୱା’ ବୋହୁନାହିଁ ।

ମମତା, ଏକଦା ତାଙ୍କ ନିକଟତମ ସହଯୋଗୀ ରହିଥିବା ତଥା ବର୍ତ୍ତମାନର ବୟସ୍କ ମାଷ୍ଟରମୋଶାଇ ଏବଂ ବାମ ଦଳର ଯୁବ ଯୋଦ୍ଧାଙ୍କ ପାଇଁ ଏଥର ସିଙ୍ଗୁରର ସବୁ ଭୋଟଗ୍ରହଣ କେନ୍ଦ୍ରରେ ପଡୁଥିବା ପ୍ରତିଟି ଭୋଟ ଗୁରୁତ୍ବ ବହନ କରେ ।

ଦୀପଙ୍କର ବୋଷ, ନ୍ୟୁଜ କୋଅର୍ଡିନେଟର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.