ETV Bharat / bharat

ଦିଲ୍ଲୀରେ ଘନ କୁହୁଡି, 16ଟି ବିମାନ ଉଡାଣ ବିଳମ୍ବ - ଦିଲ୍ଲୀରେ ବାୟୁ ପ୍ରଦୂଷଣ

Fog disrupts Delhi airport operations: ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ । 11ଟି ଅନ୍ତର୍ଜାତୀୟ ଓ 5ଟି ଘରୋଇ ବିମାନ ଉଡାଣରେ ବିଳମ୍ବ । ଅଧିକ ପଢନ୍ତୁ

ବିମାନ ସେବା ବାଧାପ୍ରାପ୍ତ
Fog disrupts Delhi airport operations
author img

By ETV Bharat Odisha Team

Published : Dec 23, 2023, 2:18 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସହିତ ଘନ କୁହୁଡି ଜାରି ରହିଛି । ଘନକୁହୁଡି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ସମସ୍ୟା ଉପଜିଛି । ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । 16ଟି ବିମାନର ଉଡାଣ ବିଳମ୍ବ ହୋଇଛି। ସେଥି ମଧ୍ୟରୁ 11ଟି ଅନ୍ତର୍ଜାତୀୟ ବିମାନ ରହିଥିବା ବେଳେ 5ଟି ଘରୋଇ ବିମାନ ରହିଛି । କୁହୁଡି ଯୋଗୁଁ ଟ୍ରେନ ସେବା ବିଳମ୍ବ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଶୀତ ଦିନରେ ଅଧିକାଂଶ ସମୟରେ ଘନ କୁହୁଡି ହେତୁ ବିମାନ ଉଡାଣ ଟ୍ରେନ ଚଳାଚଳ ବିଳମ୍ବ ହୋଇଥାଏ । ବିମାନ ଉଡାଣରେ ବିଳମ୍ବ ହେତୁ ଯାତ୍ରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ କୁଆପଥର ବର୍ଷା, ବଦଳିଲା 16 ବିମାନର ଗତିପଥ

ଦିଲ୍ଲୀରେ ଆଜି ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା । ସଫଦରଜଙ୍ଗରେ ସର୍ବାନିମ୍ନ ତାପମାତ୍ରା 12.2 ଡିଗ୍ରୀ ସେଲସିୟସ ଓ ପାଲାମା ଅଞ୍ଚଳରେ ତାପମାତ୍ରା 14 ଡିଗ୍ରୀ ସେଲସିୟସ ରହିଥିବା ରେକର୍ଡ କରାଯାଇଛି । ଦିଲ୍ଲୀରେ ଶୀତର ପ୍ରକୋପ ଯୋଗୁଁ ଘର ବାହାରକୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ଅସହ୍ୟ ଜାଡ ସମସ୍ତଙ୍କୁ କଲବଲ କରୁଛି । ଫୁଟଫାଥରେ ରହୁଥିବା ଲୋକଙ୍କ ପାଇଁ ରାତ୍ରୀ ଯାପନ ପାଇଁ ଏମ୍ସ ହସ୍ପିଟାଲରେ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି ।

ଆଜି ସକାଳ ସମଯରେ ଦିଲ୍ଲୀର ବାୟୁ ଗୁଣବତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଥିଲା । ଘନ କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଘର ବାହାରକୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ସକାଳ 10ଟା ପର୍ଯ୍ୟନ୍ତ ମଧ୍ୟ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଯାହା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି । କିଛି ଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆସନ୍ତା ତିନିଦିନ ମଧ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସକାଳ ସମୟରେ ଆନନ୍ଦ ବିହାରରେ ଏକ୍ୟୁଆଇ 479 ରେକର୍ଡ କରାଯାଇଛି । ସେହିପରି ଅଶୋକ ବିହାର ଏକ୍ୟୁଆଇ 454, ଦ୍ୱାରକା ସେକ୍ଟରରେ 452, ଇନ୍ଦିର ଗାନ୍ଧୀ ଏୟାରପୋର୍ଟରେ 412, ଆଇଟିଓ ଦିଲ୍ଲୀରେ 476, ଜାହାଙ୍ଗୀରପୁରୀରେ 475, ନରେଲାରେ 460, ଆରକେ ପୁରମରେ ଏକ୍ୟୁଆଇ 470 ଥିବା ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.