ଲକ୍ଷ୍ନୌ : କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ 2020ରେ ତାଜମହଲକୁ ପର୍ଯ୍ୟଟକଙ୍କ ଆସିବା ପ୍ରାୟ 76% ହ୍ରାସ ପାଇଥିବା ଜଣାପଡିଛି । ବିଶ୍ବର ସପ୍ତଆଶ୍ଚର୍ଯ୍ୟରେ ସ୍ଥାନ ପାଇଥିବା ତାଜମହଲରେ ଚଳିତ ବର୍ଷ ଆସିଥିବା ଦର୍ଶକ ସଂଖ୍ୟା 1 ପ୍ରତିଶତରୁ କମ ଥିବା ଜଣାପଡିଛି । ଗତବର୍ଷ 2019 ତୁଳନାରେ ତାଜମହଲକୁ ପର୍ଯ୍ୟଟକଙ୍କ ସଂଖ୍ୟା 76% ହ୍ରାସ ପାଇଛି ।
2019ରେ ପ୍ରାୟ 7ଲକ୍ଷ 37 ହଜାର ବିଦେଶୀ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଥିବାବେଳେ ଗତବର୍ଷ ଅର୍ଥାତ 2020 ରେ ମାତ୍ର 1 ଳକ୍ଷ 82 ହଜାର ପର୍ଯ୍ୟଟକ ପରିଦର୍ଶନ କରିଥିଲେ। ଘରୋଇ ପର୍ଯ୍ୟଟକଙ୍କ ମଧ୍ୟରୁ 2019ରେ ପ୍ରାୟ 48ଲକ୍ଷ 35 ହଜାର ଲୋକ ପରିଦର୍ଶନ କରିଥିବାବେଳେ 2020 ମସିହାରେ କେବଳ 11ଲକ୍ଷ 34 ହଜାର ଲୋକ ପରିଦର୍ଶନ କରିଥିଲେ ବୋଲି ପ୍ରତ୍ନତାତ୍ବିକ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତାଜମହଲ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ସେ କହିଛନ୍ତି ଏହା ଦୀର୍ଘ ଦିନ ଧରି ପର୍ଯ୍ୟନ୍ତ ବନ୍ଦ ରହିଥିଲା ।
ମାର୍ଚ୍ଚ 17, 2020ରୁ ସେପ୍ଟେମ୍ବର 21, 2020 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ବନ୍ଦ ରଖାଯାଇଥିଲା । ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଏବଂ ସ୍ଥଗିତ ରଖିବା ଯୋଗୁ ପର୍ଯ୍ୟଟନର କ୍ଷେତ୍ର ଖୁବ କ୍ଷତି ସହିଛି । ତଥାପି 24% ପର୍ଯ୍ୟଟକ ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତାଜମହଲ ପରିଦର୍ଶନ କରିଛନ୍ତି । ଏବର୍ଷ ପର୍ଯ୍ୟଟକ କମ ଆସିବା କେବଳ ପର୍ଯ୍ୟଟନ ନୁହେଁ ବରଂ ତାଜମହଲ ଉପରେ ପରୋକ୍ଷ ଭାବେ ନିର୍ଭର କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଖୁବ ପ୍ରଭାବିତ କରିଥିବା ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ